ETV Bharat / bharat

ଆପଣଙ୍କ ହୃଦୟକୁ ଭଲ ରଖିବ ପୋଷା କୁକୁର - ହୃଦୟ

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ଗୃହ ପାଳିତ ପଶୁ ଭାବେ କୁକୁର ପାଳନ୍ତି ସେମାନେ ଶାରୀରିକ ସ୍ତରରେ ଅଧିକ ଚଞ୍ଚଳ, ତାଙ୍କ ଆହାର ଅଧିକ ପୁଷ୍ଟିକର ଓ ତାଙ୍କ ରକ୍ତ ଶର୍କରା ମଧ୍ୟ ସାମନ୍ୟ ସ୍ତରରେ ରହିଥାଏ ବୋଲି କହିଛନ୍ତି ଇଟାଲି କାଟାନିଆ ବିଶ୍ବବିଦ୍ୟାଳୟ ଓ ବ୍ରନୋର ଆନେସ ୟୁନିଭରସିଟି ହସପିଟାଲର International Clinical Research Center ସହ ଜଡିତ ଗବେଷକ ଆଣ୍ଡ୍ରିଆ ମଉଗେରୀ।

ପ୍ରତିକାତ୍ମକ ଫଟୋ
author img

By

Published : Sep 11, 2019, 5:45 PM IST

ହାଇଦ୍ରାବାଦ: ଯଦି ଆପଣ ସୁସ୍ଥ ହୃଦୟଟିଏ ଚାହୁଁଛନ୍ତି ତେବେ ପଶୁଟିଏ ନିଶ୍ଚୟ ପାଳନ୍ତୁ । ଖାସ କରି ପଶୁଟି ଯଦି କୁକୁର ହୁଏ ତେବେ ଆହୁରି ଭଲ । କାର୍ଡିଓଜାଇଭ ବ୍ରନୋ 2030ର ପ୍ରଥମ ଅଧ୍ୟୟନରୁ ଏ ବିଷୟରେ ଜଣାପଡିଛି । ଏହି ଅଧ୍ୟୟନରେ ପଶୁ ଉପରେ ପ୍ରଭୁତ୍ବ ବିଶେଷ କରି କୁକୁର ଉପରେ ପ୍ରଭୁତ୍ବ ସହ ହୃଦୟ ରୋଗ କାରକ, ହୃଦୟ ରୋଗ ଚିକିତ୍ସା ଓ ହୃଦୟ ସ୍ବାସ୍ଥ୍ୟ ସମ୍ପର୍କରେ ତର୍ଜମା କରାଯାଇଛି । ଏହି ତର୍ଜମାର ପରିଣାମ ମେୟୋ କ୍ଲିନିକ ପ୍ରୋସିଡିଙ୍ଗସରେ ପ୍ରକାଶିତ ହୋଇଛି । ଯାହା ହେଲା ଉଦ୍ଭାବନ, ଗୁଣବତ୍ତା, ଓ ଫଳାଫଳ।

2013 ଜାନୁଆରୀରୁ 2014 ଡିସେମ୍ବର ମଧ୍ୟରେ ଏହି ଅଧ୍ୟୟନ ପ୍ରଥମ କରି ବ୍ରନୋ ଓ ଚେକ ରିପବ୍ଲିକର ପ୍ରାୟ 2000ଟି ବିଷୟ ଉପରେ ବେସଲାଇନ ସ୍ବାସ୍ଥ୍ୟ ଓ ସାମାଜିକ-ଅର୍ଥନୈତିକ ସୂଚନା ଉପରେ ସିଦ୍ଧାନ୍ତ ଦେଇଥିଲା। ଏହା ପରେ 2030 ପର୍ଯ୍ୟନ୍ତ ପ୍ରତି 5 ବର୍ଷ ଅନ୍ତରାଳରେ ଏହାର ପରବର୍ତ୍ତୀ ମୂଲ୍ୟାଙ୍କନ କରାଯିବ।

2019 ମୂଲ୍ୟାଙ୍କନ ଅନୁସାରେ ହୃଦରୋଗ ଜନିତ କୌଣସି ଇତିହାସ ନଥିବା 1769 ଜଣ ବ୍ୟକ୍ତିଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଏହାପରେ ତାଙ୍କୁ ଆମେରିକାନ ହାର୍ଟ ଆସୋସିଏସନ ଦ୍ବାରା ଉଲ୍ଲେଖ କରାଯାଇଥିବା 7ଟି ସରଳ ଜୀବନ ଆଦର୍ଶ ଅନୁଯାୟୀ ତାଙ୍କୁ ମୂଲ୍ୟାଙ୍କନ କରାଯାଇଥିଲା । ଜୀବନ ଆଦର୍ଶ ଗୁଡିକ ହେଲା ସମ୍ପୂର୍ଣ୍ଣ ଶରୀରର ଇଣ୍ଡେକ୍ସ, ଆହାର, ଶାରୀରିକ ଗତିବିଧି, ଧୂମପାନ ସ୍ଥିତି, ରକ୍ତଚାପ, ରକ୍ତ ଶର୍କରା ଓ ସମୁଦାୟ କୋଲଷ୍ଟ୍ରୋଲ ।

ଏହି ଅଧ୍ୟୟନରେ ପାଳିତ ପଶୁ ଥିବା ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସହ ପାଳିତ ପଶୁ ନଥିବା ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସହ ତୁଳନା କରାଯାଇଛି । ଏହାପରେ ପୋଷା କୁକୁର ଥିବା ଲୋକଙ୍କ ସହ ଅନ୍ୟ ପାଳିତ ପଶୁ ଥିବା ଲୋକ ଓ ପାଳିତ ପଶୁ ନଥିବା ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ତୁଳନା କରାଯାଇଛି ।

‘ତେବେ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନଙ୍କର ଗୃହ ପାଳିତ ପଶୁ ଅଛନ୍ତି ସେମାନେ ଶାରୀରିକ ସ୍ତରରେ ଅଧିକ ଚଞ୍ଚଳ, ତାଙ୍କ ଆହାର ଅଧିକ ପୁଷ୍ଟିକର, ଓ ତାଙ୍କ ରକ୍ତ ଶର୍କରା ମଧ୍ୟ ସାମନ୍ୟ ସ୍ତରରେ ରହିଥାଏ’ ବୋଲି କହିଛନ୍ତି ଇଟାଲି କାଟାନିଆ ବିଶ୍ବବିଦ୍ୟାଳୟ ଓ ବ୍ରନୋର ଆନେସ ୟୁନିଭରସିଟି ହସପିଟାଲର International Clinical Research Center ସହ ଜଡିତ ଗବେଷକ ଆଣ୍ଡ୍ରିଆ ମଉଗେରୀ ।

‘ବୟସ, ଲିଙ୍ଗ ଓ ଶିକ୍ଷାଗତ ସ୍ତରରୁ ସ୍ବତନ୍ତ୍ର ରହି ଯେଉଁ ବ୍ୟକ୍ତିଙ୍କ ପାଖରେ କୁକୁରଙ୍କ ସ୍ବାମୀତ୍ବ ରହିଥିଲା ସେମାନେ ପାଳିତ ପଶୁ ଠାରୁ ମିଳୁଥିବା ସବୁଠାରୁ ଅଧିକ ଲାଭ ପାଇଥାନ୍ତି।’

ଏହି ଅଧ୍ୟୟନ କୁକୁରଙ୍କ ସ୍ବାମୀତ୍ବ ଓ ହୃଦୟ ସ୍ବାସ୍ଥ୍ୟ ମଧ୍ୟରେ ଥିବା ସଂଯୋଗକୁ ଦର୍ଶାଇ ଥାଏ । ଆମେରିକାନ ହାର୍ଟ ଆସୋସିଏସନର ବୈଜ୍ଞାନିକଙ୍କ କହିବା ଅନୁସାରେ ଆପଣ ଯଦି କୁକୁରର ମାଲିକ ହୋଇଥାନ୍ତି ତେବେ ଏହା ଆପଣଙ୍କ ଶାରୀରିକ ଗତିବିଧି, ବିନିଯୋଗ ଓ ହୃଦୟ ରୋଗ ଜନିତ ବିପଦକୁ କମ କରିବାରେ ସାହାଯ୍ୟ କରେ।

ଡା. ମୁଗେରୀ କହିଛନ୍ତି ଯେ, ହୃଦୟ ସ୍ବସ୍ଥ୍ୟକୁ ଅଧିକ ଭଲ କରିବାକୁ ହେଲେ ଜଣେ ବ୍ୟକ୍ତି ଏକ ସମ୍ଭାବିତ ରଣନୀତି ଭାବେ ଗୋଟିଏ ପଶୁକୁ ପାଳନ କରିପାରିବେ, କିଣି ପାରିବେ ବା ନିଜର କରି ପାରିବେ । କାରଣ ଏହା ତାଙ୍କର ହୃଦୟ ସ୍ବାସ୍ଥ୍ୟକୁ ଅଧିକ ସୁସ୍ଥ ରଖିବା ସହ ଶାରିରୀକ ଭାବେ ଅଧିକ ସକ୍ରିୟ କରାଇଥାଏ।

ପୋଷା କୁକୁର ଟିଏ ଥିଲେ ଆପଣ ତାକୁ ବୁଲାଇବାକୁ ନିଅନ୍ତି, ତାସହ ଖେଳନ୍ତି ଯାହା ଆପଣଙ୍କ ଶରୀର, ହୃଦୟ ଓ ମସ୍ତିସ୍କକୁ ଅଧିକ ସକ୍ରିୟ ରଖିବାରେ ସାହାଯ୍ୟ କରେ ବୋଲି କହିଛନ୍ତି ରୋଚେଷ୍ଟର ମାୟୋ କ୍ଲିନିକ ଡିଭିଜନ ଅଫ ପ୍ରିଭେଣ୍ଟିଭ କାର୍ଡିଓଲୋଜିର ଏମଡି ଫ୍ରାନସିସ୍‌କୋ ଲୋପେଜ ଜିମେନେଞ୍ଜ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.