ନୂଆଦିଲ୍ଲୀ: ରାଜଧାନୀରେ ବସରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଇ-ଟିକେଟ ସୁବିଧା ଆରମ୍ଭ କରାଯାଇଛି। ରୁଟ ନମ୍ବର 473ରେ ଏହି ସୁବିଧା ଏକ ଟ୍ରାଏଲ ବେସିସରେ ଆରମ୍ଭ କରାଯାଇଛି । ଯେଉଁଠାରେ ଲୋକମାନେ ଆପ ମାଧ୍ୟମରେ ଟିକେଟ ନେଇପାରିବେ ।
ଏନେଇ ଗୁରୁବାର ଇଟିଭି ଭାରତର ସମ୍ବାଦଦାତା ଉକ୍ତ ରାସ୍ତାର କିଛି ଲୋକଙ୍କ ସହ କଥାହୋଇଥିଲା ।
ବର୍ତ୍ତମାନ ଅଧିକାଂଶ ଲୋକ ଏପର୍ଯ୍ୟନ୍ତ ଏହି ଆପ ଡାଉନଲୋଡ କରିନାହାଁନ୍ତି। ତଥାପି, ଏହି ସୁବିଧା ଲାଭଦାୟକ ହେବ ବୋଲି ବିବେଚନା କରାଯାଉଛି । ଲୋକମାନେ କହିଛନ୍ତି ଯେ କଣ୍ଡକ୍ଟରକୁ ଟିକେଟ ଦେଇ ଟଙ୍କା ନେବା ଆବଶ୍ୟକ ହେବ ନାହିଁ। ଯଦି କଣ୍ଟାକ୍ଟଲେସ ଟିକେଟ ବିତରଣ କରାଯାଏ, ତେବେ ସଂକ୍ରମଣର ମଧ୍ୟ ଆଶଙ୍କା ରହିବ ନାହିଁ । ଏହି ସମୟରେ ଲୋକମାନେ ଏହାକୁ ଅନ୍ୟ ମାର୍ଗରେ ମଧ୍ୟ ପ୍ରୟୋଗ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି ।
ତେବେ ଅଗଷ୍ଟ 5 ରୁ 7 ଅଗଷ୍ଟ ମଧ୍ୟରେ ଏହି ସୁବିଧା ଉକ୍ତ ମାର୍ଗରେ ଟ୍ରାଏଲ ବେସିସରେ ଆରମ୍ଭ ହୋଇଛି । ଏଥିପାଇଁ ବସର ଡ୍ରାଇଭର କଣ୍ଡକ୍ଟରଙ୍କୁ ଏକ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। କୋରୋନା ସଙ୍କଟ ସମୟରେ, ଯେଉଁଠାରେ ସାମାଜିକ ଦୂରତା ଏବଂ ଯାତ୍ରୀଙ୍କ ସଂଖ୍ୟାକୁ ସୀମିତ କରି ବସରେ କୋରୋନା ଭାଇରସ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି । ତେଣୁ ଇ-ଟିକେଟର ଏହି ପ୍ରୟାସ ସଂକ୍ରମଣକୁ ହ୍ରାସ କରିବାରେ ସହାୟକ ହେବ ବୋଲି କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ