ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ମତଦାନ ପରେ ଭୋଟ୍ ଗଣନା ଜାରି ରହିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରି ଏକ ବଡ ଅଭିଯୋଗ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ରେ ଲେଖିଛନ୍ତି ଯେ ଆମେ ଏକ ବଡ ବିଜୟ ଆଡକୁ ଯାଉଛୁ କିନ୍ତୁ ବିରୋଧୀ ଭୋଟ୍ ଚୋରି କରିବାକୁ ଚେଷ୍ଟା କରୁଛି।
ସେ ଏହା ମଧ୍ୟ ଲେଖିଛନ୍ତି ଯେ ଆମେ ବିରୋଧୀଙ୍କୁ ଏହା କରିବାକୁ ଦେବୁ ନାହିଁ । ମତଦାନ ବନ୍ଦ ହେବାପରେ ଭୋଟ୍ ଦିଆଯାଇପାରିବ ନାହିଁ । ଏହା ସହ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ଜନତାଙ୍କୁ ସମ୍ବୋଧନ କରିବେ । ପ୍ରକାଶଥାଉକି, ବର୍ତ୍ତମାନ ଜୋ ବିଡେନ୍ ଆଗରେ ଅଛନ୍ତି । ଏବେ ସୁଦ୍ଧା ବିଡେନ 223 ଭୋଟ୍ ପାଇଥିବା ବେଳେ ଟ୍ରମ୍ପ 174 ଭୋଟରେ ପଛୁଆ ଅଛନ୍ତି ।