ଲକ୍ଷ୍ନୌ: ସବୁଠୁ ପବିତ୍ର ନଦୀ ହେଉଛି ଗଙ୍ଗା ନଦୀ । ବିଶ୍ବାସ ରହିଛି ଗଙ୍ଗାରେ ବୁଡ ପକାଇଲେ ସମସ୍ତ ପାପ କର୍ମ ନାଶ ହୋଇଥାଏ । ତେବେ ନଭେମ୍ବର 4, 2009ରେ ଗଙ୍ଗାକୁ ରାଷ୍ଟ୍ରୀୟ ନଦୀ ଭାବେ ଘୋଷଣା କରାଯାଇଥିଲା । ଏନେଇ ସୋମବାର ଉତ୍ତରପ୍ରଦେଶର ଉନ୍ନାଓ ଗଙ୍ଗା ଘାଟକୁ ବୋହୂ ବେଶ ପରି ସଜାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗଙ୍ଗା କୂଳରେ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯଉଁଥିରେ 1.5 ଲକ୍ଷ ଦୀପ ପ୍ରଜ୍ବଳନ କରାଯାଇ ଗଙ୍ଗା ନଦୀର ଶୃଙ୍ଗାର କରାଯାଇଥିଲା ।
ଗଙ୍ଗା ଘାଟରେ ସମସ୍ତ ବିଭାଗ ପକ୍ଷରୁ ରଙ୍ଗୋଲି କରାଯାଇ ଏହି ଉତ୍ସବର ପାଳନ କରାଯାଇଥିଲା । ଏତେମାତ୍ରାରେ ଦୀପ ଜଳୁଥିବାନେଇ ଉକ୍ତ ଅଞ୍ଚଳ ପୁରା ସୁନେଲି ରଙ୍ଗରେ ଛାଇ ହୋଇଯାଇଥିଲା । ଶୀତୁଆ ରାତିର ନଦୀ କୂଳ ବାଲି ଉପରେ ଅତି ଆଗ୍ରହର ସହ ଦୀପ ପ୍ରଜଳନ କରିଥିଲେ ଶ୍ରଦ୍ଧାଳୁ ମାନେ । ଏହି ଅବସରରେ ୟୁପି ବିଧାନସଭା ଅଧ୍ୟକ୍ଷ ସାମିଲ ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।