ପୂର୍ବରୁ ଲୋକମାନେ ପିତ୍ତଳ ଓ କଂସା ବାସନର ଅତ୍ୟଧିକ ବ୍ୟବହାର କରୁଥିଲେ । ସମସ୍ତଙ୍କ ରୋଷେଇ ଘରେ ପିତ୍ତଳ ବାସନ ଧାଡି ଧାଡି ଖଞ୍ଜା ହେବା ସହ ପୂଜାପର୍ବରେ ବହୁଳ ବ୍ୟବହାର ଦେଖିବାକୁ ମିଳିଥାଏ । ଏପରିକି ଝିଅ ବିବାହରେ ମଧ୍ୟ ଯୌତୁକ ହିସାବରେ ଏହାକୁ ବର ଘର ଲୋକଙ୍କୁ ଦିଆଯାଇଥାଏ ।
କିନ୍ତୁ ଯୁଗ ବଦଳିବା ସହ ଲୋକମାନଙ୍କ ପସନ୍ଦରେ ମଧ୍ୟ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ସମୟରେ ସମସ୍ତଙ୍କ ରୋଷେଇ ଘରେ ପିତ୍ତଳ ବାସନ ବଦଳରେ ନନଷ୍ଟିକ ବାସନର ବହୁଳ ବ୍ୟବହାର କରାଯାଉଛି । ସବୁଠୁ ଖାସ କଥା ହେଲା ସମସ୍ତଙ୍କ ରୋଷେଇ ଘରେ ଘରେ ଭଳିକି ଭଳି ରକମର ନନଷ୍ଟିକ ବାସନ ଦେଖିବାକୁ ମିଳିଥାଏ ।
ତେବେ ଆପଣଙ୍କୁ କହି ଦିଆଯାଉଛି କି ସୁନ୍ଦର ଦେଖାଯାଉଥିବା ଏହି ବାସନ ଗୁଡିକରେ ରନ୍ଧା ଯାଉଥିବା ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏପରିକି ଏହା ମାରାତ୍ମକ କର୍କଟ ରୋଗର ମୁଖ୍ୟ କାରଣ ହୋଇଥାଏ । ତେବେ ଏହି କଡେଇରେ ପଲିଟାଟ୍ରାଫ୍ୟୁରୋଇଥାଇଲ ବ୍ୟବହାର ହୋଇଥାଏ । ଯାହାଫଳରେ ଏଥିରେ ତେଲ କମ ବ୍ୟବହାର ହେବା ସହ ଲାଗିକି ରୁହେ ନାହିଁ । କିନ୍ତୁ ଏଥିରେ ବ୍ୟବହାର ହେଉଥିବା ପିଟିଇଇ ଶରୀରର ପାଇଁ କ୍ଷତିକାରକ ବୋଲି ଏକ ଗବେଷଣାରୁ ଜଣାପଡିଛି ।
ଏହି ପିଟିଇଇ ଏକପ୍ରକାର ବିଷାକ୍ତ ପଦାର୍ଥରୁ ପ୍ରସ୍ତୁତ ହୋଇଥାଏ । ଯାହାଦ୍ବାରା ଲିଭର ସମସ୍ୟା, ଥାଇରଏଡ ଓ କିଡନୀ ଅସୁବିଧା ଉପୁଜିଥାଏ । ଯଦି ଆପଣ ନନଷ୍ଟିକ କଡେଇର ଅତ୍ୟଧିକ ବ୍ୟବହାର କରୁଛନ୍ତି ତେବେ ଏହାକୁ କମ ତାପମାତ୍ରାରେ ଖାଦ୍ୟ ରୋଷେଇ କରନ୍ତୁ । ଏହି ବାସନକୁ ପୂର୍ବରୁ ଗରମ କରନ୍ତୁ ନାହିଁ । ଏହାଛଡା ରୋଷେଇ ପରେ ବହୁତ ଜୋରରେ ଘସିକୁ ସଫା କରନ୍ତୁ ନାହିଁ ।