ETV Bharat / bharat

ଇଣ୍ଟରନେଟ ସେବା ବନ୍ଦ ବେଳେ ପ୍ରତିଘଣ୍ଟାରେ କ୍ଷତି ହେଉଛି 2.45 କୋଟି - ଟେଲିକମ କମ୍ପାନୀ

ଦେଶରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମୟରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥାଏ। ଏହି ବନ୍ଦ ପାଇଁ ପ୍ରତି ଘଣ୍ଟାରେ 2.45 କୋଟିର କ୍ଷତି ସହୁଛି ଟେଲିକମ କମ୍ପାନୀ। ଯାହା ଟେଲିକମ କମ୍ପାନୀର ଚିନ୍ତା ବଢାଇ ଦେଇଛି। ଅଧିକ ଖବର ପଢନ୍ତୁ...

INTERNET
ଇଣ୍ଟରନେଟ ସେବା ରଦ୍ଦ ବେଳେ ପ୍ରତି ଘଣ୍ଟାରେ 2.45 କୋଟିର କ୍ଷତି ସହୁଛି ଟେଲିକମ କମ୍ପାନୀ
author img

By

Published : Dec 29, 2019, 6:03 PM IST

ନୂଆଦିଲ୍ଲୀ: ଇଣ୍ଟରନେଟ ଲୋକଙ୍କ ପାଇଁ ଯେତିକି ସୁବିଧା ସୁଯୋଗ ଆଣିଦେଉଛି ତାହା ସହ ବିଭିନ୍ନ ପ୍ରକାର ଅସୁବିଧା ମଧ୍ୟ ସୃଷ୍ଟି କରୁଛି। ଅନେକ ସମୟରେ ହିଂସାତ୍ମକ ପରିସ୍ଥିତି ଓ ଦଙ୍ଗାଭଳି ଘଟଣା ଇଣ୍ଟରନେଟ ପାଇଁ ଘଟିଥିବାର ନଜିର ରହିଛି। ଏନେଇ ଦେଶର ବିଭିନ୍ନ ଘଡିସନ୍ଧି ମୁହୁର୍ତ୍ତ ଓ ଜରୁରୀକାଳୀନ ସ୍ଥିତିରେ ଅପ୍ରିତିକର ପରିସ୍ଥିତି ଏଡାଇବା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥାଏ।

ଉଦାହରଣ ସ୍ବରୂପ ଗତ କିଛିଦିନ ତଳେ ନାଗରିକତା ସଂଶୋଧନ ଆଇନ ଓ ଏନଆରସି ବିରୋଧରେ ହିଂସାତ୍ମକ ପରିସ୍ଥିତି ଓ ଜମ୍ମୁକାଶ୍ମୀରରୁ ଧାରା 370 ହଟାଇବା ସମୟରେ ଲଗାମ ଲଗାଇବାକୁ ଦେଶରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। ଏପରିକି ବର୍ତ୍ତମାନ ସମୟରେ ସିଏଏକୁ ନେଇ ଦେଶରରେ ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ଅପ୍ରିତିକର ପରିସ୍ଥିତିକୁ କମ କରିବାକୁ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଯାଉଛି।

ତେବେ ଏହି ପ୍ରତିବନ୍ଧକ ଫଳରେ ଟେଲିକମ କମ୍ପାନୀ ଗୁଡିକୁ ପ୍ରତିଘଣ୍ଟାରେ କ୍ଷତି ସହିବାକୁ ପଡୁଛି। ଯାହାର ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ପ୍ରତିଘଣ୍ଟାରେ ଟେଲିକମ କମ୍ପାନୀଙ୍କୁ 2.45 କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି।

ଖବର ଅନୁସାରେ, ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତି ମାସରେ ଭାରତୀୟମାନେ ପାଖାପାଖି 9.8 ଗିଗାବାଇଟର ଡାଟା ସ୍ମାର୍ଟଫୋନରେ ବ୍ୟବହାର କରିଥାନ୍ତି। ତେଣୁ ବିଭିନ୍ନ ଘଟଣାରେ ପ୍ରଥମରେ ଇଣ୍ଟରନେଟ ଉପରେ ରୋକ ନଲଗାଇବାକୁ ସିଓଏସଆଇ ପକ୍ଷରୁ କୁହାଯାଇଛି । ତେବେ ବିଭିନ୍ନ ସମୟରେ ଇଣ୍ଟରନେଟ ଉପରେ ଲଗାମ ପାଇଁ ଭାରତୀୟ ଟେଲିକମ କମ୍ପାନୀର କ୍ଷତି ସହିବା ସହ ଚିନ୍ତା ବଢାଇ ଦେଇଛି ।

Intro:ଥଣ୍ଡାରେ ପ୍ରକୋପରେ ଥରହର ଓଡିଶା,
ଜାରିହେଲା ଓରେଂଜ ଓ ୟେଲୋ ୱାର୍ଣିଂBody:

ଥଣ୍ଡାର ପ୍ରକୋପରେ ଓଡିଶା।ଉତର ପୁର୍ବ ଦିଗରୁ ପବନ ବହିବା ଯୋଗୁ ଜାରି ରହିଛି କୋଲଡ ୱେଭ।ଏନେଇ ରାଜ୍ଯର ଆଭ୍ଯନ୍ତରିଣ ଓଉପକୁଳ ଜିଲ୍ଲାରେ ହ୍ରାସ ପାଇଛି ତାପମାତ୍ରା।ତେବେ ଶିତର ପ୍ରକୋପ ବା କୋଲଡ ୱେଭ ଯୋଗୁ ଜାରି ହୋଇଛି ଅରେଂଜ ୱାର୍ଣି ବା ସତର୍କ ସୁଚନା ।ଅର୍ଥାତ ଆଲର୍ଟ ରହିବାକୁ ସୁନ୍ଦରଗଡ,ଦେଓଗଡ,କେଉଁଝର,ଅନୁଗୁଳ,ମୟୁରଭଞ୍ଜ,ଝାରୁସୁଗୁଡା,ସମ୍ବଲପୁର,ବରଗଡ,ଢେଙ୍କାନାଳ,ବାଲେଶ୍ବର,ଭଦ୍ରକ,କଟକ,ଖୁର୍ଦା,ପୁରୀ,ନୟାଗଡ,ବୌଦ୍ଧ,,ସୋନପୁର,ବଲାଙ୍ଗିର ଆଦି ଜିଲ୍ଲା ମାନଙ୍କରେ ଆଲର୍ଟ ରହିବାକୁ ପ୍ରଶାସନ କୁ ଆଲର୍ଟ କରାଯାଇଛି ।ଅର୍ଥାତ ଏହି ୱାର୍ଣିଂ ଟପିଲେ ହେବ ରେଡ ଆଲର୍ଟ।ତେଣୁ ଶିତର ପ୍ରକୋପରୁ ଆବଶ୍ଯକିୟ ଶିତବସ୍ତ୍ର ବା ବୁଝାବୁଢି ମାନଙ୍କୁ ଏ ପ୍ରକୋପରୁ ଦୁରେଇ ରଖନ୍ତୁ।
ସେହିପରି ଘନ କୁହୁଡି ଅର୍ଥାତ ୫୦ରୁ ୨୦୦ ମିଟର ଭିଜିବଲ ନେଇ କୁହୁଡି ପାଇଁ ୟେଲୋ ୱାର୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ।କନ୍ଧମାଳ,କଳାହାଣ୍ଡି,କୋରାପୁଟ,ବଲାଙ୍ଗିର ଆଦି ଅଂଚଳରେ ଘନ କୁହୁଡି ଯୋଗୁ ଯିବା ଆସିବା ବେଳେ ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ରହିଛି।Conclusion:ବାଇଟ-ଅଜୟ କୁମାର ନାୟକ,ପାଣିପାଗ ବିଶେଷଜ୍ଞ,ଆଂଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.