ETV Bharat / bharat

ୟୁଏସ-ଇରାନ ମୁହାଁମୁହିଁ, ଭାରତରେ ତୈଳ ସଙ୍କଟ ନେଇ ପେଟ୍ରୋଲିୟମ ମନ୍ତ୍ରୀଙ୍କ ବୟାନ

ଆମେରିକା ଦ୍ବାରା ଇରାନ ସେନାର କୁଦସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ପରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । ଏହାର ପ୍ରଭାବରେ ଭାରତ ବିଶେଷ ଭାବରେ ପ୍ରଭାବିତ ହୋଇପାରେ । ଭାରତ ତୈଳ ଉପଲବ୍ଧତା ଉପରେ ବଡ ସମସ୍ୟା ସୃଷ୍ଟି ହୋଇପାରେ । ଏହାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ ବୟାନ ଦେଇଛନ୍ତି । ଅଧିକ ପଢନ୍ତୁ...

dharmendra pradhan oil world impacts
ଫାଇଲ ଫଟୋ
author img

By

Published : Jan 5, 2020, 11:56 PM IST

ନୂଆଦିଲ୍ଲୀ: ଆମେରିକା ଦ୍ବାରା ଇରାନ ସେନାର କୁଦସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ପରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । ଏହାର ପ୍ରଭାବରେ ଭାରତ ବିଶେଷ ଭାବରେ ପ୍ରଭାବିତ ହୋଇପାରେ। ଭାରତ ତୈଳ ଉପଲବ୍ଧତା ଉପରେ ବଡ ସମସ୍ୟା ସୃଷ୍ଟି ହୋଇପାରେ । ଏହାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତକୁ ଏଥିରେ କୌଣସି ପ୍ରକାରର ଚିନ୍ତା କରିବା ଆବଶ୍ୟକତା ନାହିଁ । ଆରବ ଦେଶରେ ସ୍ଥିତି ସାମାନ୍ୟ, ଭାରତ ନିଜ ଆବଶ୍ୟକତା ପୂରଣ କରିବାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବ ନାହିଁ ।

ଭାରତ ଏବେ ଦେଶରେ ତୈଳ ଉତ୍ପାଦନ ବୃଦ୍ଧି କରିବା ସହ ବୈକଳ୍ପିକ ଉର୍ଜା ସମାଧାନ ସନ୍ଧାନ ଦିଗରେ କାମ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଇରାନ-ଆମେରିକା ମଧ୍ୟରେ କଳହ ଫଳରେ ଭାରତକୁ ତୈଳ ଆମଦୀନରେ କୈାଣସି ପ୍ରକାର ଚିନ୍ତାର ଆବଶ୍ୟକତା ନାହିଁ । କୁଏତ, ୟୁଏଇ ଓ ସାଉଦି ଆରବରେ ଏବେ ଶାନ୍ତିପୂର୍ଣ୍ଣ ମାହୋଲ ରହିଛି । ଭାରତ ନିଜ ତୈଳ ଉପଲବ୍ଧତା ଏହି ଦେଶଙ୍କ ଠାରୁ ପୂରଣ କରିବ।

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ପରେ ପରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଛି । ଏହାର ପ୍ରଭାବ ଭାରତରେ ପଡିବା ପ୍ରଶ୍ନରେ ଧର୍ମେନ୍ଦ୍ର ପ୍ରଧାନ ଜବାବ ରଖିଛନ୍ତି । ଏଥିପାଇଁ ଭାରତକୁ ସ୍ବ-ଉତ୍ପାଦ ବୃଦ୍ଧି ଓ ଉପସାଗରୀୟ ଦେଶ ବ୍ୟତୀତ ଅନ୍ୟ ଦେଶରୁ ଅଶୋଧିତ ତୈଳ ଆମଦାନୀ ଓ ଶକ୍ତିର ଅନ୍ୟ ବିକଳ୍ପ ଖୋଜିବା ପାଇଁ ପଡିବ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ବର୍ତ୍ତମାନର ସମୟରେ ତୈଳ ଉତ୍ପାଦନ ଦେଶ ସମୂହରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଏହାର ସିଧା ପ୍ରଭାବ ଭାରତ ବଜାରେ ଦେଖାଯାଉଛି । ସଂଘର୍ଷ ଓ ଉତ୍ତେଜନାରୁ ବିରତ ରହିବା ବିଶ୍ବ ଓ ଭାରତ ପାଇଁ କଲ୍ୟାଣକାରୀ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.