ETV Bharat / bharat

ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ, ତୀବ୍ରତା 4.8 - Andaman & Nicobar islands

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଭୂକମ୍ପ ପ୍ରବଣ ଅଞ୍ଚଳ ଭାବେ ପରିଚିତ। ପୂର୍ବରୁ ମାର୍ଚ୍ଚ 23 ଓ ଫେବୃୟାରୀ 13ରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ 2ଟି ମଧ୍ୟମ ଧରଣର ଭୂକମ୍ପ ହୋଇଥିଲା।

ପ୍ରତୀକାତ୍ମକ ଫଟୋ
author img

By

Published : Apr 1, 2019, 9:35 AM IST

ନିକୋବର: ଆଜି ସକାଳେ ନିକୋବର ଦ୍ବୀପପୁଞ୍ଜରେ ଏକ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.8 ରହିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ରିପୋର୍ଟ ଅନୁସାରେ ସକାଳ 6.04 ମିନିଟ୍‌ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନିକୋବର ଦ୍ବୀପପୁଞ୍ଜ ଓ ଏହାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ ଜଣାପଡିଛି। ସୂଚନାନୁସାରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ 4.8 ରହିଛି। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

ଭାରତୀୟ ପାଣିପାଗ ବିଭାଗ ସୂଚନାନୁସାରେ ଏହି ଭୂକମ୍ପ ସେତେ ଶକ୍ତିଶାଳୀ ନୁହେଁ। ବିଶେଷତଃ ରିକ୍ଟର ସ୍କେଲରେ 6ରୁ 6.9 ମଧ୍ୟରେ ହୋଇଥିବା ଭୂମିକମ୍ପ ଅଧିକ ପ୍ରଭାବ ପକାଇଥାଏ । କିନ୍ତୁ ଏହା 6 ତଳକୁ ଥିବାରୁ ଏହାକୁ ମଧ୍ୟମ ଧରଣର ବୋଲି ଗ୍ରହଣ କରାଯାଇଛି।

ତେବେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଭୂକମ୍ପ ପ୍ରବଣ ଅଞ୍ଚଳ ଭାବେ ପରିଚିତ। ପୂର୍ବରୁ ମାର୍ଚ୍ଚ 23ରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଏକ ମଧ୍ୟମ ଧରଣର ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ 5.1 ରହିଥିଲା। ଏହାସହ ଫେବୃୟାରୀ 13ରେ 4.5 ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ତେବେ ଗତବର୍ଷ ଜୁଲାଇ 19ରେ ହୋଇଥିବା ଭୂକମ୍ପ ତୁଳନାରେ ଏସବୁର ପ୍ରଭାବ କମ ରହିଛି ବୋଲି ଜଣାପଡିଛି।

Intro:Body:

Chandigarh: The State Special Operations Cell (SSOC) on Sunday arrested five "highly radicalised and motivated youth" who were allegedly planning to kill specific targets including Hindu leaders and members of Dera Sacha Sauda.

In a press release, Assistant Inspector General (AIG), SSOC, SAS Nagar Varinder Paul Singh said: "Acting on the direction given by the Director General of Police (DGP), Intelligence, VK Bhawra, the Special Cell on Sunday busted a militant module, which comprises highly radicalised and motivated youth."

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.