ETV Bharat / bharat

ଶିବକୁମାର ଫେଲ, ବିନା ସାକ୍ଷାତରେ ଫେରିଲେ ବେଙ୍ଗାଲୁରୁ

author img

By

Published : Jul 10, 2019, 7:51 PM IST

କର୍ଣ୍ଣାଟକ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ମୁମ୍ବାଇ ଯାଇଥିବା ଶିବ କୁମାରଙ୍କୁ ଖାଲି ହାତରେ ଫେରିବାକୁ ପଡିଛି । ମୁମ୍ବାଇ ପୋଲିସ ତାଙ୍କୁ ଜୋର ଜବରଦସ୍ତି ବେଙ୍ଗାଲୁରୁ ପଠାଇଥିବା ଜଣା ପଡିଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI

ବେଙ୍ଗାଲୁରୁ: ବିଫଳ ହେଲା ଡିକେ ଶିବକୁମାରଙ୍କ ପ୍ରୟାସ । କର୍ଣ୍ଣାଟକ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ମୁମ୍ବାଇ ଯାଇଥିବା ଶିବ କୁମାରଙ୍କୁ ଖାଲି ହାତରେ ଫେରିବାକୁ ପଡିଛି । ବହୁ ପ୍ରୟାସ ପରେ ମଧ୍ୟ ବିଦ୍ରୋହୀ ବିଧାୟକଙ୍କ ସହ ତାଙ୍କର ସାକ୍ଷାତ ହୋଇ ପାରିଲା ନାହିଁ । ସେପଟେ ମୁମ୍ବାଇ ପୋଲିସ ତାଙ୍କୁ ଜୋର ଜବରଦସ୍ତି ବେଙ୍ଗାଲୁରୁ ପଠାଇଥିବା ଜଣା ପଡିଛି ।

ବୁଧବାର ମୁମ୍ବାଇରେ ଥିବା ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ କର୍ଣ୍ଣାଟକ ମନ୍ତ୍ରୀ ଡିକେ ଶିବକୁମାର ସେଠାରେ ପହଞ୍ଚିଥିଲେ । କିନ୍ତୁ ଏହି ବିଦ୍ରୋହୀ ବିଧାୟକ ମୁମ୍ବାଇ ପୋଲିସକୁ ଚିଠି ଲେଖି ସୁରକ୍ଷା ଦାବି କରିଥିଲେ ଏବଂ ଶିବକୁମାରଙ୍କ ଠାରୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଜଣାଇଥିଲେ । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ଶିବକୁମାରଙ୍କୁ ନିଜ ହେପାଜତକୁ ନେଇଥିଲେ । ତେବେ ବର୍ତ୍ତମାନ ପୋଲିସ ତାଙ୍କୁ ମୁକୁଳାଇବା ସହ ଜୋର ଜବରଦସ୍ତି ବେଙ୍ଗାଲୁରୁ ପଠାଉଛି ।

ସେପଟେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଘଟଣାର କଡା ନିନ୍ଦା କରିଛନ୍ତି । ମୁମ୍ବାଇରେ କର୍ଣ୍ଣାଟକ ସରକାରର ମନ୍ତ୍ରୀ ଏବଂ ବିଧାୟକଙ୍କ ମଧ୍ୟରେ ଟଣାଓଟରା ହେବା ଅତ୍ୟନ୍ତ ଦୁଃଖର ବିଷୟ । ମହାରାଷ୍ଟ୍ର ସରକାରର ଏହି ପଦକ୍ଷେପରୁ ସ୍ପଷ୍ଟ ହେଉଛି ଯେ, ବିଜେପି ଘୋଡା ବେପାର ଟ୍ରେଣ୍ଡକୁ ପ୍ରୋତ୍ସାହନ ଦେଉଛି । ଯାହା ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥା ଉପରେ କଳା ଦାଗ ବୋଲି ସେ କହିଛନ୍ତି ।

Intro:Body:

BLANK FOR LINK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.