ETV Bharat / bharat

କମଲନାଥଙ୍କ 'ଆଇଟମ ବୟାନ': କଡା ନିନ୍ଦା କଲେ ରାହୁଲ

author img

By

Published : Oct 20, 2020, 4:35 PM IST

କମଲନାଥଙ୍କ ବୟାନ ବିରୋଧରେ କଡା ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କୌଣସି ବି ମହିଳାଙ୍କ ଏପରି ବ୍ୟବହାର ବର୍ଦାସ୍ତ କରାଯାଇନପାରେ ବୋଲି କହିଛନ୍ତି ରାହୁଲ । ଅଧିକ ପଢନ୍ତୁ...

କମଲନାଥଙ୍କ 'ଆଇଟମ ବୟାନ': କଡା ନିନ୍ଦା କଲେ ରାହୁଲ
କମଲନାଥଙ୍କ 'ଆଇଟମ ବୟାନ': କଡା ନିନ୍ଦା କଲେ ରାହୁଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଆଇଟମ ବୟାନକୁ ନେଇ ଜୋର ଧରିଛି ରାଜନୀତି । ଏହି ମଧ୍ୟରେ କମଲନାଥଙ୍କ ବୟାନ ବୋରୋଧରେ କଡା ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ ଗଣମାଧ୍ୟମ ସହ ଆଲୋଚନା କରି କମଲନାଥଙ୍କ ବୟାନ ବିରୋଧରେ ଅସହମତି ପ୍ରକାଶ କରିଛନ୍ତି । ରାହୁଲ କହିଛନ୍ତି ଯେ କୌଣସି ବି ମହିଳାଙ୍କ ଏପରି ବ୍ୟବହାର ବର୍ଦାସ୍ତ କରାଯାଇ ନପାରେ ।

ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଇମରତି ଦେବୀଙ୍କୁ କମଲନାଥ ଆଇଟମ କହିବା ନେଇ ରାହୁଲ କହିଛନ୍ତି ‘ମୋତେ ବ୍ୟକ୍ତିଗତ ଭାବରେ ଏପରି ଭାଷା ପସନ୍ଦ ନୁହେଁ । ମୁଁ ଏହାକୁ କଡା ନିନ୍ଦା କରୁଛି । ଯେଉଁପରି ଭାବରେ ଆମେ ମହିଳାଙ୍କ ସହ ବ୍ୟବହାର କରୁଛୁ, ଏଥିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଆମ ମହିଳା ଆମ ଗୌରବ ।’

ଏହା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କମଲନାଥଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷେ କମଲନାଥ ଏହା ଉପରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ସୋନିଆଙ୍କୁ ଲେଖାଯାଇଥିବା ଚିଠିରେ ଅନେକ ମିଛ ରହିଛି । ଯେଉଁ ଶବ୍ଧକୁ ନେଇ ଇଙ୍ଗିତ କରାଯାଉଛି, ଏହାର ଅନେକ ଅର୍ଥ ରହିଛି ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଶିବରାଜ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଇମରତୀ ଦେବୀଙ୍କୁ ଏକ ସଭାରେ ଆଇଟମ କହି ସମ୍ବୋଧିତ କରିଥିଲେ । ଯାହାକୁ ନେଇ ଜୋର ଧରିଛି ରାଜନୀତି । ମଧ୍ୟପ୍ରଦେଶର ଉପନିର୍ବାଚନ ଲାଗି ପ୍ରଚାର ପ୍ରସାର ସମୟରେ ଏକ ରାଲିରେ ଯୋଗଦେଇ ଶିବରାଜ ସିଂ ଚୌହାନ କଂଗ୍ରେସ ନେତା କମଲନାଥଙ୍କ ମନ୍ତବ୍ୟ ଉପରେ ଟାର୍ଗେଟ କରିଥିଲେ । ଭାରତୀୟ ନିର୍ବାଚୟ ଆୟୋଗ ମଧ୍ୟ କମଲନାଥଙ୍କ ମନ୍ତବ୍ୟ ଉପରେ ମଧ୍ୟପ୍ରଦେଶ ନିର୍ବାଚନ କମିଶନ ଆୟୋଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.