ETV Bharat / bharat

ନିଲମ୍ବିତ ଡିଏସପି ଦାବିନ୍ଦର ସିଂହଙ୍କ ବଢିଲା ପୋଲିସ ହେପାଜତ ଅବଧି

ହିଜବୁଲ-ମୁଜାହିଦ୍ଦିନର ଦୁଇଜଣ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଜମ୍ମୁ-କଶ୍ମୀର ପୋଲିସ ଅଧିକାରୀ ଦାବିନ୍ଦର ସିଂଙ୍କ ଗିରଫଦାରୀକୁ ଦିଲ୍ଲୀ କୋର୍ଟ ଏପ୍ରିଲ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 30, 2020, 4:38 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦାବିନ୍ଦର ସିଂହଙ୍କ ପୋଲିସ ହେପାଜତ ଅବଧିକୁ ବୃଦ୍ଧି କରାଯାଇଛି । ହିଜବୁଲ-ମୁଜାହିଦ୍ଦିନର ଦୁଇଜଣ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଜମ୍ମୁ-କଶ୍ମୀର ପୋଲିସ ଅଧିକାରୀ ଦାବିନ୍ଦର ସିଂଙ୍କ ଗିରଫଦାରୀକୁ ଦିଲ୍ଲୀ କୋର୍ଟ ଏପ୍ରିଲ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଦିଲ୍ଲୀର ପଟିଆଲା ହାଉସ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର ଜେନା କହିଛନ୍ତି, "ତଦନ୍ତକାରୀ ଅଧିକାରୀଙ୍କ କଥା ଶୁଣାଯିବା ସହ କାର୍ଡକୁ ଅନୁଧ୍ୟାନ କରାଯାଉଛି। ଅଧିକ ପଚରାଉଚରା ଏବଂ ଅନ୍ୟ ସହଯୋଗୀମାନଙ୍କୁ ଚିହ୍ନଟ କରିବା ଏବଂ ଅନ୍ୟ ସହ-ଅଭିଯୁକ୍ତମାନଙ୍କ ସହିତ ମୁକାବିଲା ପାଇଁ ପୋଲିସ ହେପାଜତକୁ ଅନୁମତି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ 24ରେ ଏହି ପୋଲିସ ହେପାଜତ ଅବଧିକୁ ପାସ କରାଯାଇଥିଲା ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜାନୁଆରୀ 11 ରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ଦୁଇଜଣ ଆତଙ୍କବାଦୀ - ନବଦ ବାବୁ ଛଦ୍ମନାମ ବାବର ଆଜାମ, ତାଙ୍କ ସହଯୋଗୀ ଆସିଫ ଅହମ୍ମଦ ଏବଂ ଜଣେ ସାଧାରଣ ନାଗରିକଙ୍କୁ ଘେରିଯିବା ସମୟରେ ଏହି ଅଧିକାରୀଙ୍କୁ ଜାବୁଡ଼ି ଧରିଥିଲା।

ଅନ୍ୟ ଏକ ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଜାମ୍ମୁ କାଶ୍ମୀରର ହିରା ନାଗର ଜେଲରୁ ଦିଲ୍ଲୀକୁ ଆସିଥିଲେ ଦାବିନ୍ଦର ସିଂହ ।

@IANS, ଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.