ମୁମ୍ବାଇ: ବାତ୍ୟା 'ନିସର୍ଗ'ରେ କ୍ଷୟକ୍ଷତି ନେଇ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆଲୋଚନା ହୋଇଛି । ବାତ୍ୟା ନିସର୍ଗ ଯୋଗୁଁ ମହାରାଷ୍ଟ୍ରରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହୋଇଥିଲା । ବାତ୍ୟା ପ୍ରଭାବିତ ରାୟଗଡ ଏବଂ ରତ୍ନଗିରି ଅଞ୍ଚଳକୁ ଗସ୍ତ କରିଥିଲେ ଦେବେନ୍ଦ୍ର ଫଡନାଭିସ । ହେଲେ ପ୍ରଭାବିତଙ୍କୁ ରିଲିଫ ମିଳି ନ ଥିବା ସେ କହିଛନ୍ତି । କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଏପର୍ଯ୍ୟନ୍ତ ହୋଇ ନାହିଁ । ମତ୍ସ୍ୟଜୀବୀ ଡଙ୍ଗା ମରାମତି ପାଇଁ ସେ ରାଜ୍ୟ ସରକାରଙ୍କ ସହାୟତା ଲୋଡିଛନ୍ତି ।
ଜୁନ 3ରେ 'ନିସର୍ଗ' ରାୟଗଡରେ ଲ୍ୟାଣ୍ଡଫଲ କରିଥିବାରୁ ରାୟଗଡ ଓ ରତ୍ନଗିରିର କିଛି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ରାଜ୍ୟ କଂଗ୍ରେସ ସଭାପତି ଓ ରାଜସ୍ବ ମନ୍ତ୍ରୀ ବାଲାସାହେବ ଥୋରାଟ ମଧ୍ୟ କ୍ଷୟକ୍ଷତିର ଆକଳନ କରିବା ପାଇଁ ରାୟଗଡର ଆଲିବାଗ ପରିଦର୍ଶନ କରିଥିଲେ । ବାତ୍ୟା 'ନିସର୍ଗ'ରେ ଯେଉଁମାନଙ୍କର ଘର, ଚାଷ ପ୍ରଭାବିତ ହୋଇଛି ସେମାନଙ୍କୁ ରିଲିଫ ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ।