ETV Bharat / bharat

ଡାକ୍ତରଙ୍କ ଅସାବଧାନତା, ନାକ ବଦଳରେ କଲେ ହାର୍ଣ୍ଣିଆ ଅପରେସନ - nasal

ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ଭାବେ ଲୋକେ ମାନନ୍ତି । ଆଉ ମରଣ ମୁହଁରୁ ବଞ୍ଚାନ୍ତି ବୋଲି ରହିଛି ବିଶ୍ବାସ। ହେଲେ ସେହି ଡାକ୍ତର ମଧ୍ୟ ମରଣ ମୁହଁକୁ ଠେଲି ଦିଅନ୍ତି ବୋଲି ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଡାକ୍ତରବାବୁଙ୍କ ଟିକିଏ ଅସାବଧାନତା ଯୋଗୁଁ ଏବେ ମରଣ ମୁହଁରେ ନାବାଳକ। ଏପରି ଘଟଣା ଦେଖିବାକୁ ମିଳିଛି କେରଳରେ। ନାକ ବଦଳେ ପେଟରେ ହାର୍ଣ୍ଣିଆ ଅସ୍ତ୍ରୋପ୍ରଚାର କରିଛନ୍ତି ଡାକ୍ତର।

ପ୍ରତିକାତ୍ମକ ଫଟୋ
author img

By

Published : May 24, 2019, 10:27 PM IST

ଥିରୁବନନ୍ତପୁରମ : ପୁଣି ପଦାରେ ପଡିଲା ଡାକ୍ତରଙ୍କ ଅବହେଳା । ନାକ ବଦଳରେ କଲେ ହାର୍ଣ୍ଣିଆ ଅସ୍ତ୍ରୋପ୍ରଚାର । ଏପରି ଅଜବ ଘଟଣା ଦେଖିବାକୁ ମିଳିଛି କେରଳର ମଲପୁରମ ଜିଲ୍ଲାରେ । କୁରୁଭାରାକୁଣ୍ଡୁ ଅଞ୍ଚଳର 7 ବର୍ଷିୟ ବାଳକର ନାକ ପୀଡା ଅସହ୍ୟ ହେବାରୁ ମାତାପିତା ଡାକ୍ତରଖାନା ନେଇଥିଲେ। ଆଉ ଡାକ୍ତର ଅପରେସନ ପାଇଁ କହିଥିଲେ। ହେଲେ ଡାକ୍ତର ଭୁଲ ବଶତଃ ନାବାଳକର ହାର୍ଣ୍ଣିଆ ଅପରେସନ କରିଦେଇଥିଲେ ।

ତେବେ ଅପରେସନ ପରେ ପୁଅର ନାକ ନୁହେଁ ପେଟରେ ଅପରେସନ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମାତାପିତା । ତେବେ ଘଟଣା ପଦାକୁ ଆସିବାରୁ ଜଣାପଡିଲା ଯେ, ସମାନ ନାମ ଯୋଗୁଁ ଏପରି ଘଟିଛି । ତେବେ ଏହି ଘଟଣାରେ ଡାକ୍ତରଙ୍କ ଏପରି ଅବହେଳା ଯୋଗୁଁ ଅସନ୍ତୋଷ ଦେଖାଦେଇଛି। ଏହାସହ ମାନବଧିକାର କମିଶନ ପକ୍ଷରୁ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରାଯାଇଛି।

ଏପଟେ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ମଧ୍ୟ ସଂପୃକ୍ତ ଡାକ୍ତରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବ ବୋଲି ସୂଚନା ଦେଇଛନ୍ତି । ଏହାସହ ନାବାଳକ ପାଇଁ ଆଗାମୀ ଚିକିତ୍ସାର ସମସ୍ତ ଖର୍ଚ୍ଚ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହନ କରାଯିବ ବୋଲି ଘୋଷଣା କରିଛନ୍ତି ।

ଟ୍ରେନ୍ ରେ ଯବାନ ଙ୍କ ଦ୍ୱାରା ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ଆଣିଲେ ଯୁବତୀଙ୍କ ପରିବାର ଵର୍ଗ । ଆଜି କୋରାପୁଟ ପହଁଚିଥିବା ହୀରାଖଣ୍ଡ ଏକ୍ସପ୍ରେସ ରେ ଗତକାଲି ରାତିରେ ବ୍ରହ୍ମପୁରରୁ  ଜୟପୁର ଆସିବା ପାଇଁ ଜଣେ ଯୁବତୀ ତାଙ୍କ ବାପାଙ୍କ ସହିତ ଶିତତାପ ନିୟନ୍ତ୍ରିତ ବଗିରେ ଯାତ୍ରା ଆରମ୍ଭ କଲେ । ଶାରୀରିକ ଭାବେ ଅସୁସ୍ଥ ଥିବା ବାପାଙ୍କ କହିବା ଅନୁଯାଇ  ଆଜି ପାହାନ୍ତିଆ ସାଢ଼େ ତିନିଟା ବେଳେ ସେହି ବଗିରେ ଯାତ୍ରା କରୁଥିବା ଏକ ଯବାନ ତାଙ୍କ ଝିଅ ଶୋଇଥିବା ବେଳେ ଅସଦାଚରଣ କରିଥିଲା । ତେବେ ଝିଅଟି ବାପାଙ୍କୁ କିଛି କହିନପାରି ପାଇଖାନା ଭିତରକୁ ଯାଇ ତା ମାଆଙ୍କୁ ଏହି କଥା ଫୋନ କରି ଜଣାଇଲା । ଜୟପୁରରେ ରହୁଥିବା ଝିଅର ମାମୁଁ କୋରାପୁଟ ରେଳ ଷ୍ଟେସନ ରେ ଆରପିଏଫ କୁ ଏହି କଥା ଜଣାଇବା ପରେ କୋରାପୁଟ ରେଳ ଷ୍ଟେସନ ରେ ହୀରାଖଣ୍ଡ ଏକ୍ସପ୍ରେସ ପହଂଚିବା ପରେ  ଆରପିଏଫ ସେହି ଯବାନ କୁ ବଗି ମଧ୍ୟରୁ ବାହାର କରି ଆରପିଏଫ ଥାନାକୁ ନେଲେ । ସେଠାରେ ଝିଅର ବାପା ଅଭିଯୋଗ କରିବା ପରେ ଯବାନ ବିରୁଦ୍ଧରେ କେସ ଦାଏର କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଆରପିଏଫ ଥାନାଧିକାରୀ ଏ. ବେହେରା ଜଣାଇଛନ୍ତି । କୋରାପୁଟ ଅଂଚଳ ରେ  ସୁରକ୍ଷା ଯୋଗାଇଦେବା ପାଇଁ  ବର୍ତମାନ ଯବାନଙ୍କ ଅନେକ ତାଲିମ କେନ୍ଦ୍ର ଓ କ୍ୟାମ୍ପ ଖୋଲା ଯାଉଥିବା ବେଳେ ରେଳଯାତ୍ରା କରୁଥିବା ସମୟରେ ସେହି ଯବାନଙ୍କ ଦ୍ୱାରାଏହି ପରି ଅସଦାଚରଣ କରାଯିବା ଘଟଣା ନାରୀ ସୁରକ୍ଷା ଦିଗରେ ବିରାଟ ପ୍ରଶ୍ନ ସ୍ରୁଷ୍ଟି କରିଛି ।
.........
Byte : Father
Byte : A.Behera , RPF station in charge , Koraput
P2C : Santakar
...........

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.