ETV Bharat / bharat

କଂଗ୍ରେସ ଛାଡିଲେ ଦିବ୍ୟା ସ୍ପନ୍ଦନ ! - congress

ଟ୍ବିଟର ଆକାଉଣ୍ଟ ଡିଆକ୍ଟିଭେଟ କଲେ କଂଗ୍ରେସର ସୋସିଆଲ ମିଡିଆ ପ୍ରଭାରି ଦିବ୍ୟା ସ୍ପନ୍ଦନ । ତେବେ ଆକାଉଣ୍ଟ ଡିଆକ୍ଟିଭେଟ କରିବା ପୂର୍ବରୁ ସେ ନିଜର ସମସ୍ତ ଟ୍ବିଟ୍‌କୁ ଡିଲିଟ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 2, 2019, 11:19 AM IST

Updated : Jun 2, 2019, 3:13 PM IST

ନୂଆଦିଲ୍ଲୀ: ନିଜର ଟ୍ବିଟର ଆକାଉଣ୍ଟ ଡିଆକ୍ଟିଭେଟ କଲେ କଂଗ୍ରେସର ସୋସିଆଲ ମିଡିଆ ପ୍ରଭାରି ଦିବ୍ୟା ସ୍ପନ୍ଦନ । ତେବେ ଆକାଉଣ୍ଟ ଡିଆକ୍ଟିଭେଟ କରିବା ପୂର୍ବରୁ ସେ ନିଜର ସମସ୍ତ ଟ୍ବିଟ୍‌କୁ ଡିଲିଟ୍‌ କରିଦେଇଛନ୍ତି । ସେ ନିଜ ସୋସିଆଲ ମିଡିଆ ବାୟୋଡାଟାରୁ ମଧ୍ୟ କଂଗ୍ରେସ ସୋସିଆଲ ମିଡିଆ ପ୍ରଭାରିର ପରିଚୟ ହଟାଇ ଦେଇଛନ୍ତି । ତେବେ ସେ ନିଜ ପଦ ଛାଡିଦେଇଥିବା ଆକଳନ କରାଯାଉଛି । କିନ୍ତୁ ଏବେ ସୁଦ୍ଧା କଂଗ୍ରେସ କିମ୍ବା ଦିବ୍ୟାଙ୍କ ତରଫରୁ ଏନେଇ ସ୍ପଷ୍ଟ କରାଯାଇନାହିଁ ।

ସୂଚନା ଯୋଗ୍ୟ ଯେ, ଦିବ୍ୟାଙ୍କ ଯୋଗୁଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ସୋସିଆଲ ମିଡିଆରେ ଫ୍ୟାନ ଫଲୋଇଙ୍ଗ ବୃଦ୍ଧି ଘଟିଛି । କିନ୍ତୁ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସରେ ବଡ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ପୂର୍ବରୁ ହିଁ ସଙ୍କେତ ଦିଆଯାଇଥିଲା । ନିର୍ବାଚନର ଠିକ୍‌ ପୂର୍ବରୁ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ କଂଗ୍ରେସ ଛାଡି ଶିବସେନାରେ ଯୋଗ ଦେଇଥିଲେ । ସେ ଦଳ ଛାଡିବା ପୂର୍ବରୁ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ କଂଗ୍ରେସ ମୁଖପାତ୍ରର ପରିଚୟ ହଟାଇ ଦେଇଥିଲେ । ତେବେ ଏହି ପରିପେକ୍ଷୀରେ ଦିବ୍ୟା ମଧ୍ୟ ଦଳ ଛାଡିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Intro:Body:

fgdg

Conclusion:
Last Updated : Jun 2, 2019, 3:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.