ETV Bharat / bharat

ବସ୍ତରରେ ବାଟବଣା ଶିକ୍ଷାର ସଂଘର୍ଷ, ବିନା ନେଟଓ୍ବର୍କରେ କେମିତି ସମ୍ଭବ ଅନଲାଇନ ପଢା ? - ଅନଲାଇନ ପଢା

ଛତିଶଗଡର ବସ୍ତରରେ ବାଟବଣା ହୋଇଯାଇଛି ଅନଲାଇନ ଶିକ୍ଷା । ପଛୁଆ ଅଞ୍ଚଳରେ ନେଟଓ୍ବାର୍କ ନଥିବା ସାଙ୍ଗକୁ ଦାରିଦ୍ର୍ୟତା ଏବେ ଅନଲାଇନ ପାଠପଢା ନେଇ ସରକାରଙ୍କ ଯୋଜନା ଉପରେ ଉଠାଇଛି ପ୍ରଶ୍ନ । ଅଧିକ ପଢନ୍ତୁ...

ବସ୍ତରରେ ବାଟବଣା ଶିକ୍ଷାର ସଂଘର୍ଷ, ବିନା ନେଟଓ୍ବର୍କରେ କେମିତି ସମ୍ଭବ ଅନଲାଇନ ପଢା?

author img

By

Published : Aug 1, 2020, 9:04 AM IST

ରାୟପୁର: ମାଓବାଦୀ, ଆଦିବାସୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ, ଏହି ତିନୋଟି କଥା ଉଠିଲେ ଆପଣ ବୁଝିଯିବେ ଯେ ବସ୍ତରରେ ପହଞ୍ଚିସାରିଛନ୍ତି । ବସ୍ତର, ଛତିଶଗଡର ଦକ୍ଷୀଣରେ ଥିବା ଜିଲ୍ଲା, ଯେଉଁଠି ବାସ କରନ୍ତି 70 ପ୍ରତିଶତ ଆଦିବାସୀ । ଏଠାରେ ଜନଜାତି ସମୁଦାୟ ଅଧିକାଂଶ ଲୋକେ ଜଙ୍ଗଲରେ ବାସ କରନ୍ତି । ଏମାନେ ଭିନ୍ନ ସଂସ୍କୃତି ଓ କଳା ଯୋଗୁଁ ସାରା ରାଜ୍ୟରେ ପରିଚିତ । ବସ୍ତର, ଯେଉଁଠି ସରକାରୀ ସୁବିଧା ପହଞ୍ଚିବା କଷ୍ଟକର ବ୍ୟାପାର, ସେଠାରେ ଅନଲାଇନ ଶିକ୍ଷାର ସଫଳତା କୌଣସି ସ୍ବପ୍ନ ଠୁ କମ ନୁହେଁ । ଯଦି ବିଶ୍ବାସ ହେଉନାହିଁ, ତାହାଲେ ଶୁଣି ନିଅନ୍ତୁ କଣ କହୁଛନ୍ତି ଏଠାକାର ଛାତ୍ରଛାତ୍ରୀ ।

ବସ୍ତରରେ ବାଟବଣା ଶିକ୍ଷାର ସଂଘର୍ଷ, ବିନା ନେଟଓ୍ବର୍କରେ କେମିତି ସମ୍ଭବ ଅନଲାଇନ ପଢା?

ନା ନେଟଓ୍ବାର୍କ ନା ମୋବାଇଲ ଫୋନ । ଏମିତିକି ନେଟ୍‌ ରିଚାର୍ଜ ପାଇଁ ଟଙ୍କା ମଧ୍ୟ ନାହିଁ ଏମାନଙ୍କ ପାଖରେ । ସ୍ଥିତି ଏପରି ଯେ ଜୁଲାଇ 3ରେ ସମ୍ପୂର୍ଣ୍ଣ ଜିଲ୍ଲାରେ ମାତ୍ର 17 ଜଣ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରେ ସାମିଲ ହୋଇଛନ୍ତି । କେବଳ ଏତିକି ନୁହେଁ ଅନଲାଇନ ପଢା ପାଇଁ ମାତ୍ର ପଚାଶ ପ୍ରତିଶତ ରେଜିଷ୍ଟ୍ରେସନ ହୋଇପାରିଛି ।

ବସ୍ତରରେ ସାକ୍ଷରତା ହାର ମାତ୍ର 51.5 ପ୍ରତିଶତ ରହିଛି । ଏଠାକାର ସୁକମାରେ ସାକ୍ଷରତା ହାର ରହିଛି 44 ପ୍ରତିଶତ, ଯାହା କି କେବଳ ରାଜ୍ୟର ନୁହେଁ ସମଗ୍ର ଦେଶରେ ସବୁଠୁ କମ ରହିଛି । ସେହିପରି କାଙ୍କରେର ସାକ୍ଷରତା ହାର 68 ପ୍ରତିଶତ ରହିଛି, ଯାହା କି ସମ୍ପୂର୍ଣ୍ଣ ଜିଲ୍ଲାରେ ସର୍ବାଧିକ । ଖାତି ଏତିକି ନୁହେଁ ବସ୍ତର ଜିଲ୍ଲାରେ ପାଖାପାଖି 7 ହଜାର ଶିକ୍ଷକ ପଦ ଖାଲି ରହିଛି । ଏଭଳି ସ୍ଥିତିରେ ଅନଲାଇନ ଶିକ୍ଷାର ଲାଭ ମିଳୁନଥିବା ଖୋଦ ଛାତ୍ରଛାତ୍ରୀ ନିଜ ମୁହଁରେ କହିଛନ୍ତି । ଯାହାପାଖରେ ଫୋନ ରହିଛି ତା ପାଖରେ ରିଚାର୍ଜ କରିବାକୁ ଟଙ୍କା ନାହିଁ । ଅନେକ ଛାତ୍ରଛାତ୍ରୀ ତ ନିଜ ସାଙ୍ଗମାନଙ୍କ ଠାରୁ ଫୋନ ନେଇ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।

ଅନ୍ୟପକ୍ଷେ ଶିକ୍ଷକଙ୍କୁ ସଠିକ ଟ୍ରେନିଂ ମିଳିପାରି ନଥିବାରୁ ଏମାନେ ଛାତ୍ରଛାତ୍ରୀଙ୍କୁ ପଢାଇପାରୁନଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଏପରିସ୍ଥିତିରେ ଅନଲାଇନ ଶିକ୍ଷା କେବଳ ଏକ ପ୍ରହସନ ହୋଇ ରହିଯାଇଛି । ଏବେ ଏହାର ବିକଳ୍ପ ଦାବି କରିଛନ୍ତି ଅଭିଭାବକ । ଅଧିକାର କହିବା ଅନୁଯାୟୀ ବସ୍ତର ରାଜ୍ୟର ପଛୁଆ ଜିଲ୍ଲା ହୋଇଥିବାରୁ ଏଠାରେ ଅନଲାଇନ ଶିକ୍ଷା ସମ୍ଭବ ହୋଇପାରୁନାହିଁ ।

ଲକଡାଉନ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଏପ୍ରିଲ 8ରେ ପ୍ରତ୍ୟେକ ଘରେ ପାଠ ଆପଣଙ୍କ ଘରେ ନାଁରେ ଅନଲାଇନ ପୋର୍ଟାଲ ଲଞ୍ଚ କରିଥିଲେ ଛତିଶଗଡ ସରକାର । ହେଲେ ଏଯାଏ ଛାତ୍ରଛାତ୍ରୀଙ୍କୁ ମିଳିପାରୁନି ଏହାର ଲାଭ । ଅନ୍ୟପକ୍ଷେ ଏହାରି ମଧ୍ୟରେ କିଛି ସକାରାତ୍ମକ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ନାରାୟଣପୁରରେ ଶିକ୍ଷକଙ୍କର ଏପରି ଏକ ଗୋଷ୍ଠୀ ରହିଛି ଯେଉଁମାନେ ପର୍ଯ୍ୟାୟ କ୍ରମେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା କରାଉଛନ୍ତି । ବସ୍ତରର ଭାଟପାଲ ପଞ୍ଚାୟତରେ ଇଣ୍ଟରନେଟ ସମସ୍ୟା ସତ୍ତ୍ବେ ଏଠାରେ ଅଟକି ନାହିଁ ଛାତ୍ରଛାତ୍ରୀଙ୍କ ପାଠପଢା । ଲାଉଡ ସ୍ପିକର ଜରିଆରେ ଦିଆଯାଉଛି ଶିକ୍ଷାଦାନ । ତେବେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦିଗରେ ସରକାର ଆହୁରି ସଚେତନ ହେଲେ ଏମାନଙ୍କ ଭବିଷ୍ୟତ ଉଜ୍ବଳ ହୋଇପାରନ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.