ହାଇଦ୍ରାବାଦ: ଡେଙ୍ଗୁ, ବର୍ତ୍ତମାନ ଅଧିକ ବ୍ୟାପୁଥିବା ରୋଗ । ପ୍ରତିଦିନ ଏସସିବିରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ବର୍ଷଯାକ ଆମେ ଏହି ଡେଙ୍ଗୁ ରୋଗ ସହ ସଂଘର୍ଷ କରୁଛେ । ବର୍ଷକୁ ଭାରତରେ ପ୍ରାୟ 3.3 କୋଟି ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି । ହଇଜା, ବସନ୍ତ ଆଦି ରୋଗରୁ ମୁକ୍ତ ହୋଇଥିଲେ ମଧ୍ୟ ଡେଙ୍ଗୁରୁ ରକ୍ଷା ପାଇ ପାରୁନେ । ଏପରିକି ଦେଶର 10 କୋଟି ଲୋକଙ୍କୁ ଡେଙ୍ଗୁର କୌଣସି ଲକ୍ଷଣ ଦେଖା ନଥିଲେ ମଧ୍ୟ ଡେଙ୍ଗୁ ଜ୍ବର ହେଉଛି । ଏ କଥା ଆମେ କହୁନୁ, ଜାତୀୟ ସ୍ତରରେ ହୋଇଥିବା ସର୍ଭେରୁ ଜଣାପଡିଛି । ସାଧାରଣତଃ ଏହି ରୋଗ ଶିଶୁ ଓ ସହରାଞ୍ଚଳରେ ବେଶି ବ୍ୟାପୁଥିଲା କିନ୍ତୁ ବର୍ତ୍ତମାନ ସମସ୍ତ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ।
ଆଗରୁ ଏହାର ଲକ୍ଷଣ ନଜର ଆସୁଥିଲେ ମଧ୍ୟ ବର୍ତ୍ତମାନ ଲକ୍ଷଣ ବି ଦେଖିବାକୁ ମିଳୁନି ଫଳରେ ଲୋକ ଅଧିକ ଭୟଭୀତ ଅଛନ୍ତି । ଏହା ମୁଖ୍ୟତଃ ମସ୍ତିସ୍କ, ହୃତପିଣ୍ତ, ଯକୃତ ଉପରେ ପ୍ରଭାବ ପକାଇଥାଏ । 98 ପ୍ରତିଶତ ଡେଙ୍ଗୁ ଜର ଆକାରରେ ହୋଇଥାଏ ଓ ଔଷଧ ଖାଇଲେ ଭଲ ହୋଇଯାଏ । ପରେ ପୁଣି ଡେଙ୍ଗୁ ଆସେ, ଏହାକୁ ଆମେ ଏତେ ଗମ୍ଭୀରତାର ସହ ନେଇ ନଥାଉ । ସରକାର ସର୍ବଦା ଲୋକଙ୍କୁ ସେଚତନ କରିବା ପାଇଁ ଡେଙ୍ଗୁ ମଶା ଠାରୁ ରକ୍ଷା ପାଇଁ ମଶାରୀ ଯୋଗାଉଛନ୍ତି । ଗ୍ରାମାଞ୍ଚଳରେ ପରିବାରର ପ୍ରତି ସଦସ୍ୟଙ୍କୁ ମାଗଣା ମଶାରୀ ଯୋଗାଇ ଦିଆଯାଉଛି ମାତ୍ର ତଥାପି ଲୋକ ସଚେତନ ହେଉନାହାଁନ୍ତି ।
ଡେଙ୍ଗୁର କେନ୍ଦ୍ରସ୍ଥଳ:-
‘ଫ୍ଲାଭିଭାଇରସ୍’ କାରଣରୁ ଡେଙ୍ଗୁ ହୋଇଥାଏ । ଏହା ଚାରି ପ୍ରକାର-ଡେଙ୍ଗୁ1, ଡେଙ୍ଗୁ2, ଡେଙ୍ଗୁ3, ଡେଙ୍ଗୁ4 । ମାଇ ମଶା ଏଡେସ ଏଜିପ୍ଟ ଦ୍ବାରା ରୋଗ ବ୍ୟାପିଥାଏ । ଯଦି ଡେଙ୍ଗୁର ଗୋଟେ ପ୍ରକାର ମଶା କାମୁଡିଲା ତେବେ କେବଳ ଜର ହେବାର ସମ୍ଭାବନା ରହିଛି । ଯଦି ଏହା ପରେ ଡେଙ୍ଗୁ4 ମଶା କାମୁଡିଲା ତେବେ ଡେଙ୍ଗୁ ହେବାର ଅନେକ ସମ୍ଭାବନା ରହିଛି ।
ସବୁ ପ୍ରକାର ମଶା କଣ ଡେଙ୍ଗୁର କାରଣ ?
ନାଁ, ଯେଉଁ ମଶା ଡେଙ୍ଗୁ ରୋଗ ବାହକ ଭାଇରସକୁ ଧରି ରଖିଥାଏ କେବଳ ସେହି ମଶା ଦ୍ବାରା ହିଁ ଡେଙ୍ଗୁ ହୋଇଥାଏ । ବେଳେବେଳେ ଭାଇରସ ଥିବା ମଶା କାମୁଡିଲେ ମଧ୍ୟ ଜର ହୋଇନଥାଏ । କାରଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଦି ଥାଏ ତେବେ ସେ ଭାଇରସ ରୋଗ କରିପାରିବ ନାହିଁ । କେବଳ 10 ପ୍ରତିଶତ ଲୋକଙ୍କୁ ଜର ହେବାର ସମ୍ଭାବନା ରହିଛି । କେତେକ ମୁଣ୍ଡବିନ୍ଧା ଓ ଶରୀର ପିଡାର ମଧ୍ୟ ଶିକାର ହୋଇଥାନ୍ତି ।
କେବେ ଡାକ୍ତରଖାନାରେ ଚିକିତ୍ସିତ ହେବେ ?
ପେଟ କାଟିବା, ବାନ୍ତି ହେବା, ଛାତିପୋଡିବା ଆଦି ଲକ୍ଷଣ ଡେଙ୍ଗୁର ଲକ୍ଷଣ । ଏହପରେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଉଚିତ୍ । ରକ୍ତଚାପ ହ୍ରାସ ପାଇବା ସହ ଲଗାତାର ରକ୍ତସ୍ରାବ ଓ କୌଣସି ଅଙ୍ଗ ଅକାମୀ ହୋଇଯିବା ମଧ୍ୟ ଡେଙ୍ଗୁର ଲକ୍ଷଣ । ଏହି ମାମଲାରେ ରୋଗୀକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତୀ କରାଯିବା ଉଚିତ୍ । ମଧୁମେହ ଥିବା ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା, ଆନେମିଆ, ମୋଟା ବ୍ୟକ୍ତି ଆଦିଙ୍କୁ ଡେଙ୍ଗୁ ଖୁବ ଶୀଘ୍ର ହୋଇଥାଏ ।
ରକ୍ତଜମାଟ ବାନ୍ଧିବା ଏକ ମୁଖ୍ୟ ସମସ୍ୟା:-
ଡେଙ୍ଗୁ ଜରରେ ପ୍ଲାଟିଲେଟର ମାତ୍ରା କମିଯାଇଥାଏ ଓ ରକ୍ତ ଜମାଟ ବାନ୍ଧିଥାଏ । ଏହା ଏକ ମୁଖ୍ୟ ସମସ୍ୟା। ମୁଖ୍ୟତଃ ରକ୍ତ ବାହିକାରୁ ପ୍ଲାଜମା ଫ୍ଲୁଉଡ୍ ବାହାରିଆସେ । ସାଧାରଣତଃ ରକ୍ତ ବାହିକା ଓ କୋଷ ପରସ୍ପର ସହ ଯୋଡି ହୋଇରହିଥାନ୍ତି । ଯେତେବେଳେ ଡେଙ୍ଗୁ ଆକ୍ରାନ୍ତ କରେ ଇଣ୍ଟରଲ୍ୟୁକିନ୍ କେମିକାଲ ଝରିଥାଏ । ଏହା କୋଷ ଗୁଡିକର ସ୍ଥାନ ପରିବର୍ତ୍ତନ କରିଥାଏ । ଭିତର କୋଷରେ କଣା ସୃଷ୍ଟି କରେ । ଏହି କଣା ମାଧ୍ୟମରେ ଫ୍ଲୁଉଡ୍ ବାହାରିଥାଏ । ହିମୋଗ୍ଲୋବିନ୍, ନାରଙ୍ଗୀ ରକ୍ତ କୋଷ, ଧଳା କୋଷର ବଢିଯାଇଥାଏ ଓ ରକ୍ତ ଜମାଟ କରାଏ । ରକ୍ତ ଜମାଟ ବାନ୍ଧିଲେ ରକ୍ତ ଚାପ ହ୍ରସା ହୁଏ । ଏହାପରେ ଗୋଟେ ଗୋଟେ ଅଙ୍ଗ ଅକାମୀ ହୋଇଯାଏ ।
ଡାକ୍ତରଖାନାରୁ କେବେ ଡିସଚାର୍ଜ ହେବେ ?
ଯେତବେଳେ ଜର ସମ୍ପୁର୍ଣ୍ଣ ଛାଡିଯିବ । ଔଷଧର ଆବଶ୍ୟକତା ପଡିବନି ସେତେବେଳେ ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରିବେ । ନିଶ୍ବାସରେ ସ୍ଥିରତା, ରକ୍ତଚାପରେ ନିୟନ୍ତ୍ରଣ ଓ ୟୁରିନ୍ ଠିକ୍ ଭାବରେ ଯାଉଥିବ ସେତେବେଳେ ଡାକ୍ତରଖାନାକୁ ଡିସାର୍ଚ୍ଚ ହୋଇପାରିବେ ।
ଉଚିତ୍ ଓ ଅନୁଚିତ୍:-
- ଜ୍ବର ଆରମ୍ଭରେ ପାରାସିଟାମଲ୍ ଗ୍ରହଣ କରିବେ ।
- Brufin, Analgin, Diclofenac, Aspirin ଭଳି ପେନ୍ କିଲର୍ ନେଇପାରିବେ ।
- ଇଣ୍ଟ୍ରା-ମସ୍କୁକାଲ ସିରିଞ୍ଜି ନ ନେବା ଉଚିତ୍
- ବିନା ୱାରେଣ୍ଟର ସିରିଞ୍ଜ, ବ୍ଲଡ, ପ୍ଲାଟିଲେଟ୍, ସାଲାଇନ ପ୍ରତି ସତର୍କ ରହିବେ ।
- ଅଧିକ ଆରାମ କରିବେ ।
- ଜ୍ବର ପରେ ଖାଦ୍ୟ ବିଷୟରେ ଅଧିକ ସତର୍କ ଅବଲମ୍ବନ କରିବେ ।
- ଅଧିକ ଫଳ ଜୁସ୍ ମଧ୍ୟ ଗ୍ରହଣ କରିବେ । ଯଦି ପୋଟାସିୟମର ମାତ୍ରା ବୃଦ୍ଧି ପାଏ ତେବେ ହାର୍ଟବିଟରେ ଅସମାନତା ଦେଖାଦେଇପାରେ ।
- ଯଦି ଜ୍ବର ଅଛି କିନ୍ତୁ ବାନ୍ତି ହେଉନାହିଁ ତେବେ ଭରପୂର ଖାଦ୍ୟ ଖାଇବା ଜରୁରୀ
- ଅତି ତେଲ, ମସଲା ଖାଦ୍ୟ ନଖାଇ, ସାଧାରଣ ଖାଦ୍ୟ ଗ୍ରହଣ କରିବା ଉଚିତ୍
ଆମେ ସାଧରଣତଃ ଅମୃତଭଣ୍ଡା ପତ୍ର, ଫଳରସକୁ ଔଷଧ ଭାବରେ ଖାଇଥାଉ ଓ ଡାକ୍ତରଙ୍କ ସହ ଯୋଗଯୋଗ କରିନଥାଉ । କିନ୍ତୁ ଏପରି କଲେ ଡେଙ୍ଗୁ କମିବ ନାହିଁ ତେଣୁ ଡାକ୍ତରଙ୍କ କହିବାନୁସାରେ ଔଷଧ ଗ୍ରହଣ କରିବା ଜରୁରୀ ।
ପ୍ରତିକାର:-
ଡେଙ୍ଗୁ ରୋଗରେ ପିଡୀତ ହୋଇ ଔଷଧ ଖାଇବାଠୁ ଭଲ ଶରୀର ଉପରେ ଡେଙ୍ଗୁର କୌଣସି ପ୍ରଭାବ ପକାଇବାକୁ ଦେବାନି । ଯଦି ମଶା କାମୁଡିବାଠାରୁ ନିଜକୁ ରକ୍ଷା କରିପାରିବା ତେବେ ଡେଙ୍ଗୁଠାରୁ ମଧ୍ୟ ରକ୍ଷା ପାଇପାରିବା । ବିଶୁଦ୍ଧ ଜଳ ପିଇବା ସହ ଆଖପାଖ ଅଞ୍ଚଳରେ ପୋଚ ପାଣି ଜମା ହେବାକୁ ଦେବା ନାହିଁ । ବର୍ଷସାରା ମଶାରି ବ୍ୟବହାର କରିବା ଜରୁରୀ । ବାହାରକୁ ଗଲେ ଫୁଲ୍ ସାର୍ଟ-ପ୍ୟାଣ୍ଟ ପିନ୍ଧିକି ଯିବା ସହ ମଶା କାମୁଡିବାରୁ ନିଜକୁ ରୋକିବା ପାଇଁ କ୍ରିମର ମଧ୍ୟ ବ୍ୟବହାର କରିପାରିବେ ।