ETV Bharat / bharat

‘ରାଫେଲ ଡିଲ ସାର୍ବଜନୀନ କରନ୍ତୁ ସରକାର’

author img

By

Published : Oct 10, 2019, 8:55 AM IST

Updated : Oct 10, 2019, 9:26 AM IST

ରାଫେଲ ଡିଲକୁ ସାର୍ବଜନୀନ କରିବାକୁ କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂହ ।

କଂଗ୍ରେସ ନେତା ଦିଗବିଜୟ ସିଂହ

ଇନ୍ଦୋର: ସବୁବେଳେ ନିଜ ବିବାଦୀୟ ବୟାନ ଯୋଗୁଁ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥର ରାଫେଲ ଡିଲକୁ ନେଇ ସେ ମୋଦି ସରକାରଙ୍କୁ ଘେରିଛନ୍ତି। ଏହି ଡିଲରେ ହୋଇଥିବା ଅର୍ଥ କାରବାରକୁ ସାର୍ବଜନୀନ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇଛନ୍ତି ।

ମଙ୍ଗଳବାର ଫ୍ରାନ୍ସରେ ଶସ୍ତ୍ର ପୂଜା ପରେ ପ୍ରଥମ ରାଫେଲ ବିମାନ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସ ଏହାକୁ ସରକାରଙ୍କ ରାଫେଲ ରାଜନୀତି ବୋଲି କହିଛି। ସେହିପରି ବିରୋଧୀଙ୍କୁ ଏହାର ଜବାବ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

ତେବେ ବୁଧବାର ଦିଗବିଜୟ ସିଂହ କହିଛନ୍ତି, ଯେ ଭାରତକୁ ରାଫେଲ ଆସୁଥିବାରୁ ସେ ବହୁତ ଖୁସି । ହେଲେ 126ଟି ବଦଳରେ ମାତ୍ର 36ଟି ରାଫେଲ କାହିଁକି ଆସୁଛି ସେନେଇ ସେ ପ୍ରଶ୍ନ କରିଛନ୍ତି।

ଭାରତରେ ଏହି ଲଢୁଆ ବିମାନର ପଦାର୍ପଣକୁ କଂଗ୍ରେସ ସ୍ବାଗତ କରୁଛି । କିନ୍ତୁ ଅଳ୍ପ ସଂଖ୍ୟକ ବିମାନ ଆଣିବା ପଛରେ ମୋଦି ସରକାରଙ୍କ କଣ ଉଦ୍ଦେଶ୍ୟ ରହିଛି ତାହା ବୁଝାପଡୁନି । ଏହାସହ ରାଫେଲ ଡିଲରେ କେତେ ଅର୍ଥ କାରବାର ହୋଇଛି ତାହା ମଧ୍ୟ କେହି ଜାଣିନାହାଁନ୍ତି। ରାଫେଲ ଭଳି ଶ୍ରେଷ୍ଠ ଯୁଦ୍ଧ ବିମାନ କିଣିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ । କିନ୍ତୁ ଏହାର ପ୍ରକୃତ ଡିଲ କେତେ ତାହା ନା କଂଗ୍ରେସ ନା ଦେଶ କେହି ଜାଣିନାହାଁନ୍ତି ବୋଲି ସେ କହିଛନ୍ତି।

ତେବେ ଏହି ଡିଲକୁ ସାର୍ବଜନୀନ କରିବାକୁ ସେ ମୋଦି ସରକାରଙ୍କୁ ଆହ୍ବାନ ଦେଇଛନ୍ତି । ସମସ୍ତ ଦେଶବାସୀଙ୍କର ଏହା ଜାଣିବାର ଅଧିକାର ରହିଛି । ତେଣୁ ଏହି ଡିଲର ଅର୍ଥ କେନ୍ଦ୍ର ସରକାର ଜଣାନ୍ତୁ । କଂଗ୍ରେସ ସବୁବେଳେ ଏହି ପ୍ରସଙ୍ଗକୁ ଉଠାଇବ ବୋଲି ଦିଗବିଜୟ ସିଂହ ସ୍ପଷ୍ଟ କରିଛନ୍ତି।

Intro:Body:

BLANK FOR LINK 

Conclusion:
Last Updated : Oct 10, 2019, 9:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.