ETV Bharat / bharat

ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଝିଅ-ଜ୍ବାଇଁ ଆସିବେ ଭାରତ

ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ଜ୍ବାଇଁ ଜାରେଡ କୁଶନର ମଧ୍ୟ ଭାରତ ଆସିବେ ବୋଲି ଜାଣିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Feb 21, 2020, 6:44 PM IST

donald-trump-s-india-visit
ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ: ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପଟେ ନୂଆଦିଲ୍ଲୀଠୁ ଆରମ୍ଭ କରି ଅହମଦାବାଦ ପର୍ଯ୍ୟନ୍ତ ତାଙ୍କର ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ ମଧ୍ୟ ଭାରତ ଗସ୍ତରେ ଆସିବେ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ତେବେ ବର୍ତ୍ତମାନ ଟ୍ରମ୍ପଙ୍କ ସହ ତାଙ୍କ ଝିଅ ଏବଂ ଜ୍ବାଇଁ ମଧ୍ୟ ଭାରତ ଆସିବେ ବୋଲି ସୂଚନା ମିଳିଛି ।

24 ତାରିଖରେ ଟ୍ରମ୍ପଙ୍କ ସହ ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ଜ୍ବାଇଁ ଜାରେଡ କୁଶନର ଭାରତ ଆସିବେ ବୋଲି ଅଫିସିଆଲ ସୂତ୍ରରୁ ପ୍ରକାଶ ପାଇଛି । ତେବେ ଟ୍ରମ୍ପଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ମଧ୍ୟ ଭାରତ ଗସ୍ତରେ ଆସିବେ । ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳରେ ଇଭାଙ୍କା ଓ ଜାରେଡ ରହିଛନ୍ତି । ଯଦି ଇଭାଙ୍କା ଟ୍ରମ୍ପ ଚଳିତ ଥର ଭାରତ ଆସନ୍ତି ତାହେଲେ ଏହା ତାଙ୍କର ଦ୍ବିତୀୟ ଭାରତ ଗସ୍ତ ହେବ । ଏହା ପୂର୍ବରୁ ସେ ଏକ ଗ୍ଲୋବାଲ ଇଭେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ହାଇଦ୍ରାବାଦ ଆସିଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସେପଟେ ଅହମଦାବାଦ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ମୋଦି ଏବଂ ଟ୍ରମ୍ପଙ୍କର ଏକ ବିଶାଳ ରୋଡ ଶୋ’ ହେବ । ଏହି ରୋଡ ଶୋରେ ଟ୍ରମ୍ପଙ୍କ ସ୍ବାଗତ ପାଇଁ ୧ କୋଟି ଲୋକ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ତାଙ୍କୁ ୭୦ ଲକ୍ଷ ଲୋକ ସ୍ବାଗତ କରିବା ପାଇଁ ଉପସ୍ଥିତ ରହିବେ ବୋଲି ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.