ETV Bharat / bharat

ଲୋକଙ୍କ ମଧ୍ୟରେ ପ୍ରିୟ ନାହଁ ଇ-ସିଗାରେଟ - ଲାଇଫଷ୍ଟାଇଲ ଖବର

ବ୍ୟବସାୟୀ ସାଧାରଣ ସିଗାରେଟ ଓ ଇ-ସିଗାରେଟର ମାର୍କେଟ ମୂଲ୍ୟ ବିଷୟରେ ବୁଝିପାରିନଥିଲେ । ସେମାନେ ଜାଣିନଥିଲେ ଯେ ଏହାର ଉତ୍ପାଦ କଣ ପାଇଁ ଏବଂ କେଉଁ ଉପାୟରେ ଏହାର ବ୍ୟବହାର ହେବ । ଅଧିକ ପଢନ୍ତୁ...

ଲୋକଙ୍କ ମଧ୍ୟରେ ପ୍ରିୟ ନାହଁ ଇ-ସିଗାରେଟ
ଲୋକଙ୍କ ମଧ୍ୟରେ ପ୍ରିୟ ନାହଁ ଇ-ସିଗାରେଟ
author img

By

Published : May 1, 2020, 6:55 AM IST

ୱାଶିଂଟନ: ସିଗାରେଟର ଚାହିଦା ଲୋକଙ୍କ ମଧ୍ୟରେ ବଢାଇବାକୁ ବାହାରିଥିଲା ଇ-ସିଗାରେଟ । ହେଲେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଦିନକୁ ଦିନ ଏହା ନିଜର ଚାହିଦା ହରାଇଛି । ଲୋକଙ୍କ ମଧ୍ୟରେ ଏହା ଆଗ ଭଳି ଲୋକପ୍ରିୟ ନାହିଁ । ଏହାକୁ ସିଗାରେଟ ଭିତରେ ସବୁଠାରୁ ଖରାପ ପ୍ରଡକ୍ଟ ବୋଲି ବିବେଚନା କରାଯାଉଛି ।

କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ପ୍ରଫେସର ଗ୍ରେଟା ହୁ ଏହା ଉପରେ ରିସର୍ଚ୍ଚ କରି ଏହି ଫଳାଫଳ ପାଇଛନ୍ତି । 2007ରୁ 2018 ମଧ୍ୟରେ ଅନେକ ରିସର୍ଚ୍ଚ, ପ୍ରେସ ରିଲିଜ, ଡକ୍ୟୁମେଣ୍ଟସ, ତଥ୍ୟ ଉପରେ ଗବେଷଣା କରି ସେ ଏହି ରେଜଲ୍ଟ ପାଇଥିଲେ । ଏଥିପାଇଁ ତାଙ୍କ ଅଧୀନରେ ଥିବା ରିସର୍ଚ୍ଚରମାନେ 1500 ବିଷୟ ଉପରେ ତଥ୍ୟ ସଂଗ୍ରହ କରି ଗବେଷଣା କରିଥିଲେ । ବିଭିନ୍ନ କମ୍ପାନୀର ମାର୍କେଟ ଭେଲ୍ୟୁ ଉପରେ ମଧ୍ୟ ଗବେଷଣା ହୋଇଥିଲା ।

ତେବେ ଏଥିରୁ ଗୋଟିଏ ଜିନିଷ ସ୍ପଷ୍ଟ ହୋଇଥିଲା ଯେ ପ୍ରକୃତରେ ବ୍ୟବସାୟୀ ସାଧାରଣ ସିଗାରେଟ ଓ ଇ-ସିଗାରେଟର ମାର୍କେଟ ମୂଲ୍ୟ ବିଷୟରେ ବୁଝିପାରିନଥିଲେ । ସେମାନେ ଜାଣିନଥିଲେ ଯେ ଏହାର ଉତ୍ପାଦ କଣ ପାଇଁ ଏବଂ କେଉଁ ଉପାୟରେ ଏହାର ବ୍ୟବହାର ହେବ । ଆମେରିକାରେ ଏହାକୁ ବିକ୍ରି କରୁଥିବା ଅନେକ କମ୍ପାନୀ କ୍ଷତିରେ ପଡିଥିଲେ । ଲୋକେ ସାଧାରଣ ସିଗାରେଟରେ ଯେତେ ଲାଭ ପାଉଥିଲେ ଏଥିରେ ତାହାର ଅଭାବ ଅନୁଭବ କରିଥିଲେ ।

ଏହି ସିଗାରେଟରେ କିଛି ଦ୍ରବ୍ୟର ମାତ୍ରା କମ ଥିଲା ଯାହା ସିଗାରେଟ ପ୍ରେମୀଙ୍କୁ ଆକର୍ଷିତ କରିପାରିନଥିଲା । ଫଳରେ ସେମାନେ ଏହାଠାରୁ ମୁହଁ ଫେରାଇଥିଲେ । ଯାହା ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇଥିଲା । ଫଳରେ ଏହାକୁ ସମସ୍ତେ ସମାଲୋଚନା କରିଥିଲେ । ସାଧାରଣ ସିଗାରେଟ ଓ ଇ-ସିଗାରେଟ ମଧ୍ୟରେ ଥିବା ମୂଲ୍ୟକୁ ଏମାନେ ବୁଝିପାରିନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.