ETV Bharat / bharat

ଦୁର୍ଗା ମନ୍ଦିର ପାଲଟିଲା ମୋଦି ମନ୍ଦିର

ପିଏମ ମୋଦିଙ୍କ ପ୍ରେମରେ ଜନତା। ଦୁର୍ଗା ମନ୍ଦିରକୁ ବନାଇଲେ ମୋଦି ମନ୍ଦିର। ଆଉ ଉପବାସ କରି ମୋଦିଙ୍କ ବିଜୟ କାମନା କଲେ। ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରେ ।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ/ଟ୍ବିଟର @ଏଏନଆଇ
author img

By

Published : Apr 15, 2019, 9:02 AM IST

ଲକ୍ଷ୍ନୌ: ଏବେ ନିର୍ବାଚନକୁ ନେଇ ରାଜନୀତି ସରଗରମ। ଆଉ ପ୍ରିୟ ନେତାଙ୍କୁ ଭୋଟ ଦେବାକୁ ପ୍ରସ୍ତୁତ ଜନତା। ନମୋ ଚା, ନମୋଙ୍କ ନାମରେ ଦୋକାନ ଭଳି ବିଭିନ୍ନ ଘଟଣାକୁ ନେଇ ଆଗରୁ ଚର୍ଚ୍ଚା ହୋଇଥିବା ଆପଣ ଜାଣିଥବେ। ହେଲେ କେବେ ଜଣେ ଜୀବନ୍ତ ଲୋକଙ୍କ ଫଟୋକୁ ଧୂପଦୀପ ଦେଇ ପୂଜା କରୁଥିବା ଦେଖିଛନ୍ତି କି ? ହୁଏତ ନା। କିନ୍ତୁ ଉତ୍ତରପ୍ରଦେଶ ବଲିଆ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ମୋଦିଙ୍କର କିଛି ସମର୍ଥକ ତାଙ୍କ ଫଟୋ ରଖି ପୂଜା କରୁଛନ୍ତି ।

ନିର୍ବାଚନରେ ତାଙ୍କର ବିଜୟ ପାଇଁ କାମନା କରୁଛନ୍ତି । ବାଁଶଡିହରେ ଥିବା ଏକ ଦୁର୍ଗା ମନ୍ଦିରରକୁ ବନାଇ ଦେଇଛନ୍ତି ମୋଦି ମନ୍ଦିର। ଭକ୍ତମାନେ ମୋଦିଙ୍କର ଫଟୋ ରଖି ପୂଜା କରୁଛନ୍ତି । କେବଳ ଏତିକି ନୁହେଁ ମୋଦିଙ୍କର ବିଜୟ ପାଇଁ ଗାଁର ମହିଳା ମାନେ 9 ଦିନ ବ୍ରତ ରଖିଥିଲେ। ଧୂପ ଦୀପ ଦେଇ ପିଲାଠାରୁ ବୁଢାଯାଏ ସମସ୍ତେ ଏହି ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂଜା କରୁଛନ୍ତି।

ମନ୍ଦିରରେ ପୂଜା କରିବା ସହ ଗ୍ରାମବାସୀମାନେ ବାଁସଡିହି ନଗର ପଞ୍ଚାୟତକୁ ମୋଦି ନଗର ପଞ୍ଚାୟତ ନାମରେ ପରିବର୍ତ୍ତିତ କରିବା ପାଇଁ ଦାବି ମଧ୍ୟ କରିଛନ୍ତି ।

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.