ETV Bharat / bharat

'ଲୋକସଭାକୁ କୀର୍ତ୍ତନ ସଭା କରିବାକୁ ଚାହୁଁଛନ୍ତି ମୋଦି' - loksabha polls

ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ବାକି ବେଳେ ମୋଦି ଜାଣିଶୁଣି ଗୁମ୍ଫାରେ ଧ୍ୟାନମଗ୍ନ ହୋଇଥିଲେ । ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ପାଇଁ ସେ ଏଭଳି କରିଥିବା ଅଭିଯୋଗ ଆଣିଛନ୍ତି ଲୋକତାନ୍ତ୍ରିକ ଜନତା ଦଳର ନେତା ଶରଦ ଯାଦବ ।

ଫାଇଲ ଫଟୋ
author img

By

Published : May 20, 2019, 10:16 AM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ବାକି ବେଳେ ମୋଦି ଜାଣିଶୁଣି ଗୁମ୍ଫାରେ ଧ୍ୟାନମୁଗ୍ଧ ହୋଇଥିଲେ । ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ପାଇଁ ସେ ଏଭଳି କରିଥିବା ଅଭିଯୋଗ କରିଛନ୍ତି ଲୋକତାନ୍ତ୍ରିକ ଜନତା ଦଳର ନେତା ଶରଦ ଯାଦବ ।

ମୋଦି କେଦାରନାଥ ମନ୍ଦିର ଯାଇ ଧ୍ୟାନ କରିଥିଲେ ଏବଂ ଏହାକୁ କଭର କରିବାକୁ ଗଣମାଧ୍ୟମକୁ ଅନୁମତି ଦେଇଥିଲେ । ଦୁନିଆର ସବୁଠୁ ବଡ ଲୋକତନ୍ତ୍ରର ପ୍ରଧାନମନ୍ତ୍ରୀ ଗୁମ୍ଫାରେ ବସୁଛନ୍ତି । ଗୁମ୍ଫାରେ ବସି ସେ କ'ଣ ପାଇଲେ ? କ'ଣ ଆବିଷ୍କାର କରିବାକୁ ସେ ଗୁମ୍ଫା ମଧ୍ୟରେ ବସିଥିଲେ ? ସେ କ'ଣ ଲୋକସଭାକୁ କୀର୍ତ୍ତନ ସଭାରେ ପରିଣତ କରିବାକୁ ଚାହୁଁଛନ୍ତି କି ବୋଲି ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଶରଦ ଯାଦବ ।

ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ସରିବା ପରେ ଶନିବାର କେଦାନନାଥର ଏକ ଗୁମ୍ଫାରେ ଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଇଛି ।

Intro:Body:

dsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.