ETV Bharat / bharat

ଦିପାବଳୀରେ ଭୁଲରେ ବି କରନ୍ତୁନି ଏହି କାମ, ନହେଲେ ମିଳିବ ଲକ୍ଷ୍ମୀଙ୍କ ରୋଷ

ଆଲୋକର ପର୍ବ ଦିପାବଳୀ । ରାମଙ୍କର ଅଯୋଧ୍ୟା ଫେରିବା ଖୁସିରେ ଦିପାବଳୀ ପର୍ବ ପାଳନ କରାଯାଇଥିଲା । ସେବେଠାରୁ ଏହାକୁ ସମଗ୍ର ଦେଶ ପାଳନ କରିଆସୁଛି । ଏହିଦିନ ମିଠା ପିଠା ସହ ରଙ୍ଗବେରଙ୍ଗ ଆଲୋକମାଳା, ବିଭିନ୍ନ ଦୀପ ଆଉ ଆତସବାଜିରେ ଝଲସି ଉଠେ ପୁରପଲ୍ଲୀ । ତେବେ ଆସନ୍ତୁ ଜାଣିବା ଏହି ଦିନ କି କାମ କରିବେ ଆଉ କଣ ନକରିବେ । ଅଧିକ ପଢନ୍ତୁ...

author img

By

Published : Oct 11, 2019, 1:15 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଅକ୍ଟୋବର 27ରେ ସମଗ୍ର ଦେଶ ପାଳିବ ଦିପାବଳୀ ପର୍ବ । ଏହି ଦିନ ମା' ଲକ୍ଷ୍ମୀ ଓ ଗଣେଶଙ୍କୁ ପୂଜା କରାଯାଇଥାଏ । ସର୍ବତ୍ର ମହାଲକ୍ଷ୍ମୀଙ୍କୁ ସ୍ବାଗତ କରିବା ପାଇଁ ଦୀପ ଲଗାଇ ଆଲୋକରେ ସୁସଜ୍ଜିତ କରାଯାଇଥାଏ । ଘର ଅଗଣାରେ ଆଉ ସମ୍ମୁଖରେ ରଙ୍ଗୋଲି କରାଯାଇଥାଏ । ଏହିଭଳି ଭାବେ ମା'ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଅନେକ ପ୍ରକାର ସାଜସଜ୍ଜା କରାଯାଏ ।

Diwali
ଦିପାବଳୀରେ ପୂଜା ପାଆନ୍ତି ମା' ଲକ୍ଷ୍ମୀ ଓ ଗଜାନନ

ଏହା ବ୍ୟତୀତ ଦିପାବଳୀରେ ଅନେକ କଥା ରହିଛି ଯାହାକୁ ଧ୍ୟାନଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ । ନଚେତ ମାଆଙ୍କ କୋପଦୃଷ୍ଟି ପଡିଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ କେଉଁ କାର୍ଯ୍ୟକୁ ବାରଣ କରିବା ।

ମା' ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତୀକୁ ଏକ ନିର୍ଦ୍ଧାରିତ କ୍ରମରେ ରଖନ୍ତୁ । ବାମ ପଟରୁ ଡାହାଣକୁ ଗଣେଶ, ଲକ୍ଷ୍ମୀ, ବିଷ୍ଣୁ ଓ ମା' ସରସ୍ବତୀଙ୍କ ମୂର୍ତ୍ତୀ ରଖନ୍ତୁ । ଏହା ବ୍ୟତୀତ ଭଗବାନ ଶ୍ରୀରାମ ଓ ସୀତା ମାଆଙ୍କ ମୂର୍ତ୍ତୀ ରଖିପାରିବେ । କାରଣ ଲକ୍ଷ୍ମୀଙ୍କୁ ଅଲଗା ରଖି ପୂଜା କରାଯାଏନାହିଁ ଭଗବାନ ବିଷ୍ଣୁଙ୍କ ବିନା ତାଙ୍କ ପୂଜା ଅଧୁରା ଅଟେ ।

Diwali
ଆଲୋକରେ ଝଲସୁଛି ସମଗ୍ର ପରିବେଶ

ଦିପାବଳୀ ଅବସରରେ ଯଦି ଆପଣ କାହାକୁ ଉପହାର ଦେଉଛନ୍ତି ତେବେ ଲେଦର ବା ଚମଡା ଜାତୀୟ ଦ୍ରବ୍ୟ ଦିଅନ୍ତୁ ନାହିଁ । ଏହା ବ୍ୟତୀତ ଅନ୍ୟଉପହାର ମାନ ଦେଇପାରିବେ ଆଉ ସେଥିରେ କିଛି ମିଠା ସାମିଲ କରନ୍ତୁ ।

ଜାଣିରଖନ୍ତୁ ଯେ, ଉତ୍ତର-ପୂର୍ବ ଦିଗକୁ ପୂଜା କକ୍ଷ ହେଲେ ଭଲ । ଆଉ ସମସ୍ତ ପରିବାର ଲୋକଙ୍କ ମୁହଁ ପୂଜା ସମୟରେ ଉତ୍ତର ଦିଗକୁ ହେବା ଉଚିତ । ଆଉ ଲକ୍ଷ୍ମୀଙ୍କ ପୂଜା ସମୟରେ ତାଳି ମାରନ୍ତି ନାହିଁ । ଆଉ ମାଆଙ୍କ ଆଳତୀ ଉଚ୍ଚ ସ୍ବରରେ ଗାନ କରନ୍ତୁ ନାହିଁ । ବିଶ୍ବାସ ରହିଛି ଯେ, ଲକ୍ଷ୍ମୀ ମାଆ ଗହଳ ଚହଳ ପସନ୍ଦ କରନ୍ତି ନାହିଁ ସେ ଶାନ୍ତି ପ୍ରିୟ ଅଟନ୍ତି। ତେଣୁ ଏହି ସମୟରେ ଘରେ କଳିଝଗଡା ମଧ୍ୟ କରନ୍ତୁ ନାହିଁ । ପୂଜା ସମୟରେ ଦୀପକୁ ଘିଅରେ ଜାଳନ୍ତୁ । ଆଉ 11, 21 କିମ୍ବା 51ଟି ଦୀପ ହେଲେ ଶୁଭ ।

କୁହାଯାଏ ମା' ଲକ୍ଷ୍ମୀ ସେହି ସ୍ଥାନରେ ବାସ କରନ୍ତି ଯେଉଁଠି ସ୍ବଚ୍ଛତା, ସୁଦ୍ଧତା, ଦୟା ଆଉ କ୍ଷମା ଭଳି ଗୁଣ ରହିଥାଏ । ତେଣୁ ଏହି ଦିନ ସଫାସୁତୁରା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଦିପାବଳୀ ଦିନ ନିଜ ଘର, ବାହାର ସହ ନିଜକୁ ମଧ୍ୟ ସୁଦ୍ଧ ରଖନ୍ତୁ । ଆଉ ଅପରିଷ୍କାର ସ୍ଥାନରେ ଶୁଅନ୍ତୁ ନାହିଁ ।

ଦିପାବଳୀ ଦିନ ପୂଜା ସରିବାପରେ ଠାକୁରଙ୍କ ଘରକୁ ଅସଜଡା କରି ପକାନ୍ତୁ ନାହିଁ । ଆଉ ପୁରା ରାତି ଏକ ଦୀପ ଜଳାଇ ରଖନ୍ତୁ । ମହମବତୀ ବଦଳରେ ଦୀପର ଅତ୍ୟଧିକ ବ୍ୟବହାର ହେଲେ ଭଲ । ପୂଜା ସମୟରେ ବାଣ ଫୁଟାନ୍ତୁ ନାହିଁ । ପୂଜାର୍ଚ୍ଚନା ସମାପ୍ତ ହେବାପରେ ବାଣ ଫୁଟାଇ ପାରିବେ ।

ଏହି ଦିନ ପୂଜା ଆରମ୍ଭ ଅଗ୍ରପୂଜ୍ୟଙ୍କ ଠାରୁ ପ୍ରଥମେ ଆରମ୍ଭ କରନ୍ତୁ । କାରଣ ସମସ୍ତ ପୂଜା ପ୍ରଥମେ ଗଜାନନଙ୍କୁ ହିଁ ପୂଜା କରାଯାଏ ତାପରେ ଯାଇ ଅନ୍ୟ ଦେବାଦେବୀଙ୍କୁ । ଏହା ବ୍ୟତୀତ ଘରେ ଦୀପ, ଫୁଲ, ଏମିତି କି ପୋଷାକ ମଧ୍ୟ ନାଲି ରଙ୍ଗର ପିନ୍ଧନ୍ତୁ । କାରଣ ନାଲି ରଙ୍ଗ ସବୁବେଳେ ଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଦିପାବଳୀ ଶୁଭର ପର୍ବ, ଆନନ୍ଦର ପର୍ବ । ଏହି ଦିନ ନଖ କିମ୍ବା ବାଳ କାଟନ୍ତୁ ନାହିଁ । ଏହା ଘର ଓ ପରିବାର ପାଇଁ ଅଶୁଭ ପ୍ରତୀତ ହୋଇଥାଏ । ସକାଳ ସମୟରେ ସମସ୍ତେ ଉଠିବା ସହ ଶାକାହାରୀ ଖାଦ୍ୟ ବ୍ୟବହାର କରନ୍ତୁ । ଆଉ ମାଦକ ଦ୍ରବ୍ୟ ବର୍ଜନ କରନ୍ତୁ । ଏହା ସବୁ ଅଶୁଭ ଲକ୍ଷଣ ହୋଇଥାଏ । ତେଣୁ ଏହାକୁ ବର୍ଜନ କରି ଶୁଦ୍ଧ ପୁତ ଭାବେ ପୂଜା କଲେ ମା' ଲକ୍ଷ୍ନୀ ସର୍ବଦା ପ୍ରସନ୍ନ ହୋଇଥାନ୍ତି । ଆଉ ଆପଣଙ୍କ ଘରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ରହିବ ।

Intro:Body:

f

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.