ETV Bharat / bharat

କୋରୋନା କାଳରେ ୟୁପି ପୋଲିସ ଆଦାୟ କଲା 70 କୋଟି

author img

By

Published : Aug 27, 2020, 3:33 PM IST

କୋରୋନା ଅବଧିରେ ଉତ୍ତରପ୍ରଦେଶ ପୋଲିସ ଆଦାୟ କଲା ପ୍ରାୟ 70 କୋଟି ଟଙ୍କା । କୋରୋନା ନିୟମାବଳୀକୁ ଉଲଙ୍ଘନ କରିବା କାରଣରୁ ପୋଲିସ 35,50,046 ଗାଡିର ଚାଲାଣ କାଟିବା ସହ 69,634 ଗାଡି ଜବତ କରିଛି ବୋଲି ରାଜ୍ୟ ପୋଲିସ ମହାନିରୀକ୍ଷକ ଜ୍ୟୋତି ନାରାୟଣ କହିଛନ୍ତି । ଅଧିକ ପଢନ୍ତୁ...

କୋରୋନା କାଳରେ ୟୁପି ପୋଲିସ ଆଦାୟ କଲା 70 କୋଟି ଟଙ୍କା 

ଲକ୍ଷ୍ନୌ: କୋରୋନା ଅବଧିରେ ଉତ୍ତରପ୍ରଦେଶ ପୋଲିସ ଆଦାୟ କଲା ପ୍ରାୟ 70 କୋଟି ଟଙ୍କା । ୟୁପି ଡିଜିପି ହିତେଶ ଚନ୍ଦ୍ର ଆୱସ୍ତି ବୁଧବାର ଏହା ସହ ଜଡିତ ଏକ ଚିଠି ପ୍ରକାଶ କରିଛନ୍ତି। ଡିଜିପି ମୁଖ୍ୟାଳୟରୁ ଦିଆଯାଇଥିବା ଏହି ଚିଠିରେ କୋଭିଡ ସମୟରେ ନିଆଯାଇଥିବା କାର୍ଯ୍ୟର ବିବରଣୀ ଦିଆଯାଇଛି । ଚିଠି ଅନୁଯାୟୀ ପୋଲିସ ଏପର୍ଯ୍ୟନ୍ତ 69.28 କୋଟି ଟଙ୍କା ଆଦାୟ କରିଛି ।

କୋରୋନା ନିୟମାବଳୀକୁ ଉଲଙ୍ଘନ କରିବା କାରଣରୁ ପୋଲିସ 35,50,046 ଗାଡିର ଚାଲାଣ କାଟିବା ସହ 69,634 ଗାଡି ଜବତ କରିଛି ବୋଲି ରାଜ୍ୟ ପୋଲିସ ମହାନିରୀକ୍ଷକ ଜ୍ୟୋତି ନାରାୟଣ କହିଛନ୍ତି । କେବଳ ୟୁପି ନୁହେଁ, କୋରୋନା କାଳରେ ରାଜସ୍ଥାନ ପୋଲିସ ଭଣ୍ଡାର ମଧ୍ୟ ପରିପୂର୍ଣ୍ଣ । ଲକଡାଉନ୍ ନିୟମ ଉଲ୍ଲଂଘନ ପାଇଁ ଏଠାରେ 3 ହଜାର 615 ଟି ମାମଲା ରୁଜ୍ଜୁ ହୋଇଛି । ଏଥିରେ 7 ହଜାର 859 ଜଣଙ୍କୁ ଗିରଫ କରାଯାଇଥିବା ବେଳେ 8 ଲକ୍ଷ 55 ହଜାର 655 ଗାଡିର ଚାଲାଣ ଏବଂ 1 ଲକ୍ଷ 63 ହଜାର 162 ଗାଡି ଜବତ କରାଯାଇଛି। ଏହା ସହିତ 14 କୋଟି 90 ଲକ୍ଷରୁ ଅଧିକ ଜୋରିମାନା ଆଦାୟ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.