ETV Bharat / bharat

ଭୂମିକମ୍ପରେ ଥରିଲା ରାଜଧାନୀ - ଭୂମିକମ୍ପରେ ଥରିଲା ଦିଲ୍ଲୀ

ଦିଲ୍ଲୀରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା 4.2 ରେକର୍ଡ କରାଯାଇଛି । ଯାହାର ଗଭୀରତା 5 କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ଅଧିକ ପଢନ୍ତୁ...

Earthquake tremors in some areas of Delhi
ଭୂମିକମ୍ପରେ ଥରିଲା ଦିଲ୍ଲୀ
author img

By

Published : Dec 18, 2020, 7:12 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଭୂମିକମ୍ପ । ଭୂମିକମ୍ପ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିଲା । ଫଳରେ ଘରୁ ଲୋକେ ବାହାରକୁ ବାହାରି ଆସିଥିଲେ । ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଗୁରୁଗ୍ରାମଠାରୁ 48 କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ହୋଇଥିବା ଜଣାପଡିଛି । ଗୁରୁବାର ବିଳମ୍ବିତ ରାତି 11.46 ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।

ରିକ୍ଟର ସ୍କେଲରେ ତୀବ୍ରତା 4.2 ରେକର୍ଡ କରାଯାଇଛି । ଯାହାର ଗଭୀରତା 5 କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ଦିଲ୍ଲୀରେ ଭୂମିକମ୍ପ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର୍‌ ସେସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ଯୋଗୁଁ କୈଣସି କ୍ଷୟକ୍ଷତି ଘଟି ନଥିବା ସୂଚନା ମିଳିଛି । ସେପଟେ, ଦିର୍ଘ 20 ବର୍ଷ ହେବ ଦିଲ୍ଲୀରେ ଭୂମିକମ୍ପ ହୋଇଥିବା କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.