ETV Bharat / bharat

ଆସାମକୁ ତୁରନ୍ତ ରିଲିଫ ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କଲେ ଏଚଡି ଦେବ ଗୌଡା

ଆସାମ ବନ୍ୟା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା । ଏଥିସହ ସେ କହିଛନ୍ତି, ଏହା ବହୁତ ର୍ଦୁଭାଗ୍ୟଜନକ ଯେ ଆସାମ ଏକାସାଙ୍ଗରେ କୋରୋନା ମହାମାରୀ ଏବଂ ବନ୍ୟା ସ୍ଥିତି ସହ ଲଢେଇ କରୁଛି । ଏଣୁ କେନ୍ଦ୍ର ତୁରନ୍ତ ଆସାମ ସ୍ଥିତି ଉପରେ ଦୃଷ୍ଟି ଦେବା ସହ ରିଲିଫ ଯୋଗାଉ ବୋଲି ସେ ଅନୁରୋଧ କରିଛନ୍ତି ।

author img

By

Published : Jul 17, 2020, 2:57 PM IST

deve gowda
ଆସାମକୁ ତୁରନ୍ତ ରିଲିଫ ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କଲେ ଏଚଡି ଦେବ ଗୌଡ

ନୂଆଦିଲ୍ଲୀ: ଆସାମ ବନ୍ୟା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା । ଏଥିସହ ସେ କହିଛନ୍ତି, ଏହା ବହୁତ ର୍ଦୁଭାଗ୍ୟଜନକ ଯେ ଆସାମ ଏକାସାଙ୍ଗରେ କୋରୋନା ମହାମାରୀ ଏବଂ ବନ୍ୟା ସ୍ଥିତି ସହ ଲଢେଇ କରୁଛି । ଏଣୁ କେନ୍ଦ୍ର ତୁରନ୍ତ ଆସାମ ସ୍ଥିତି ଉପରେ ଦୃଷ୍ଟି ଦେବା ସହ ରିଲିଫ ଯୋଗାଉ ବୋଲି ସେ ଅନୁରୋଧ କରିଛନ୍ତି ।

ମୁଁ ଆସାମର ବନ୍ୟା ସ୍ଥିତିକୁ ନେଇ ବିଚଳିତ ଅଛି । ଗତ କିଛି ଦିନ ହେବ ଆସାମର ସ୍ଥିତି ସଙ୍ଗୀନ ରୂପ ଧାରଣ କରିଛି । ଏଣୁ ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ଯେ, ଆସାମ ସ୍ଥିତି ଉପରେ ଧାନ ଦିଅନ୍ତୁ ।

ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲି ଏବଂ ତାପରେ ମଧ୍ୟ ଆସାମ ଏବଂ ଉତ୍ତର ପୂର୍ବ ଲୋକମାନେ ମୋତେ ବହୁତ ସ୍ନେହ, ଶ୍ରଦ୍ଧା ଏବଂ ଆର୍ଶୀବାଦ ଦେଇଥିଲେ । ମହାମାରୀ ସରିବା ପରେ ଯଦି ଭଗବାନ ଇଚ୍ଛା କଲେ ମୁଁ ନିଶ୍ଚିତ ରାଜ୍ୟକୁ ଗସ୍ତ କରିବି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରକାଶ ଥାଉକି, ଆସାମ ବନ୍ୟା ସ୍ଥିତି ଦିନକୁ ଦିନ ସଙ୍ଗୀନ ରୂପ ଧାରଣ କରୁଛି । ରାଜ୍ୟର 27 ଜିଲ୍ଲା ସହ 3218 ଗାଁ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବନ୍ୟା ମୁକାବିଲା ପାଇଁ ରାଜ୍ୟରେ 748 ରିଲିଫ କ୍ୟାମ୍ପ ଗଠିତ କରାଯାଇଛି ବୋଲି ଆସାମ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.