ୱାଶିଂଟନ: ସାରା ବିଶ୍ବରେ ଏବେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଯେଉଁଥିରୁ ଏକ କୋଟି ଉପରେ ମୃତ୍ୟୁବରଣ କଲେଣି । ସେମାନଙ୍କ ମଧ୍ୟରେ ଅଧିକ ପୁରୁଷ ହିଁ ରହିଛନ୍ତି । ହେଲେ କାହିଁକି ପୁରୁଷମାନେ ମହିଳାଙ୍କ ଅପେକ୍ଷା ଏହି ମହାମାରୀର ଅଧିକ ଶିକାର ହେଉଛନ୍ତି। କୋରୋନା ଭାଇରସ ମହିଳାଙ୍କ ଅପେକ୍ଷା କାହିଁକି ପୁରୁଷମାନଙ୍କୁ ଅଧିକ ଅକ୍ରାନ୍ତ କରୁଛି ? ତେବେ ଏସବୁର ସ୍ପଷ୍ଟ ଉତ୍ତର ପାଇବା ପାଇଁ ବୈଜ୍ଞାନିକମାନେ ଅନେକ ମାସ ଧରି ଗବେଷଣା କରୁଛନ୍ତି । ଏନେଇ ପୂର୍ବରୁ ମଧ୍ୟ କିଛି ଗବେଷଣା ପ୍ରକାଶ ପାଇଥିଲା ।
କିନ୍ତୁ ନୂଆ ରିସର୍ଚ୍ଚରେ, 4 ଟି କୋରୋନା ଆକ୍ରାଙ୍କ ମଧ୍ୟରୁ ଜଣଙ୍କ ଠାରେ ଅତି ବିରଳ ଜେନେଟିକ୍ ସମସ୍ୟା ହେତୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଉଥିବା ଲକ୍ଷଣ ଦେଖାଯାଇଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, 4ଜଣ କୋରୋନା ଆକ୍ରାଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ, କୋରୋନା ଭୁତାଣୁ କାହିଁକି ସୁସ୍ଥ ଥିବା ପୁରୁଷମାନେ ଗୁରୁତର ଭାବେ ଅସୁସ୍ଥ ହେଉଛନ୍ତି। ଏହି ଅଧ୍ୟୟନରେ ନେଦରଲ୍ୟାଣ୍ଡର ବିଭିନ୍ନ ପରିବାରର 21 ରୁ 32 ବର୍ଷ ବୟସ୍କ ଦୁଇ ଦୁଇ ଭାଇଙ୍କୁ ସାମିଲ କରାଯାଇଥିଲା । ପୂର୍ବରୁ ସମସ୍ତଙ୍କ ସ୍ବସ୍ଥ୍ୟବସ୍ଥା ଭଲ ଥିଲା। କିନ୍ତୁ 23 ମାର୍ଚ୍ଚରୁ 25 ଏପ୍ରିଲ ମଧ୍ୟରେ ସମସ୍ତଙ୍କୁ କୋରୋନା ଭୁତାଣୁ ଯୋଗୁଁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଥିଲା । ଯେଉଁଥିରେ ଜଣେ 29 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।
ଯେତେବେଳେ କୋରୋନା ଆକ୍ରାନ୍ତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଜେନେଟିକ ବିଶ୍ଳେଷଣ କରାଗଲା, ସେଥିରେ କିଛି ତ୍ରୁଟି ବାହାରିଲା । ଏହି ତ୍ରୁଟି ହେତୁ, ସେମାନଙ୍କ ଶରୀରରେ ଥିବା ସେଲ ଇଣ୍ଟରଫେରେନ୍ସ ନାମକ ଅଣୁ ତିଆରି କରୁଥିଲେ । ଏହି ଅଣୁଗୁଡ଼ିକ ବ୍ୟକ୍ତିର ଇମ୍ୟୁନିଟି ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଉଥିଲେ । ଯେଉଁଥିପାଇଁ ଶରୀର କୋରୋନା ସହିତ ଭଲ ଭାବରେ ଲଢିବାକୁ ସକ୍ଷମ ହୁଏ ନାହିଁ ।
ତଥାପି,ରିସର୍ଚ୍ଚରମାନେ କହିଛନ୍ତି ଯେ, ଏହି ଜେନେଟିକ ସମସ୍ୟା ଅତ୍ୟନ୍ତ ବିରଳ ହୋଇଥାଏ । ତେବେ ସେମାନଙ୍କୁ କୋରୋନା ସହ ଜଡିତ ସବୁ ଗୁରୁତର ମାମଲା ରହିଥାଏ । କିନ୍ତୁ ଅଧ୍ୟୟନ ରିପୋର୍ଟ କହୁଛି ଯେ, ଏହାର ପରିଣାମ ଏଭଳି ସଙ୍କେତ ଦେଉଛନ୍ତି, ଅନ୍ୟ ଲୋକଙ୍କ ମଧ୍ୟରେ ଦ୍ବିତୀୟ ପ୍ରକାରର ଜେନେଟିକ ସମସ୍ୟା ଥାଇପାରେ, ଯେଉଁଥିପାଇଁ ସେମାନେ କୋରୋନା ଅପେକ୍ଷା ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି । ଅଧ୍ୟୟନର ପ୍ରାରମ୍ଭିକ ରିପୋର୍ଟ ମେଡିକାଲ ଜର୍ଣ୍ଣାଲ ଜାମାରେ ପ୍ରକାଶ ପାଇଛି।
ଏହି ଷ୍ଟଡି ପରେ 4 କୋରୋନା ଆକ୍ରାନ୍ତଙ୍କ ଯେଉଁ ଜିନରେ ତ୍ରୁଟି ଦେଖାଗଲା । ତାହା X-କ୍ରୋମୋଜୋମରେ ଏହା ତ୍ରୁଟି ଦେଖାଯାଇଛି । ପୁରୁଷଙ୍କ ଠାରେ XY-କ୍ରୋମୋଜୋମ ଥିବାବେଳେ ମହିଳାଙ୍କ ଠାରେ XX-କ୍ରୋମୋଜୋମ ରହିଛି । ଯଦି ମହିଳାଙ୍କ ଠାରେ ଗୋଟେ x-କ୍ରୋମୋଜୋମ କିଛି ତ୍ରୁଟି ଦେଖାଗଲେ, ଅନ୍ୟ X-କ୍ରୋମୋଜୋମରେ ଠିକ ହୋଇଯାଆନ୍ତି । ତେବେ ଏହି କାରଣରୁ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ଶିକାର କରୁଛି କୋରୋନା ଭାଇରସ ।