ETV Bharat / bharat

‘ନମସ୍ତେ ଟ୍ରମ୍ପ’ର ଭବ୍ୟ ଆୟୋଜନ, ଉତ୍କଣ୍ଠା ବଢାଉଛି ପ୍ରସ୍ତୁତି ଭିଡ଼ିଓ

author img

By

Published : Feb 20, 2020, 2:16 PM IST

24 ତାରିଖରେ ଅହମ୍ମଦାବାଦ ବିମାନବନ୍ଦରରେ ପାଦ ରଖିବେ ଡୋନାଲ୍ଡ ଟ୍ରମ୍ପ । ବିଶ୍ବର ଏହି ଶକ୍ତିଶାଳୀ ରାଷ୍ଟ୍ର ନେତାଙ୍କୁ ସ୍ବାଗତ କରିବା ପାଇଁ ଭବ୍ୟ ଆୟୋଜନ କରୁଛି ଭାରତ । ଅହମ୍ମଦାବାଦ ପ୍ରଶାସନ ଜାରି କରିଥିବା ଏହି ଭିଡ଼ିଓ ଦ୍ବିଗୁଣ କରିଛି ଉତ୍କଣ୍ଠା । ଅଧିକ ପଢନ୍ତୁ...

donald-trump
donald-trump

ଅହମ୍ମଦାବାଦ: ଆଉ ମାତ୍ର ଦୁଇ ଦିନ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି । 24 ତାରିଖରେ ଅହମ୍ମଦାବାଦ ବିମାନବନ୍ଦରରେ ପାଦ ରଖିବେ ଡୋନାଲ ଟ୍ରମ୍ପ । ବିଶ୍ବର ଏହି ଶକ୍ତିଶାଳୀ ରାଷ୍ଟ୍ର ନେତାଙ୍କୁ ସ୍ବାଗତ କରିବା ପାଇଁ ଭବ୍ୟ ଆୟୋଜନ କରୁଛି ଭାରତ । ଏହି ସ୍ବାଗତ କିପରି ଏବଂ କେମିତି କରାଯିବ ସେନେଇ ସମଗ୍ର ବିଶ୍ବବାସୀଙ୍କ ମନରେ ବଢିଛି ଉତ୍କଣ୍ଠା । ସେପଟେ ଅହମ୍ମଦାବାଦ ପ୍ରଶାସନ ଟ୍ରମ୍ପକୁ ଭବ୍ୟ ସ୍ବାଗତ ନେଇ ଏକ ଭିଡ଼ିଓ ରିଲିଜ କରିଛି । ଯାହା ଉତ୍କଣ୍ଠାକୁ କରିଛି ଦ୍ବିଗୁଣ ।

@AmdavadAMC

ଅହମଦାବାଦର ସର୍ଦ୍ଦାର ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ଅହମଦାବାଦ ବିମାନ ବନ୍ଦରରୁ ସାବରମତୀ ଆଶ୍ରମ ପର୍ଯ୍ୟନ୍ତ ପ୍ରାୟ ୭କିମିର ଏକ ରୋଡ୍‌ ସୋ ରେ ଆସିବେ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦି । ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଏକ ଲକ୍ଷ ଲୋକଙ୍କ ସମାଗମ କରୁଛନ୍ତି ଗୁଜୁରାଟ ସରକାର।

ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ହେବେ 10 ହଜାର ସୁରକ୍ଷା କର୍ମୀ । ଯେଉଁଥିରେ ରହିଛନ୍ତି 200 ଇନସ୍ପେକ୍ଟର, 800 ସବ୍‌ ଇନସ୍ପେକ୍ଟର ଏବଂ 65 ଜଣ ଆସିଷ୍ଟାଣ୍ଟ କମିଶନର। ସେପଟେ ସର୍ଦ୍ଦାର ଷ୍ଟାଡ଼ିୟମର ପ୍ରସ୍ତୁତି କାର୍ଯ୍ୟ ସରିଥିବାବେଳେ ରୋଡ ସୋ ହେବାକୁ ଥିବା ରାସ୍ତାର ଉଭୟ ପାର୍ଶ୍ବକୁ ଚିତ୍ରିତ କରୁଛି ଅହମ୍ମଦାବାଦ ପ୍ରଶାସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.