ETV Bharat / bharat

ନିର୍ବାଚନୀ ପ୍ରଚାର କାର୍ଯ୍ୟ ଆରମ୍ଭ କଲା DMK; ସରକାରଙ୍କ ବିଫଳତାକୁ ନେଇ 16 ହାଜର ଗାଁ କୁ ଯିବ ଦଳ

ତାମିଲନାଡୁରେ ବିଧାନସଭା ନିର୍ବାଚନ ଥିବା ବେଳେ ପ୍ରଚାର ଆରମ୍ଭ କରିଛି ବିରୋଧୀ ଦଳ ଡିଏମକେ । ସରକାରଙ୍କ ବିଫଳତାକୁ ନେଇ 16 ହଜାର ଗ୍ରାମକୁ ଯିବ ଦଳ । ପଢନ୍ତୁ ଅଧିକ.....

author img

By

Published : Dec 20, 2020, 9:14 PM IST

ନିର୍ବାଚନୀ ପ୍ରଚାର କାର୍ଯ୍ୟ ଆରମ୍ଭ କଲା DMK , ସରକାରଙ୍କ ବିପଳତାକୁ ନେଇ 16 ହାଜର ଗ୍ରାମକୁ ଯିବ ଦଳ

ଚେନ୍ନାଇ: ଆଉ ମାତ୍ର କିଛି ମାସ ପରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଥିବାବେଳେ ପ୍ରଚାର ଆରମ୍ଭ କରିଛି ବିରୋଧୀ ଦଳ ଡିଏମକେ । ଦଳ ମୁଖ୍ୟ ଏମ କେ ଷ୍ଠାଲିନଙ୍କ ନେତୃତ୍ବରେ ପ୍ରଚାର କାର୍ଯ୍ୟ ପାଇଁ ରଣନୀତି ଚୁଡାନ୍ତ ହୋଇଛି । ରାଜ୍ୟରେ କ୍ଷମତାରେ ଥିବା ପଲାନିଶାମିଙ୍କ ନେତୃତ୍ବରେ AIDMK ସରକାରଙ୍କ ବିରୋଧରେ ‘ଲ୍ୟାକ ଅଫ ଗଭର୍ନାନ୍ସ’ ନାମରେ ଅଭିଯାନ ଆରମ୍ଭ କରିଛି ଦଳ । ରାଜ୍ୟର ଅନେକ ସମ୍ବାଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦଳ ଏହି ପ୍ରଚାର କାର୍ଯ୍ୟକ୍ରମ ହାତକୁ ନେଇଥିବା କଥା କହିଛି ।

ରାଜ୍ୟରେ ଶିକ୍ଷା, କୃଷି ଓ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଦଳ କହିଛି । ସେହିପରି ପ୍ରଚାର ରଣନୀତି ଆଧାରରେ ରାଜ୍ୟର ପ୍ରାୟ 16 ହଜାର ଗ୍ରାମରେ ଏହି ଅଭିଯାନ କରିବ ଦଳ । ପ୍ରତି ଗ୍ରାମରେ ଗ୍ରାମ ସଭା ଆୟୋଜନ କରାଯାଇ ସଂକଳ୍ପ ପତ୍ର ମାଧ୍ୟମରେ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି । ଏହି ଅବସରରେ ତାମିଲନାଡୁର ମୁ୍ଖ୍ୟମନ୍ତ୍ରୀ ପଲାନି ସାମିଙ୍କୁ ଦୁର୍ନିତୀର ନାୟକ ବୋଲି କହିଛନ୍ତି ଦଳ ମୁଖ୍ୟ ଷ୍ଠାଲିନ ।

ଦଳର ପ୍ରଚାର କାର୍ଯ୍ୟକ୍ରମର ରଣନୀତି ଅନୁସାରେ ପ୍ରାୟ 16 ଶହ ଡିଏମକେ କାର୍ଯ୍ୟକର୍ତ୍ତା ରାଜ୍ୟର 16 ହଜାର ଗ୍ରାମରେ ପରିଭ୍ରମଣ କରି ପ୍ରଚାର କାର୍ଯ୍ୟର ଦାଇତ୍ବ ନେବେ । ଆସନ୍ତା 23 ଡିସେମ୍ବରରୁ ଜାନୁୟାରୀ 10 ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବାକୁ ଦଳ ପକ୍ଷରୁ ସ୍ଥିର କରାଯାଇଛି ।

ଗତ 2011 ମସିହାରୁ ରାଜ୍ୟରେ କ୍ଷମତାରୁ ଦୂରରେ ରହିଛି ଡିଏମକେ । ତେବେ ଆସନ୍ତା ନିର୍ବାଚନରେ ଶାସକ ଏଆଇଡିଏମକେ କୁ ପଛରେ ପକାଇ କ୍ଷମତା ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଛି ଦଳ ।

ସେହିପରି ଏହାର ଗୋଟିଏ ଦିନ ପୂର୍ବରୁ ଶାସକ ଏଆଇଡିଏମକେ ମଧ୍ୟ ତାହାର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିସାରିଛି । ମୁଖ୍ୟମନ୍ତ୍ରୀ କେ ପଲାନି ସାମୀ ନିଜ ପାରମ୍ପାରିକ ଆସନ ସେଲମ ଜିଲ୍ଲାର କଟପଦିରୁ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଆରମ୍ଭ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.