ETV Bharat / bharat

ହୋଲିରେ ଶାନ୍ତି ବିଗିଡିଲେ ଦାୟୀ ହେବେ ଜିଲ୍ଲାପାଳ ଓ ଏସପି: ଯୋଗୀ - ୟୁପି ସିଏମ ଯୋଗୀ ଆଦିତ୍ୟନାଥ

ଆଉ 5 ଦିନ ପରେ ହୋଲି ପର୍ବ । ଏହି ଦିନ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ...

DM and SP
ହୋଲିରେ ଶାନ୍ତି ପରିସ୍ଥିତି ବିଗିଡିଲେ ଡିଏମ ଓ ଏସପି ରହିବେ ଦାୟୀ
author img

By

Published : Mar 4, 2020, 9:30 PM IST

ଲକ୍ଷ୍ନୌ: ହୋଲିରେ ସୁରକ୍ଷାକୁ ନେଇ ଯୋଗୀ ସରକାରଙ୍କ ବିଶେଷ ସତର୍କତା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଯଦି ହୋଲିରେ କୌଣସି ସ୍ଥାନରେ ଶାନ୍ତି ଓ ସୁରକ୍ଷା ବ୍ୟବସ୍ଥା ବିଗିଡେ ଏଥିପାଇଁ ଜିଲ୍ଲାପାଳ ଓ ଏସପି ଦାୟୀ ରହିବେ । ଆଉ ସେନେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ଦିନ ସମ୍ବେଦଶୀଳ ସ୍ଥାନ ଗୁଡିକରେ ପୋଲିସ ଫୋର୍ସ ମୁତୟନ କରିବା ସହ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଉକ୍ତ ସ୍ଥାନକୁ ଭ୍ରମଣ କରନ୍ତୁ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସିଏଏ ବିରୋଧରେ ଯେଉଁ ଜିଲ୍ଲାରେ ହିଂସାତ୍ମକ ପ୍ରଦର୍ଶନ ହୋଇଥିଲା ସେହି ଜିଲ୍ଲାରେ ବିଶେଷ ସତର୍କତା ଅବଲବମ୍ବନ କରାଯାଉ ।

ଯୋଗୀ ଆହୁରୀ କହିଛନ୍ତିଯେ, ରାଜ୍ୟରେ ପ୍ରାୟ ଦେଢ ଲକ୍ଷ ସ୍ଥାନରେ ହୋଲିର ଦହନ କାର୍ଯ୍ୟ ହୋଇଥାଏ । ଯାହାକୁ ନେଇ ପୂର୍ବରୁ ହୋଇଥିବା ବିବାଦକୁ ନଜରରେ ରଖି ସମ୍ବେଦନଶୀଳ ସ୍ଥାନ ଗୁଡିକୁ ଚିହ୍ନଟ କରି କୌଣସି ହିଂସାତ୍ମକ ଘଟଣା ଘଟିଲେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ଏହାସହ ଏଡିଜି ଜୋନ ଓ ଆଇଜି-ଡିଆଇଜି ରେଞ୍ଜ ଜିଲ୍ଲାରେ କ୍ୟାମ୍ପ କରି ସ୍ଥାନୀୟ ବିବାଦ ଗୁଡିକୁ ଲେଖି ରଖିବା ସହ ସମାଧାନ କରନ୍ତୁ ।

ହୋଲି ପର୍ବରେ ଅବୈଧ ମଦ ଦୋକାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହାସହ ଯୋଉଁ ରାସ୍ତାରେ ଶୋଭାଯାତ୍ରା ବାହାରୁଛି ସେହି ସ୍ଥାନକୁ ନିରିକ୍ଷଣ କରିବା ସହ କୌଣସି ନୂଆ ମେଳା ନକରିବାକୁ ଦିଆଯିବାକୁ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.