ETV Bharat / bharat

ସେପ୍ଟେମ୍ବର 13 ପର୍ଯ୍ୟନ୍ତ ଇଡି ହେପାଜତରେ ଶିବକୁମାର - ମନି ଲଣ୍ଡ୍ରିଂ

ଅର୍ଥ ହେରଫେର ମାମଲାରେ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ହେପାଜତରେ ରହିବେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର।

ଫାଇଲ ଫଟୋ
author img

By

Published : Sep 4, 2019, 10:02 PM IST

ନୂଆଦିଲ୍ଲୀ: ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତରେ ରହିବେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର। ଅର୍ଥ ହେରଫେର ମାମଲାରେ (ମନି ଲଣ୍ଡ୍ରିଂ) ମାମଲରେ ଗତକାଲି ଇଡି ଦ୍ବାରା ଗିରଫ ହୋଇଥିବା ଶିବକୁମାର ଜାମିନ ପାଇଁ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଆବେଦନ କରିଥିଲେ। ମାତ୍ର ଏହାକୁ ଖାରଜ କରି 9 ଦିନ ପାଇଁ ଇଡି ହେପାଜତରେ ରହିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଇଡି ଶିବକୁମାରଙ୍କୁ 14 ଦିନ ହେପାଜତକୁ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। ଯଦିଓ ସମନ ଅନୁସାରେ ସେ ହାଜର ହୋଇଥିଲେ କିନ୍ତୁ ତଦନ୍ତରେ ସହଯୋଗ କରୁନଥିଲେ କିମ୍ବା ଏହାକୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିଲେ ବୋଲି ଇଡି ପକ୍ଷରୁ କୁହାଯାଇଥିଲା । ଇଡି ତାଙ୍କୁ ୪ ଦିନ ଧରି ଜେରା କରିବା ପରେ ଗତକାଲି ଗିରଫ କରିଥିଲା। ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.