ETV Bharat / bharat

କୋରୋନା ଆତଙ୍କ: ସମସ୍ତ ପରୀକ୍ଷା ବାତିଲ କଲା ଦିଲ୍ଲୀ ବିଶ୍ବବିଦ୍ୟାଳୟ

author img

By

Published : Apr 10, 2020, 10:38 PM IST

ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଇଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିଶ୍ବବିଦ୍ୟାଳୟ ପକ୍ଷରୁ ହେବାକୁ ଥିବା ସମସ୍ତ ଥିୟୋରୀ ଓ ପ୍ରାକ୍ଟିକାଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

du postpones exams due to corona virus outbreak
କୋରୋନା ଆତଙ୍କ: ସମସ୍ତ ପରୀକ୍ଷା ବାତିଲ କଲା ଦିଲ୍ଲୀ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିଶ୍ବବିଦ୍ୟାଳୟ ପକ୍ଷରୁ ହେବାକୁ ଥିବା ସମସ୍ତ ଥିୟୋରୀ ଓ ପ୍ରାକ୍ଟିକାଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶାନାମା ଜାରି ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ବିଶ୍ବବିଦ୍ୟାଳୟ ପକ୍ଷରୁ ୱେବସାଇଟରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯେ, ନିୟମିତ କଲେଜ, ସ୍କୁଲ ଅଫ ଓପନ ଲର୍ଣ୍ଣିଂ ଏବଂ ଅଣ କଲେଜିଏଟ ମହିଳା ଶିକ୍ଷା ବୋର୍ଡର ଛାତ୍ରଛାତ୍ରୀଙ୍କ ସମସ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି । ପୂର୍ବରୁ ପରୀକ୍ଷା ପ୍ରସଙ୍ଗରେ ଜାରି କରାଯାଇଥିବା ବିଭିନ୍ନ ତାରିଖ ପ୍ରତ୍ୟାହାର କରାଯାଇଛି । ସେହିପରି କର୍ତ୍ତୃପକ୍ଷଙ୍କ ତରଫରୁ ନିୟମିତ ବ୍ୟବଧାନରେ ଅଫିସିଆଲ ୱେବସାଇଟ - www.exam.du.ac.in ଯାଞ୍ଚ ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି |

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 898 ଜଣ କୋରୋନା ପଜିଟିଭ ରହିଛନ୍ତି । ସେହିପରି କୋରୋନାରେ 13 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.