ETV Bharat / bharat

ସୋମବାର ଖୋଲିବ ଦିଲ୍ଲୀରେ ସପିଂ ମଲ

author img

By

Published : Jun 7, 2020, 10:33 PM IST

ସୋମବାର ଖୋଲିବ ଦିଲ୍ଲୀରେ ସପିଂ ମଲ । ଏନେଇ ସବୁ ମଲ ହେଉଛି ସାନିଟାଇଜ । ଅଧିକ ପଢନ୍ତୁ...

Disinfection Tunnels, Fewer Food Court Seats: Delhi Malls Plan Reopening
ସୋମବାର ଖୋଲିବ ଦିଲ୍ଲୀର ସପିଂ ମଲ

ନୂଆଦିଲ୍ଲୀ: ଲକଡାଉନର ଦୁଇ ମାସ ପରେ ସୋମବାର ଠାରୁ ଦିଲ୍ଲୀରେ ସପିଂ ମଲ୍ ଖୋଲିବ। ଏହାସହ ରେଷ୍ଟୁରାଣ୍ଟ ଏବଂ ଧାର୍ମିକସ୍ଥଳୀ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ଟନେଲ୍ ଠାରୁ ଆରମ୍ଭ କରି ଏସ୍କେଲେଟର୍ ପର୍ଯ୍ୟନ୍ତ ସବୁ ସାନିଟାଇଜ କରାଯାଉଛି । ଫୁଡ କୋର୍ଟରେ ଚାରିଜଣଙ୍କ ପାଇଁ ଏକ ଟେବୁଲର ବ୍ୟବସ୍ଥା କରାଯାଇଛି । ଥର୍ମାଲ୍ ସ୍କାନିଂ ଡାଟାବେସ୍ ଗ୍ରାହକଙ୍କ ଫଟୋ, ତାପମାତ୍ରା ଏବଂ ମଲ୍ ପରିଦର୍ଶନ କରିଥିବା ସମୟ ସଂରକ୍ଷଣ କରିବ ।

ଦିଲ୍ଲୀର ସବୁଠୁ ବଡ ମଲ୍ ସିଲେକ୍ଟ ସିଟିୱାଲ ମଧ୍ୟ ବର୍ତ୍ତମାନ ସାନିଟାଇଜ କରାଯାଉଛି । ସାନିଟାଇଜେସନ୍ ଟନେଲରେ ପ୍ରବେଶ କରିବାକୁ ପଡିବ ଯାହା ପ୍ରାୟ 20 ସେକେଣ୍ଡ ପାଇଁ ସମଗ୍ର ଶରୀରରେ ସ୍ପ୍ରେ କରିବ । ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଶୁଦ୍ଧ କରି ଭିତରକୁ ଛାଡିବ । ଜଣେ ଫେସ୍ ସିଲ୍ଡ କରି କର୍ମଚାରୀ ରବିବାର ଦିନ ଷ୍ଟୋରରେ ଥିବା ସମସ୍ତ ପ୍ରଦର୍ଶନୀ ସେଲ୍ ଏବଂ ଷ୍ଟୋରେଜ୍ ଅଞ୍ଚଳରେ ସାନିଟାଇଜ କରୁଥିବା ଦେଖାଯାଇଥିଲା । ସାମାଜିକ ଦୂରତା ପାଇଁ ସମସ୍ତ ଏସ୍କାଲେଟର୍ ଉପରେ ସ୍ୱତନ୍ତ୍ର ମାର୍କିଂ ରହିଛି । ଏସ୍କାଲେଟରରେ ପ୍ରତ୍ୟେକ ଦୁଇ ଜଣଙ୍କ ମଧ୍ୟରେ ପାହାଚର ବ୍ୟବଧାନ ରହିବା ଆବଶ୍ୟକ । ଫୁଡ କୋର୍ଟରେ ମଧ୍ୟ ସୀମିତ ଲୋକ ରହିବେ ।

ସିଲେକ୍ଟ ସିଟି ଗ୍ରୁପ୍‌ର ଚେୟାରମ୍ୟାନ୍ ଅର୍ଜୁନ ଶର୍ମା କହିଛନ୍ତି, "ଖାଦ୍ୟ କୋର୍ଟରେ କେବଳ 30 ପ୍ରତିଶତ ବସିବାର କ୍ଷମତା ରହିବ। ପୂର୍ବରୁ ସେଠାରେ 450 ଲୋକଙ୍କ ପାଇଁ ବ୍ୟବସ୍ଥା ରହିଥିଲା । ବର୍ତ୍ତମାନ କେବଳ 150-175 ଜଣ ବସିପାରିବେ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.