ETV Bharat / bharat

ଚିତ୍ରକଳା ମାଧ୍ୟମରେ ଡିଏମଆରସିର କୋରୋନା ସଚେତନତା ବାର୍ତ୍ତା

author img

By

Published : May 24, 2020, 7:47 PM IST

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ(ଡିଏମଆରସି) ଚିତ୍ରକଳା ମାଧ୍ୟମରେ ନିଜ ନିର୍ମାଣସ୍ଥଳ ଗୁଡିକରେ କୋଭିଡ-19 ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରିଛି । ଏହି ସଚେତନ ଅଭିଯାନ ଡିଏମଆରସିର ସୁରକ୍ଷା ବିଭାଗର ପରିଚାଳନାରେ କରାଯାଉଛି ।

DMRC spreads awareness on COVID through pictorial messages
ଚିତ୍ରକଳା ମାଧ୍ୟମରେ କୋରୋନା ସଚେତନ ବାର୍ତ୍ତା ଦେଲା ଡିଏମଆରସି

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଦେଶରେ ଏବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏଥିଯୋଗୁଁ ମେଟ୍ରୋ ସେବା ବି ବନ୍ଦ ରହିଛି । ଇତିମଧ୍ୟରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ(ଡିଏମଆରସି) ଚିତ୍ରକଳା ମାଧ୍ୟମରେ ନିଜ ନିର୍ମାଣସ୍ଥଳ ଗୁଡିକରେ କୋଭିଡ-19 ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଡିଏମଆରସି କହିଛି ଯେ, କୋଭିଡ-19 ସଂକ୍ରମଣ ରୋକିବା ପାଇଁ ସଚେତନ ସୃଷ୍ଟି କରିବାକୁ ଡିଏମଆରସିର ନିର୍ମାଣସ୍ଥଳ ଗୁଡିକରେ ଚିତ୍ରକଳା ମାଧ୍ୟମରେ ସଚେତନ କରାଯାଇଛି । ଯାହାଦ୍ବାରା ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ଏହି ସଚେତନ ବାର୍ତ୍ତା ସତର୍କ ରହିବାକୁ ମନେପକାଇବ । ତେବେ ଏହି ସଚେତନ ଅଭିଯାନ ଡିଏମଆରସିର ସୁରକ୍ଷା ବିଭାଗର ପରିଚାଳନାରେ କରାଯାଉଛି ।

ସେହିପରି ବିଷୟବସ୍ତୁ ପାଇଁ ଯୋଜନା ପ୍ରସ୍ତୁତ କରିବା ସମୟରେ ସରକାରୀ ଗାଇଡାଇନ ଏବଂ ପରାମର୍ଶକୁ ଦୃଷ୍ଟିରେ ରଖାଯାଇଛି । ସହଜ ଭାଷା ସାଙ୍ଗକୁ ଚିତ୍ରର ବ୍ୟବହାର କରାଯାଇଛି । ଫଳରେ ଉକ୍ତ ବାର୍ତ୍ତାକୁ ସନ୍ତୋଷଜନକ ଶୈଳୀରେ ଉପସ୍ଥାପିତ କରାଯାଇପାରିବ । ତେବେ ଏହି ସଚେତନ ବାର୍ତ୍ତାରେ 2ଟି ଭାଷାର ପ୍ରୟୋଗ କରାଯାଇଥିବା ବେଳେ ହିନ୍ଦୀ ଭାଷା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । କାରଣ ଅଧିକାଂଶ କର୍ମଚାରୀ ହିନ୍ଦୀ ଭାଷା ବୁଝିବାରେ ବେଶ ସକ୍ଷମ ଅଟନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.