ଥିରୁଅନନ୍ତପୁରମ: କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିର ଖୋଲିବ । କେରଳ ସରକାର ଏନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି । ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ଭକ୍ତଙ୍କୁ ଦର୍ଶନ କରାଯିବା ବ୍ୟବସ୍ଥା କରାଯାଉଛି । ଏ ନେଇ ମନ୍ଦିର ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।
ଦେବସ୍ନାନମ ବୋର୍ଡ ସଭାପତି ଏନ ଭାସୁ କହିଛନ୍ତି ସାବରୀମାଳା ମନ୍ଦିରର ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ କୋରୋନା କଟକଣା ମଧ୍ୟରେ ଭକ୍ତଙ୍କ ପ୍ରବେଶ ପାଇଁ ମୁଖ୍ୟ ସଚିବଙ୍କ ପ୍ରତିନିଧିତ୍ବରେ ଏକ ପାଞ୍ଚଜଣିଆ କମିଟି ଗଠନ କରାଯାଇଛି । ମନ୍ଦିର ଦର୍ଶନ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିବେ । ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ବହୁତ କମ ସଂଖ୍ୟକ ତୀର୍ଥଯାତ୍ରୀଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି ।
ସାବରୀମାଳା ମନ୍ଦିରର ପ୍ରସିଦ୍ଧ ତୁଳାମାସା ପୂଜା ପାଇଁ କମ ସଂଖ୍ୟ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ । ଏହି ସମୟରେ ସମସ୍ତ ପ୍ରକାରର କୋରୋନା ଗାଇଡଲାଇନ ପାଳନ କରାଯିବ । ତୀର୍ଥଯାତ୍ରୀ କେବଳ ଧାଡି ମାଧ୍ୟମରେ ଦର୍ଶନ କରିବେ । ଅନ୍ୟ ରାଜ୍ୟର ତୀର୍ଥଯାତ୍ରୀଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ