ETV Bharat / bharat

ହାଇପରସୋନିକ ମିସାଇଲ କ୍ୟାରିଅରର ସଫଳ ପରୀକ୍ଷଣ , ମୋଦି-ନବୀନଙ୍କ ଶୁଭେଚ୍ଛା

ଡିଆରଡିଓ ପକ୍ଷରୁ ସୋମବାର ଦେଶରେ ନିର୍ମିତ ହୋଇଥିବା ହାଇପରସୋନିକ ଟେକ୍ନୋଲଜି ଡେମନ‌ଷ୍ଟେଟର ଭେଇକଲ (ଏଚଏସଟିଡିବି)ର ସଫଳ ପରୀକ୍ଷଣ କରାଯାଇଛି। ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଟ୍ବିଟ କରି ସୂଚନା ଦେଇଛନ୍ତି ।

author img

By

Published : Sep 7, 2020, 3:31 PM IST

Updated : Sep 7, 2020, 8:34 PM IST

ହାଇପରସୋନିକ ଟେକ୍ନୋଲଜି ଡେମନ‌ଷ୍ଟେଟର ଭେଇକଲର ସଫଳ ପରୀକ୍ଷଣ କଲା ଡିଆରଡିଓ

ନୂଆଦିଲ୍ଲୀ: ସ୍ବଦେଶୀ ଅସ୍ତ୍ର ବିକଶିତ ତଥା ପ୍ରତିରକ୍ଷା ଅନୁସନ୍ଧାନ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ିଛି ଭାରତ। ଡିଆରଡିଓ ପକ୍ଷରୁ ସୋମବାର ଦେଶରେ ନିର୍ମିତ ହୋଇଥିବା ହାଇପରସୋନିକ ଟେକ୍ନୋଲଜି ଡେମନ‌ଷ୍ଟେଟର ଭେଇକଲ (ଏଚଏସଟିଡିବି)ର ସଫଳ ପରୀକ୍ଷଣ କରାଯାଇଛି। ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହାକୁ ବାଲେଶ୍ବରର ଡ. ଏପିଜେ ଅବଦୁଲ କଲାମ ଲଞ୍ଚ କମ୍ପ୍ଲେକ୍ସରୁ ପରୀକ୍ଷଣ କରାଯାଇଛି । ସକାଳ 11 ଟା 3 ମିନିଟ ସମୟରେ ଅଗ୍ନି ମିଶାଇଲ ଦ୍ବାରା ଏହାର ସଫଳ ପରୀକ୍ଷଣ ହୋଇଛି ।

ଏଚଏସଟଇଟିଡିବି ଏକ ମାନବରହିତ ସ୍କ୍ରାମଜେଟ୍ ଡେମୋନଷ୍ଟେ୍ରସନ ଏୟାରକ୍ରାଫ୍ଟ ଯାହା ହାଇପରସୋନିକ ସ୍ପିଡ ଫ୍ଲାଇଟ୍ ପାଇଁ ବ୍ୟବହୃତ ହେବ । ତେବେ ଏଚଏସଟିଡିବି ଭବିଷ୍ୟତରେ କେବଳ ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ତିଆରିରେ ବ୍ୟବହୃତ ହେବ ନାହିଁ ବରଂ ଏହା ସାହାଯ୍ୟରେ ଖୁବ୍ କମ୍ ମୂଲ୍ୟରେ ଉପଗ୍ରହ ଉତକ୍ଷେପଣ ମଧ୍ୟ ହୋଇପାରିବ। ଏହାକୁ କେବଳ ଦୀର୍ଘ ଦୂରତ୍ବ ମିଶାଇଲ ପାଇଁ ପ୍ରୟୋଗ କରାଯିବ ନାହିଁ, ବରଂ ଅନ୍ୟ ଉଦ୍ଦେଶ୍ୟ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଏହା ଘଣ୍ଟା ପ୍ରତି ୭,୩୫୦ କିମି ବେଗରେ ଗତି କରିବ। ତେବେ ମାତ୍ର ୨୦ ସେକେଣ୍ଡରେ ୩୨.୫ କିମି ଦୂର ଯାଇପାରିବ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ବିଟ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ବିଟ

ଏହା ପୂର୍ବରୁ ଜୁନ 2019ରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା । ତେବେ ସୋମବାର ଏଚଏସଟିଡିବିର ସଫଳ ପରୀକ୍ଷଣ ପରେ ଭାରତ ଆମେରିକା, ଋଷ ଏବଂ ଚୀନ ପରେ ଏହି ଟେକନୋଲୋଜି ଥିବା ଚତୁର୍ଥ ଦେଶ ହୋଇଛି ।

ହାଇପରସୋନିକ ଟେକ୍ନୋଲଜି ଡେମନ‌ଷ୍ଟେଟର ଭେଇକଲ (ଏଚଏସଟିଡିବି)ର ସଫଳ ପରୀକ୍ଷଣ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖବୁ କମ ଦେଶ ପାଖରେ ଏହି ସାମର୍ଥ୍ୟ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ

ତେବେ ଏହି ସଫଳତା ପରେ ପରବର୍ତ୍ତୀ ପର୍ଯ୍ୟାୟର ଅଗ୍ରଗତି ଆରମ୍ଭ ହୋଇଛି ବୋଲି ରାଜନାଥ ସିଂ କହିଛନ୍ତି । ଏଥି ସହିତ ଏହି ଅବସରରେ ସେ ଡିଆରଡିଓ ଏବଂ ଏହାର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତର ସ୍ବପ୍ନକୁ ପୂରଣ କରିବାରେ ଏହି ଅନୁଷ୍ଠାନ ନିୟୋଜିତ ଅଛି। ଏହି ଉପଲବ୍ଧି ପାଇଁ ଭାରତ ସେମାନଙ୍କ ଉପରେ ଗର୍ବ ଅନୁଭବ କରୁଛି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତା ପାଇଁ ଡିଆରଡିଓକୁ ଅଭିନନନ୍ଦନ ଜଣାଇଛନ୍ତି । ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ବଢାଇବ ବୋଲି ସେ କହିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି ଯେ ଏହି ଉଲ୍ଲେଖନୀୟ ସଫଳତା ଭାରତର ମହାକାଶ ଏବଂ ପ୍ରତିରକ୍ଷା କ୍ଷମତାକୁ ବହୁଗୁଣିତ କରିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ସ୍ବପ୍ନକୁ ସାକାର କରିବ ବୋଲି ସେ କହିଛନ୍ତି ।

Last Updated : Sep 7, 2020, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.