ETV Bharat / bharat

ପୁଅର ସ୍ବପ୍ନ ପୂରଣ ପାଇଁ କିଡନୀ ବିକିବାକୁ ପ୍ରସ୍ତୁତ ଦିବ୍ୟାଙ୍ଗ ବାପା - doctor

ଦିବ୍ୟାଙ୍ଗ ବାପା । ହେଲେ ପୁଅର ସ୍ବପ୍ନ ପୂରଣ ପାଇଁ ସେ କିଛି ବି କରିବା ପାଇଁ ପ୍ରସ୍ତୁତ । ଆଉ ଶେଷରେ ନିଜର କିଡନୀ ବିକିବା କଥା ସ୍ଥିର କରିଛନ୍ତି ଏହି ସୁରଟର ଏହି ବ୍ୟକ୍ତି ।

ଫାଇଲ ଫଟୋ
author img

By

Published : Jun 24, 2019, 1:03 AM IST

ସୁରଟ: ପୁଅର ସ୍ବପ୍ନ ପୂରଣ ପାଇଁ କିଡନୀ ବିକିବେ ଦିବ୍ୟାଙ୍ଗ ବାପା ! ଭନ୍ସଦା ତାଲୁକା ଅଞ୍ଚଳରେ ଥିବା ଏକ ଆଦିବାସୀ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଗରିବ ବାପା ନିଜ ପୁଅର ଡାକ୍ତର ହେବାର ସ୍ବପ୍ନ ପୂରଣ କରିବାକୁ ନିଜର କିଡନୀ ବିକିବାକୁ ପ୍ରସ୍ତୁତ ଥିବା ନେଇ କହିଛନ୍ତି । ସୁରଟ ଉପ୍ସଲ ଗାଁର ବାସିନ୍ଦା ଜୟେଶ ପଟେଲ 1995ରେ ନିଜର ସ୍ନାତକ ସାରିଥିଲେ ।

ଏହାପରେ ସେ ଚାକିରୀ ଖୋଜିବା ଆରମ୍ଭ କରିଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଅଲଗା ଥିଲା । ଏକ ର୍ଦୁଘଟଣାରେ ସେ ନିଜର ଦୁଇ ଆଖି ହରାଇଥିଲେ । ଏହାପରେ ସେ ନିଜେ ନିଜ କାମ କରିବା ପାଇଁ ମଧ୍ୟ ସକ୍ଷମ ନଥିଲେ, ଧିରେ ଧିରେ ଅନ୍ୟ ଉପରେ ନିର୍ଭର କରିବାକୁ ଲାଗିଲେ । ଏହି ଭିତରେ ସେ ବିବାହ କରି ପୁତ୍ର ସନ୍ତାନର ପିତା ମଧ୍ୟ ହୋଇଥିଲେ । ପରିବାରର ପରିସ୍ଥିତି ଧିରେ ଧିରେ ର୍ଦୁବଳ ହେବାରେ ଲାଗିଲା । ତେଣୁ ତାଙ୍କ ସ୍ତ୍ରୀଙ୍କ ଉପରକୁ ଘରର ସମସ୍ତ ଦାୟିତ୍ବ ଆସିଥିଲା ।

ତେବେ ଏପରି ସ୍ଥିତିରେ ମଧ୍ୟ ଜୟେଶ ଭାଙ୍ଗିପଡିନଥିଲେ । ପୁଅ ସାହିଲ ବଡ ହୋଇଥିଲା ତାକୁ ପାଠ ପଢାଇବା ପାଇଁ ନିକଟସ୍ଥ ଏକ ସ୍କୁଲରେ ଆଡମିଶନ କରିଥିଲେ । ସାହିଲ ସ୍କୁଲରେ ଭଲ ପାଠ ପଢି ଦଶମ ବୋର୍ଡ ପରୀକ୍ଷାରେ 90.59% ନମ୍ବର ଆଣିଥିଲେ । ତେବେ ପୁଅର ବିଜ୍ଞାନ ପଢିବାକୁ ଇଚ୍ଛା ଥିବାରୁ ବହୁ କଷ୍ଟରେ ଜୟେଶ ନିଜ ପୁଅକୁ ଆଉ ଏକ ସ୍କୁଲରେ ନାମ ଲେଖାଇଥିଲେ । ଏବେ ପୁଅର ଭଲ ପାଠ ପଢା ଏବଂ ତାର ଭବିଷ୍ୟତକୁ ନଜରରେ ରଖି ଜୟେଶ ନିଜ କିଡନୀ ବିକିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

ଜୟେଶଙ୍କ କହିବା ଅନୁଯାୟୀ, ମୁଁ ଜାଣିଥିଲି ମୋ ପୁଅ ଏକ ବୁଦ୍ଧିମାନ୍ । ସେ ବଡ ହୋଇ ଡାକ୍ତର ହେବା ପାଇଁ ଚାହୁଁଛି । କିନ୍ତୁ ମୁଁ ତାର ପାଠ ପଢା ପାଇଁ ଦରକାର ଅର୍ଥ ଯୋଗାଇ ପାରିବିନି । 10 ବର୍ଷ ପୂର୍ବେ ଯେବେ ମୁଁ ଆଖି ହରାଇଥିଲି । ସେବେଠାରୁ ମୋ ସ୍ତ୍ରୀ ଘରର ସମସ୍ତ ଦାୟିତ୍ବ ବହନ କରୁଛି । ତେଣୁ ଏପରି ସ୍ଥିତିରେ ମୋ ପୁଅର ସ୍ବପ୍ନ ପୂରଣ କରିବା ପାଇଁ ମୁଁ ମୋ ନିଜ କିଡନୀ ବିକିବା ଛଡା ମୋ ପାଖରେ ଆଉ କୌଣସି ଉପାୟ ନାହିଁ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.