ETV Bharat / bharat

‘ଭୂମି ଅଧିଗ୍ରହଣ ବିଳମ୍ବ ଯୋଗୁଁ ଅଟକିଛି ବୁଲେଟ ଟ୍ରେନ ପ୍ରକଳ୍ପ ’

author img

By

Published : Dec 28, 2020, 8:26 AM IST

ମହାରାଷ୍ଟ୍ରରେ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ଯଦି ଡେରି ହୁଏ ତେବେ ପ୍ରଥମ ଚରଣରେ ଅହମ୍ମଦାବାଦ ଠାରୁ ବାପୀ (ଗୁଜୁରାଟ) ମଧ୍ୟରେ ବୁଲେଟ ଟ୍ରେନ ଚାଲିବ। ଅଧିକ ପଢନ୍ତୁ...

due to let of land acquisition bullet train project will stop
ଭୂମି ଅଧିଗ୍ରହଣ ବିଳମ୍ବ ଯୋଗୁଁ ବୁଲେଟ ଟ୍ରେନ ପ୍ରଜେକ୍ଟ ଅଟକିଛି; ଭାରତୀୟ ରେଳବାଇ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଯେମିତି ବି ହେଉ ବୁଲେଟ ଟ୍ରେନକୁ ଟ୍ରାକ୍‌ରେ ଛାଡିବା ପାଇଁ ପ୍ରୟାସ ଜାରି ରଖିଛି । ମହାରାଷ୍ଟ୍ରରେ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ଯଦି ଡେରି ହୁଏ ତେବେ ପ୍ରଥମ ଚରଣରେ ଅହମ୍ମଦାବାଦ ଠାରୁ ବାପୀ (ଗୁଜୁରାଟ) ମଧ୍ୟରେ ବୁଲେଟ ଟ୍ରେନ ଚାଲିବ। ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ବିନୋଦ କୁମାର ଯାଦବ ଏହି ବିଷୟରେ ସୂଚନା ଦେଇଛନ୍ତି।

ବିନୋଦ କୁମାର ଯାଦବ କହିଛନ୍ତି ଯେ, ଯଦି ମହାରାଷ୍ଟ୍ର ସରକାରଙ୍କ ତରଫରୁ ଭୂମି ଅଧିଗ୍ରହଣରେ ବିଳମ୍ବ ହୁଏ ତେବେ ପ୍ରଥମ ଚରଣରେ ଅହମଦାବାଦ ଠାରୁ ବାପୀ (ଗଜୁରାଟ) ମଧ୍ୟରେ ବୁଲେଟ ଟ୍ରେନ ଚାଲି ପାରିବ। ଭୂମି ଅଧିଗ୍ରହଣକୁ ମଞ୍ଜୁରୀ ମିଳେ ତେବେ 2ୟ ଚରଣରେ ବାପୀ ଠାରୁ ବାନ୍ଦ୍ରା ପର୍ଯ୍ୟନ୍ତ ବୁଲେଟ ଟ୍ରେନ ଦୌଡିବ।

ରେଳବାଇ ବୋର୍ଡ ଅନୁସାରେ, ମହାରାଷ୍ଟ୍ର ସରକାରଙ୍କ ସହିତ ଜମି ଅଧିଗ୍ରହଣକୁ ନେଇ ଲଗାତାର କଥାବାର୍ତ୍ତା ଚାଲିଛି। ମହାରାଷ୍ଟ୍ର ସରକାର ଆସନ୍ତା 4 ମାସ ମଧ୍ୟରେ 80% ଭୂମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହେବାର ଭରଷା ଦେଇଛନ୍ତି। ରେଲଓ୍ବେ ମନ୍ତ୍ରଣାଳୟ ସ୍ପଷ୍ଟ ଭାବେ କହିଛି ଯଦି ମହାରାଷ୍ଟ୍ର ସରକାର ସହଯୋଗ ନକରନ୍ତି ତେବେ, ବୁଲେଟ ଟ୍ରେନ 2ୟ ଚରଣରେ ଚଲାଯାଇପାରେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.