ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି । 5 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା । ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କ୍ୟାବିନେଟ ବୈଠରେ ଏନେଇ ମଞ୍ଜୁରୀ ଦେଇଛନ୍ତି ।
ପୂର୍ବରୁ ଏହା 12 ପ୍ରତିଶତ ଥିବା ବେଳେ ଏବେ 17 ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଏହି ନିଷ୍ପତ୍ତିରେ 5 ଲକ୍ଷ କର୍ମଚାରୀ ଓ 62 ଲକ୍ଷ ପେନସନଭୋଗୀ ଉପକୃତ ହେବେ । ହେଲେ ଏଥିପାଇଁ ସରକାରଙ୍କ ଉପରେ ପ୍ରାୟ 16 ହଜାର କୋଟି ଟଙ୍କାର ଅତିରିକ୍ତ ଭାର ପଡିବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି କ୍ୟାବିନେଟ ବୈଠକରେ ଆଶାକର୍ମୀଙ୍କୁ ଦିଆଯାଉଥିବା ମାସିକ ଦରମା 1000ରୁ ବୃଦ୍ଧି କରି 2000 ହୋଇଛି । ଏଥିସହ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ ଅବଧି ନଭେମ୍ବର 30କୁ ବୃଦ୍ଧି ପାଇଛି।