ETV Bharat / bharat

ପରୀକ୍ଷା ସମୟରେ ଅତିଷ୍ଠ କରୁଥିଲା ପ୍ରେମିକାର ଫୋନ କଲ୍, ଆଉ ତାପରେ...

ପ୍ରତ୍ୟେକ ଯୁବକର ସଫଳତା ପଛରେ ଜଣେ ନାରୀର ହାତ ଥାଏ । ହେଲେ ଏଠି ବିଫଳତା ପଛରେ ନାରୀର ହାତ ଥିବା ସମସ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି ଖୋଦ ପ୍ରେମିକ ।

author img

By

Published : May 15, 2019, 4:57 PM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ମୁମ୍ବାଇ: ପରୀକ୍ଷାରେ ପ୍ରେମିକର ଅସଫଳତା ପାଇଁ ଦାୟୀ ହେଲା ପ୍ରେମିକା । ୟୁପିଏସି ଛାତ୍ରଙ୍କୁ ଫେଲ କରିଦେଲା ପ୍ରେମିକାଙ୍କ ତୁହାକୁ ତୁହା ଫୋନ କଲ । ପରୀକ୍ଷା ବେଳେ ପ୍ରେମିକାଙ୍କ ବାରମ୍ବାର ଫୋନ କଲ ଯୋଗୁଁ ଫେଲ ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ର ଜଣକ । ଆଉ ଏନେଇ ପ୍ରେମିକାଠୁ ବର୍ଷକର ପଢା ଖର୍ଚ୍ଚ ଭରଣା ମାଗିଛନ୍ତି ।

ତେବେ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ୟୁପିଏସି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏଠାରେ ବିଫଳତାର ଶ୍ରେୟ ପ୍ରେମିକାକୁ ଦେଇଛି ପ୍ରେମିକ ।

ଖବର ଅନୁଯାୟୀ, ପରୀକ୍ଷାରେ ଫେଲ ହୋଇଥିବା ଯୁବକ ପାଇଁ ପ୍ରେମିକା ଜଣକ ବହୁତ ହଇରାଣ ହେବା ସହ ପୋଲିସରେ ଏକ ମାମଲା ଦାୟର କରିଛି । ଏହାସହ ଯୁବକ ଜଣକୁ ପୋଲିସ ଗିରଫ କରିଛି ।

ଯୁବକ ଜଣକ ହୋମିଓପାଥିକ ମେଡିସିନ ଓ ସର୍ଜରୀର ପ୍ରଥମ ବର୍ଷର ଛାତ୍ର । ହେଲେ ପ୍ରଥମ ବର୍ଷରେ ଭଲ ପ୍ରଦର୍ଶନ କରିନପାରିବାରୁ ସେ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିଲେ । ଯେଉଁଥିପାଇଁ ସେ ପ୍ରେମିକାକୁ ଦୋଷ ଦେଇଥିଲେ। ଘଟଣା ପରେ ପ୍ରେମିକା ଜଣକ ବ୍ରେକ ଅପ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏତେସବୁ ପରେ ବି ପ୍ରେମିକ ଜଣକ ଯୁବତୀ ଜଣକୁ ବାରମ୍ବାର କଲ କରିବା ସହ ବର୍ଷକର ପଢା ଖର୍ଚ୍ଚ ଭରଣା ମାଗିଛନ୍ତି । ପଇସା ନଦେଲେ ତାଙ୍କ ଫଟେ ଫେସବୁକରେ ପୋଷ୍ଟ କରିବାର ଧମକ ମଧ୍ୟ ଦେଇଛନ୍ତି । ଯେଉଁଥିରେ ଅତିଷ୍ଠ ହୋଇ ପ୍ରେମିକା ଜଣକ ଥାନାରେ ଦ୍ବାରସ୍ଥ ହୋଇଥିଲେ ।

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.