ETV Bharat / bharat

ଶ୍ରେୟ ନେଉଥିଲେ ଶକ୍ତିମନ୍ତ୍ରୀ, ଚାଲିଗଲା ବିଜୁଳି - ମଧ୍ୟ ପ୍ରଦେଶ

ମଧ୍ୟ ପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରିୟବତ ସିଂହ ସାମ୍ବାଦିକ ସମ୍ମିଳନୀରେ ଶକ୍ତି କ୍ଷେତ୍ରର ଉପଲବ୍ଧି ଜଣାଉଥିବା ବେଳେ ଚାଲିଗଲା ବିଜୁଳି ।

ଫଟୋ ସୌଜନ୍ୟ: ଟ୍ବିଟର@ChouhanShivraj
author img

By

Published : Aug 20, 2019, 9:41 PM IST

ଭୋପାଲ: ଶକ୍ତିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ଚାଲିଗଲା ବିଜୁଳି । ତେବେ ମଜାର କଥା ହେଉଛି ସାମ୍ବାଦିକ ସମ୍ମିଳନୀରେ ସେ ଶକ୍ତି କ୍ଷେତ୍ରର ଉପଲବ୍ଧି ଜଣାଉଥିଲେ । ଏହି ସମୟରେ ହଠାତ୍‌ ବିଜୁଳି ଚାଲିଯାଇଥିଲା । ଯାହାକୁ ନେଇ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଡା ସମାଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ଟ୍ବିଟର@ChouhanShivraj

ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରିୟବତ ସିଂହ କଂଗ୍ରେସ ମୁଖ୍ୟାଳୟରେ ଅନ୍ୟ ନେତାଙ୍କ ସହ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ପ୍ରଦେଶରେ ବର୍ତ୍ତମାନ ବିଜୁଳି କାଟ ବନ୍ଦ ହୋଇଯାଇଥିବା ଘୋଷଣା କରିବା ପାଇଁ ସେ ଏହି ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍‌ ବିଜୁଳି ଚାଲିଯାଇଥିଲା । ପାଖାପାଖି 1 ମିନିଟ ପର୍ଯ୍ୟନ୍ତ ବିଜୁଳି ଆସିନଥିଲା । ତେବେ ମନ୍ତ୍ରୀ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ।

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାର ଭିଡିଓ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରି କହିଛନ୍ତି, ଏହା ହେଉଛି ମଧ୍ୟ ପ୍ରଦେଶର ଅବସ୍ଥା, ଆଉ ଇଏ ହେଉଛନ୍ତି ଆମ ଶକ୍ତି ମନ୍ତ୍ରୀ। ପ୍ରଦେଶରେ ବିଜୁଳି କାଟ ବନ୍ଦ ହୋଇଯାଇଛି କହୁ କହୁ କଟିଗଲା ବିଜୁଳି । ଏହାକୁ ହିଁ କୁହାଯାଏ ଭାଗ୍ୟ ଖରାପ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.