ETV Bharat / bharat

ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା 'ଖରାପ'

author img

By

Published : Feb 3, 2020, 10:24 AM IST

ଦିଲ୍ଲୀର ଆରକେ ପୁରମ, ଆନନ୍ଦ ବିହାର ଏବଂ ଅଶୋକ ବିହାର ସମେତ ଅନେକ ସ୍ଥାନରେ ସୋମବାର ବାୟୁର ଗୁଣବତ୍ତା ଖରାପ ଏବଂ ଅତ୍ୟନ୍ତ ଖରାପ ସ୍ତରରେ ଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

ବାୟୁ ଗୁଣବତ୍ତା
delhis-air quality

ନୂଆଦିଲ୍ଲୀ: ପୁଣିଥରେ ଖରାପ ସ୍ତରରେ ପହଞ୍ଚିଛି ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା । ଦିଲ୍ଲୀର ଆରକେ ପୁରମ, ଆନନ୍ଦ ବିହାର ଏବଂ ଅଶୋକ ବିହାର ସମେତ ଅନେକ ସ୍ଥାନରେ ସୋମବାର ବାୟୁର ଗୁଣବତ୍ତା ଖରାପ ଏବଂ ଅତ୍ୟନ୍ତ ଖରାପ ସ୍ତରରେ ଥିବା ରେକର୍ଡ କରାଯାଇଛି ।

ରାଜଧାନୀ ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳରେ ସୋମବାର ସକାଳୁ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 294 ରେକର୍ଡ କରାଯାଇଛି । ସେହିପରି ଆରକେ ପୁରମରେ ଏକ୍ୟୁଆଇ 236, ଲୋଧି ରୋଡରେ 200, ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ଏକ୍ୟୁଆଇ 243 ରେକର୍ଡ କରାଯାଇଛି । ଯାହା ଖରାପ ଏବଂ ଅତ୍ୟନ୍ତ ଖରାପ ବୋଲି ଧାର୍ଯ୍ୟ କରାଯାଏ ।

ସୂଚନାଯୋଗ୍ୟ ଯେ, ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ। ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ଧରାଯାଏ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.