ETV Bharat / bharat

ଜାଣନ୍ତୁ, କ୍ବାରେଣ୍ଟାଇନ ଓ ଆଇସୋଲେସନ ମଧ୍ୟରେ ପାର୍ଥକ୍ୟ

author img

By

Published : Mar 30, 2020, 7:47 PM IST

କ୍ବାରେଣ୍ଟାଇନ ଓ ଆଇସୋଲେସନକୁ ଉପରେ ମଧ୍ୟ ଲୋକଙ୍କ ସନ୍ଦେହ ରହିଛି । ସେମାନେ ଏହାକୁ ସମାନ ବୋଲି ଭାବୁଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏହିସବୁ ବିଷୟରେ ସାମାନ୍ୟ ତଥ୍ୟ ଦେବୁ । ଅଧିକ ପଢନ୍ତୁ...

ଜାଣନ୍ତୁ, କ୍ବାରେଣ୍ଟାଇନ ଓ ଆଇସୋଲେସନ ମଧ୍ୟରେ ପାର୍ଥକ୍ୟ
ଜାଣନ୍ତୁ, କ୍ବାରେଣ୍ଟାଇନ ଓ ଆଇସୋଲେସନ ମଧ୍ୟରେ ପାର୍ଥକ୍ୟ

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ସାରା ଭାରତରେ ଲକଡାଉନ ଘୋଷିତ ହୋଇଛି । 21 ଦିନ ଯାଏଁ ଘରେ ରହିବାକୁ ଲୋକଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯିଏ ନିୟମ ଭାଙ୍ଗି ବାହାରକୁ ଯାଉଛି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହାସହ ବାହାରେ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ବିଦେଶ ଫେରନ୍ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି ।

ତେବେ ଏହି ଲକଡାଉନକୁ ନେଇ କିଛି ଲୋକଙ୍କ ମନରେ ଭୁଲ ତଥ୍ୟ ରହିଛି । କେତେକ ଏହାକୁ କର୍ଫ୍ୟୁ ବୋଲି ଭାବୁଛନ୍ତି । ସେହିପରି କ୍ବାରେଣ୍ଟାଇନ ଓ ଆଇସୋଲେସନକୁ ଉପରେ ମଧ୍ୟ ଲୋକଙ୍କ ସନ୍ଦେହ ରହିଛି । ସେମାନେ ଏହାକୁ ସମାନ ବୋଲି ଭାବୁଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏହିସବୁ ବିଷୟରେ ସାମାନ୍ୟ ତଥ୍ୟ ଦେବୁ । ଏମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ବନ୍ଧରେ ଜଣାଇବୁ । ଏହି ସମୟରେ ଏସବୁ ବିଷୟରେ ସଠିକ ତଥ୍ୟ ଜାଣିବା ଜରୁରୀ ।

କ୍ବାରେଣ୍ଟାଇନ

କୋରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ 14 ଦିନିଆ କ୍ବାରେଣ୍ଟାଇନରେ ରଖାଯାଏ । ଏହି ଲୋକଙ୍କୁ କୋରୋନା ହୋଇନଥାଏ କିନ୍ତୁ ଏମାନଙ୍କୁ ହେବାର ସନ୍ଦେହ ଥାଏ । ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇବାକୁ କିଛି ଦିନ ସମୟ ନିଏ । ଫଳରେ ସେମାନଙ୍କୁ ଅନ୍ୟ ଲୋକଙ୍କଠାରୁ ଅଲଗା ରଖାଯାଏ । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରାଯାଇଛି ଯାହାକୁ 14 ଦିନିଆ କ୍ବାରେଣ୍ଟାଇନ ପିରିୟଡ ବୋଲି କୁହାଯାଏ । ଏହି ସମୟରେ କେତେକ ନିୟମ ପାଳିବାକୁ କଡାକଡି ଭାବେ ନିର୍ଦ୍ଦେଶ ରହିଛି । ସ୍ବାସ୍ଥ୍ୟଗତ ଜରୁରୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ସର୍ବସାଧାରଣ ଜାଗା ଓ ପରିବହନ ସେବାରୁ ନିଜକୁ ଦୂରେଇ ରଖନ୍ତୁ । କୋଭିଡ 19ର ଲକ୍ଷଣ ଉପରେ ନିୟମିତ ଧ୍ୟାନ ରଖନ୍ତୁ । ହାତକୁ ସବୁବେଳେ ପରିଷ୍କାର ରଖନ୍ତୁ । ଘର ଚଟାଣ ସଫା କରନ୍ତୁ । ଜରୁରୀ କାମ ଥିଲେ ଘରେ ଥାଇ କରିବାକୁ ଚେଷ୍ଟା କରନ୍ତୁ । ପରିବାର ଲୋକଙ୍କ ସହ ମିଶନ୍ତୁ ନାହିଁ । ନିଜକୁ ଗୋଟିଏ ଘରେ ବନ୍ଦ କରି ରଖନ୍ତୁ ।

ଆଇସୋଲେସନ

କ୍ବାରେଣ୍ଟାଇନ ଓ ଆଇସୋଲେସନ ମଧ୍ୟରେ ପାର୍ଥକ୍ୟ ସାମାନ୍ୟ । କ୍ବାରେଣ୍ଟାଇନ ପରେ ଆଇସୋଲେସନରେ ରୋଗୀଙ୍କୁ ରଖାଯାଏ । କ୍ବାରେଣ୍ଟାଇନରେ ସନ୍ଦିଗ୍ଧ ବ୍ୟକ୍ତି ରହନ୍ତି । ଏହାପରେ ସେମାନେ ସଂକ୍ରମିତ ଅଛନ୍ତି କି ନାହିଁ ସ୍ପଷ୍ଟ ହୁଏ । ତେବେ ସଂକ୍ରମିତ ଥିଲେ ସେମାନଙ୍କୁ ଆଇସୋଲେସନରେ ରଖାଯାଏ । ଏଠାକୁ କେବଳ ଡାକ୍ତର ଓ ନର୍ସଙ୍କୁ ଯିବାର ଅନୁମତି ରହିଥାଏ । ହସ୍ପିଟାଲର ଏକ ଆଇସୋଲେସନ ୱାର୍ଡରେ ରୋଗୀ ରହନ୍ତି । ଅନ୍ୟ ଲୋକଙ୍କଠାରୁ ଦୂରେଇ ରହିବା ସହ ସବୁବେଳେ ମାସ୍କ ପିନ୍ଧନ୍ତି । ଅଲଗା ବାଥରୁମ ଓ ବାସନପତ୍ର ବ୍ୟବହାର କରନ୍ତି । ବାହାରକୁ କୌଣସି ସାମଗ୍ରୀ ପାଇଁ ବାହାରନ୍ତି ନାହିଁ । ସେମାନଙ୍କ ପାଖକୁ ସବୁ ପ୍ରକାର ଜିନିଷ ଆସିଥାଏ । ସବୁବେଳେ ହାତ ଧୋଇବା ସହ ରୋଗୀ ରହୁଥିବା ସ୍ଥାନକୁ ସାନିଟାଇଜ କରାଯାଏ । ପ୍ରତିଷେଧକ ବ୍ୟବସ୍ଥା ସହ ଡାକ୍ତର ଓ ନର୍ସ ସେମାନଙ୍କ ପାଖକୁ ଯାଆନ୍ତି ।

ସାମାଜିକ ଦୂରତା

ଏହାର ଅର୍ଥ ଅନ୍ୟ ଲୋକଙ୍କ ସହ କୌଣସି ପ୍ରକାର ଶାରୀରିକ ସମ୍ପର୍କ, କଥାବାର୍ତ୍ତା, ଛୁଆଁଛୁଇଁ ଆଦିକୁ ଦୂରେଇବା । ଘରେ ସବୁବେଳେ ବସି ରହିବା ସାମାଜିକ ଦୂରତା ନୁହେଁ । କିଛି ଲୋକଙ୍କ ମଧ୍ୟରେ ଏହାକୁ ନେଇ ଭୁଲ ଧାରଣା ରହିଛି । ଆପଣ ବାହାରକୁ ଯାଇପାରିବେ କିନ୍ତୁ ଲୋକଙ୍କ ସହ ମିଶନ୍ତୁ ନାହିଁ । ସାଧାରଣତଃ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅନ୍ୟ ଲୋକଠାରୁ 6 ଫିଟ ବା ଏକ ମିଟର ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଅନ୍ତି । କାରଣ କୋରୋନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ଅତିକମରେ ଏହି ଦୂରତା ରଖିବା ଆବଶ୍ୟକ । ଗହଳି ବା ଗ୍ରୁପରେ ରହନ୍ତୁ ନାହିଁ । ପାଖ ପଡିଶାଙ୍କ ସହ ଏକାଠି ବସି କଥାବାର୍ତ୍ତା କରନ୍ତୁ ନାହିଁ । ସମ୍ମିଳନୀ, ଲାଇଭ କନସର୍ଟ, କୌଣସି ପ୍ରକାର ଖେଳ ପ୍ରତିଯୋଗିତା, ଧାର୍ମିକ ପୀଠରେ ଯୋଗ ଦିଅନ୍ତୁ ନାହିଁ । ପାଠପଢାଠାରୁ ଅଫିସ କାମ ଘରେ କରିବାକୁ ଚେଷ୍ଟା କରନ୍ତୁ । ଅନଲାଇନରେ କ୍ଲାସ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ । ହାତ ମିଳାଇବା ବଦଳରେ ନମସ୍ତେ କରନ୍ତୁ ।

ଲକଡାଉନ

କୋରୋନା ଭୂତାଣୁକୁ ବ୍ୟାପିବାରୁ ରୋକିବା ପାଇଁ ଲକଡାଉନ ଲାଗୁ କରାଯାଏ । ଲୋକଙ୍କ ଚଳପ୍ରଚଳ ତଥା ଭିଡ କମ କରିବାକୁ ଏହା ସରକାରଙ୍କ ଦ୍ବାରା ଲାଗୁ ଏକ ପ୍ରକ୍ରିୟା । ଏହା କିଛିଦିନ ବା କିଛି ସମୟ ପାଇଁ ଜାରି ରହେ । ଏହି ସମୟରେ ରେଳବାଇ, ବିମାନସେବା, ମେଟ୍ରୋ, ବସ ଆଦି ବନ୍ଦ ରହିଥାଏ । ସେହିପରି ରେଷ୍ଟୁରାଣ୍ଟ, ବାର, ସିନେମା ହଲ ମଧ୍ୟ ବନ୍ଦ ରହେ । ଲୋକଙ୍କୁ ବାହାରକୁ ଯିବାର ନିଷେଧ ରହିଥାଏ ।

କର୍ଫ୍ୟୁ

ତେବେ କର୍ଫ୍ୟୁ ଓ ଲକଡାଉନ ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ରହିଥାଏ । ଉଭୟର ନିୟମ ପାଖାପାଖି ସମାନ । ବିଭିନ୍ନ ଦେଶରେ କର୍ଫ୍ୟୁର ନିୟମ ଅଲଗା । ଭାରତରେ ସରକାର ଏହାକୁ ଲାଗୁ କଲାପରେ ନିୟମ କଡାକଡି ହୋଇଥାଏ । ଏଠାରେ କିଛି ସମୟ ପାଇଁ ରାସ୍ତାରେ ଲୋକଙ୍କ ଚଳପ୍ରଚଳ ବନ୍ଦ କରିବାକୁ ଏହା ଲାଗୁ ହୋଇଥାଏ । ଏହା କିଛି ଘଣ୍ଟା ଯାଏଁ ଲାଗୁ ରହେ । ପରେ ଏହାକୁ କିଛିଦିନ ଯାଏଁ ମଧ୍ୟ ବୃଦ୍ଧି କରାଯାଇପାରେ । ଏହି ସମୟରେ ବାହାରକୁ ବାହାରିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ସହ ଆରେଷ୍ଟ କରି ଫାଇନ ଲାଗୁ କରିଥାଏ । ସାଧାରଣତଃ କର୍ଫ୍ୟୁ କୌଣସି ଗଣ୍ଡଗୋଳ ଆଶଙ୍କାକୁ ଏଡାଇବାକୁ ଲାଗୁ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.