ETV Bharat / bharat

‘ତୃତୀୟ ମେଣ୍ଟ ଜାଣିନି, ଆମେ କେବଳ ଗୋଟିଏ ମେଣ୍ଟ’

କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ତୃତୀୟ ମେଣ୍ଟ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି କହିଛନ୍ତି ଯେ ଆମେ କେବଳ ଗୋଟିଏ ମେଣ୍ଟ । ଅନ୍ୟ ମେଣ୍ଟ କଥା ଜାଣିନାହୁଁ ।

author img

By

Published : May 21, 2019, 3:13 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@ANI

ନୂଆଦିଲ୍ଲୀ: ତୃତୀୟ ମେଣ୍ଟକୁ ନେଇ ସାରା ଦେଶର ପାଣିପାଗ ଚଳଚଞ୍ଚଳ । ଏତେ ବର୍ଷ ଭିତରେ ପ୍ରଥମ ଥର ଏହି ମେଣ୍ଟ ବିଜେପି ଓ କଂଗ୍ରେସକୁ ଟକ୍କର ଦେବା ଭଳି ସ୍ଥିତିରେ ଅଛି । ତେବେ ମହାମେଣ୍ଟ ଦଳ ଉପରେ କୌଣସି ପ୍ରଭାବ ପକାଇବନି ବୋଲି ବିଜେପି କହି ଆସୁଥିବାବେଳେ ଏବେ କଂଗ୍ରେସ ଏନେଇ ପ୍ରତିକ୍ରିୟା ରଖିଛି ।

କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ତୃତୀୟ ମେଣ୍ଟ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି କହିଛନ୍ତି ଯେ ଆମେ କେବଳ ଗୋଟିଏ ମେଣ୍ଟ । ଅନ୍ୟ ମେଣ୍ଟ କଥା ଜାଣିନାହୁଁ । ଏବେ କଂଗ୍ରେସ କେବଳ ଗୋଟିଏ ମେଣ୍ଟ । ବାକି ଯାହା ନିଷ୍ପତ୍ତି ତାହା ସଭାପତି ରାହୁଲ ଗାନ୍ଧୀ ନେବେ । ସୋନିଆ ଗାନ୍ଧୀ ସମସ୍ତଙ୍କ ସହ ବୈଠକ କରିସାରିଛନ୍ତି । ଏହା ଉପରେ ଶେଷ ନିଷ୍ପତ୍ତି ରାହୁଲ ନେବେ ବୋଲି ସେ କହିଛନ୍ତି ।

ତେବେ ଆଉ ମାତ୍ର 3 ଦିନ ପରେ ଦେଶକୁ ମିଳିବ ସପ୍ତଦଶ ସରକାର । ଏଥିପାଇଁ ଚଳଚଞ୍ଚଳ ରାଜନୀତି ପାଣିପାଗ । ଆଶଙ୍କାରେ ନେତା ଓ ଉତ୍ସାହିତ ଜନତା । ଏଥର ନିର୍ବାଚନରେ 2ଟି ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପାଇଁ ବିପଦ ଭାବେ ଉଭା ହୋଇଛି ତୃତୀୟ ମେଣ୍ଟ ।

ନିର୍ବାଚନ ଆଗରୁ ବିଜେପି ଓ କଂଗ୍ରେସ ବିରୋଧରେ ଏକାଠି ହୋଇଥିଲେ ସମସ୍ତ ବିରୋଧୀ ଦଳ । ଆଉ ନିର୍ବାଚନ ସରୁ ସରୁ ମିଶନ ମହାମେଣ୍ଟରେ ଲାଗି ପଡିଛନ୍ତି ଅଧିକାଂଶ ବିରୋଧୀ ଦଳ ନେତା । ଏଥିପାଇଁ ବିଭିନ୍ନ ନେତାଙ୍କ ମଧ୍ୟରେ ଚାଲିଛି ସାକ୍ଷାତ ଆଲୋଚନା । ତେବେ ପ୍ରକୃତରେ ତୃତୀୟ ମେଣ୍ଟକୁ ବହୁମତ ମିଳିବ କି ନାହିଁ ଏବଂ କିଏ ପରବର୍ତ୍ତୀ ସରକାର ଗଢିବ ତାହା ଆସନ୍ତା 23ରେ ଜଣାପଡିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.