ETV Bharat / bharat

ଚୌହାନଙ୍କ ବିରୋଧରେ ଏତଲା ଦେବାକୁ କ୍ରାଇମବ୍ରାଞ୍ଚରେ ଦିଗବିଜୟ - video against Rahul Gandhi

ସୋସିଆଲ ସାଇଟ ଟ୍ବିଟରରେ ଭିଡିଓ ପୋଷ୍ଟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ନାମରେ ଏତଲା ପରେ ଦିଗବିଜୟ ସିଂ ତାଙ୍କ ସହଯୋଗୀ ସହ କ୍ରାଇମବ୍ରାଞ୍ଚରେ ଏତଲା ଦେଇଛନ୍ତି । ସେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଅଧିକ ପଢନ୍ତୁ...

ଚୌହାନଙ୍କ ବିରୋଧରେ ଏତଲା ଦେବାକୁ କ୍ରାଇମବ୍ରାଞ୍ଚରେ ଦିଗବିଜୟ

author img

By

Published : Jun 17, 2020, 2:34 PM IST

ଭୋପାଳ: ସୋସିଆଲ ସାଇଟ ଟ୍ବିଟରରେ ଭିଡିଓ ପୋଷ୍ଟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ନାମରେ ଏତଲା ପରେ ଦିଗବିଜୟ ସିଂ ତାଙ୍କ ସହଯୋଗୀ ସହ କ୍ରାଇମବ୍ରାଞ୍ଚରେ ଏତଲା ଦେଇଛନ୍ତି । ସେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ସିଂ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ଅଭିଯୋଗ ଉପରେ ମୋ ସମେତ 12 ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା ।

ସେ ପୁଣି କହିଛନ୍ତି, ବିଜେପି ଅଭିଯୋଗରେ ଏହି ମାମଲା ପଞ୍ଜିକୃତ ହୋଇଛି, ସେହିଭଳି ମୋ ତରଫରୁ ଏବଂ ରାଜ୍ୟ କଂଗ୍ରେସ କମିଟି ତରଫରୁ ସେମାନଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହେବା ଉଚିତ। ଏହା ରେକର୍ଡ କରିବା ଉଚିତ ଓ ଆମକୁ ଏହାର ଏକ ନକଲ ଦରକାର ବୋଲି ସେ କହିଛନ୍ତି।

ସିଂ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ବିଜେପିର ଅଭିଯୋଗ ପରେ ସାରା ରାଜ୍ୟରେ କଂଗ୍ରେସ କର୍ମୀମାନେ ଅପମାନିତ ହୋଇଛନ୍ତି । ଏହା ସହ ଭିଡିଓର ଉତ୍ପତ୍ତି ଓ କିଏ ଏଡିଟ କରିଛି ତାହା ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି ।

ଏହାପୂର୍ବରୁ ମଧ୍ୟପ୍ରଦେଶ ପୋଲିସ ପୂର୍ବତନ କମଲନାଥ ସରକାରଙ୍କ ମଦନୀତି ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ପୁରୁଣା ବିବୃତ୍ତିର ଏଡିଟେଡ ଭିଡିଓ ପୋଷ୍ଟ ମାମଲାରେ ଦିଗବିଜୟ ସିଂ ଓ ଅନ୍ୟ 11 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଭିଡିଓରେ ଚୌହାନ ପୂର୍ବ କମଳନାଥ ସରକାରଙ୍କ ମଦ ନୀତି ଉପରେ ମନ୍ତବ୍ୟ ଦେଉଥିବା ଜଣାପଡିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.