ETV Bharat / bharat

ଚଳନ୍ତା ଅଟୋରେ 2 ଛାତ୍ରୀଙ୍କୁ ଡ୍ରଗ୍ସ ଇଞ୍ଜେକସନ ଦେଲେ ଦୁର୍ବୃତ୍ତ - ଆସାମ

ଆସାମର ପାଣ୍ଡୁ କଲେଜରେ ପଢୁଥିବା 2 ଛାତ୍ରୀ ଅଟୋରେ ଯିବା ସମୟରେ କିଛି ଦୁର୍ବୁତ୍ତ ଜୋର ଜବରଦସ୍ତ ଡ୍ରଗ୍ସ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 22, 2019, 10:01 PM IST

ଗୌହାଟୀ: ଆସାମର ଗୌହାଟୀ ସ୍ଥିତ ମାଲିଗାଁଓ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । 2 ଜଣ ଛାତ୍ରୀ ଏକ ଅଟୋରେ କଲେଜରୁ ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ଜୋର ଜବରଦସ୍ତ ତାଙ୍କୁ ଡ୍ରଗ୍ସ ଇଞ୍ଜେକସନ ଦେଇଥିଲେ । ଯାହାଦ୍ବାରା ଉଭୟ ଛାତ୍ରୀ ଭୟଭୀତ ହୋଇ ଅଟୋରୁ ତଳକୁ ଡେଇଁ ପଡିଥିଲେ । ଉଭୟ ଅଟୋରୁ ପଡି ଗୁରୁତର ହୋଇଥିବାବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନା ମୁତାବକ, 2 ଜଣ ପାଣ୍ଡୁ କଲେଜରେ ଛାତ୍ରୀ । ଚଳନ୍ତା ଗାଡିରୁ ଡେଇଁପଡିବା ଯୋଗୁଁ ଆଉ ଡ୍ରଗ୍ସ ଇଞ୍ଜେକ୍ସନ ହେତୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟଜଣଙ୍କ ଦେହରେ ଗଭୀର ଆଘାତ ଲାଗିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ଦିଆଯାଇଥିବା ସତ୍ତ୍ବେବର୍ତ୍ତମାନ ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ । ଘଟଣାରେ ଅଟୋ ଡ୍ରାଇଭରକୁ ଅଟକ ରଖାଯାଇ ପଚରା ଉଚରା ଜାରି ରଖିଛି ପୋଲିସ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.