ETV Bharat / bharat

DRDO ସାନିଟାଇଜେସନ ଟେକ୍ନୋଲୋଜି, 50 ଲିଟରରେ 3 ହଜାର ସ୍କୋୟାର ମିଟର ଭୂତାଣୁ ନାଶ - କୋଭିଡ୍ 19 ମୁକାବିଲା

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସାନିଟାଇଜର୍ ଅଭାବ ପୂରଣ କରିବ ଡିଆରଡିଓ। ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଡିଫେନ୍ସ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଅର୍ଗାନାଇଜେସନ୍(ଡିଆରଡିଓ) ଅତ୍ୟାଧୁନିକ କୌଶଳରେ ସାନିଟାଇଜର୍ ମେସିନ୍ ପ୍ରସ୍ତୁତ କରିଛନ୍ତି । ଅଧିକ ଖବର ପଢନ୍ତୁ...

drdo-develops-equipment
ଡିଆର୍ଡିଓ ନୂଆ ସାନିଟାଇଜେସନ୍ ଟେକ୍ନୋଲୋଜି, 50 ଲିଟର୍ ଟ୍ୟାଙ୍କକୁ 3 ହଜାର ସ୍କୋୟାର୍ ମିଟର୍
author img

By

Published : Apr 4, 2020, 3:23 PM IST

ନୂଆଦିଲ୍ଲୀ: କୋଭିଡ୍-19 ମୁକାବିଲା ନିମନ୍ତେ ଦେଶ ପୁରାଦମରେ ଅଣ୍ଟା ଭିଡିଛି । ଉଭୟ ସରକାରୀ ଓ ଵେସରକାରୀ କ୍ଷେତ୍ରରେ ସାନିଟାଇଜେସନ୍ ଉପରେ ଗୁରୁତ୍ଵ ଦିଆଯାଉଛି । ତେଵେ ଏହି ସାନିଟାଇଜେସନ୍ ପାଇଁ ବଜାରରେ ଉପଲବ୍ଧ ହେଉଥିବା ସାନିଟାଇଜର୍ ଅନେକାଂଶରେ କାମ ଦେଉନଥିବା ଦେଖିବାକୁ ମିଳୁଛି ।

ମୁଖ୍ୟତଃ ଘର ଛାଡିଲେ, ସପିଂମଲ୍, ଅଫିସ୍, ରାସ୍ତା, ମେଡିକାଲ୍ ଭଳି ଅଧିକ କ୍ଷେତ୍ରଫଳ ଥିବା ସ୍ଥାନ ଗୁଡିକୁ ସାନିଟାଇଜ୍ କରିବା ପାଇଁ ସାନିଟାଇଜର୍ ଅଭାବ ପରିଲକ୍ଷିତ ହେଉଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆବଶ୍ଯକୀୟ ଓ ଉନ୍ନତମାନର ସାନିଟାଇଜର୍ ଆବଶ୍ୟକ ପଡୁଛି । ବଜାରରେ ଏହା ମିଳୁନଥିବାରୁ ଜନସାଧାରଣ ଅସୁବିଧାରେ ପଡୁଛନ୍ତି ।

ବିଶେଷଃ କରି ଡାକ୍ତରଖାନା କର୍ତ୍ତୃପକ୍ଷ ସାନିଟାଇଜର୍ ଅଭାବ ହେତୁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଡିଫେନ୍ସ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଅର୍ଗାନାଇଜେସନ୍(ଡିଆରଡିଓ) ଅତ୍ୟାଧୁନିକ କୌଶଳରେ ସାନିଟାଇଜର୍ ମେସିନ୍ ପ୍ରସ୍ତୁତ କରିଛନ୍ତି । ଦି ସେଣ୍ଟର୍ ଅଫ୍ ଏକ୍ସପ୍ଲୋସିଭ୍ ଆଣ୍ଡ୍ ଏନଭରମେଣ୍ଟ୍ ସେପ୍ଟି ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି ।

ସହରାଞ୍ଚଳର ବିସ୍ତୃତ ଏରିଆରେ ଏହି ମେସିନ୍ ସାହାର୍ଯ୍ୟରେ ଖୁବ୍ କମ୍ ସମୟରେ ସାନିଟାଇଜ କରାଯାଇ ପାରୁଛି । ବସଷ୍ଟାଣ୍ଡ, ମେଟ୍ରୋ ଠାରୁ ଆରମ୍ଭ କରି ଵିଭିନ୍ନ ପବ୍ଲିକ୍ ସ୍ଥାନ ଗୁଡିକରେ ଏହି ସାନିଟାଇଜର୍ ମେସିନ୍ ମାଧ୍ୟମରେ ପରିଵେଶରୁ ଭୂତାଣୁ ବିନାଶ କରାଯାଇ ପାରୁଛି । ତେବେ ଏ କ୍ଷେତ୍ରରେ ସରକାରୀ ସହଯୋଗ ମଧ୍ଯ ଯୋଗାଇ ଦିଆଯାଉଛି । ମୁଖ୍ୟତଃ ଗୋଟିଏ 50ଲିଟର ଟ୍ୟାଙ୍କ୍ ମାଧ୍ୟମରେ ପ୍ରାୟ 12ରୁ 15 ମିଟର ଦୂରତାକୁ ଭୂତାଣୁନାଶକ ସ୍ପ୍ରେ' କରାଯାଇ ପାରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.