ETV Bharat / bharat

ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି, ଆଗକୁ ଆସୁଛି ବିପଦ

author img

By

Published : Oct 13, 2020, 2:17 PM IST

କିଛି ଦିନର ବ୍ୟବଧାନ ପରେ ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣର ମାତ୍ରା । ଯାହା ଏବେ ଏୟାର କ୍ବାଲିଟି ଇଣ୍ଡେକ୍ସ(AIQ)ରେ 332କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି, ଆଗକୁ ଆସୁଛି ବିପଦ
ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି, ଆଗକୁ ଆସୁଛି ବିପଦ

ନୂଆଦିଲ୍ଲୀ: ଦିଲ୍ଲୀର ପାଣିପାଗ ଦିନକୁ ଦିନ ବହୁ ମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି । ମଙ୍ଗଳବାର ସକାଳେ 'ଅତ୍ୟନ୍ତ ଖରାପ' ଶ୍ରେଣୀରେ ବାୟୁ ଗୁଣବତ୍ତା ରେକର୍ଡ କରାଯାଇଥିଲା । ଏଠାରେ ଏୟାର କ୍ବାଲିଟି ଇଣ୍ଡେକ୍ସ(AIQ) 332କୁ ବୃଦ୍ଧି ପାଇଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆଖି ପୋଡିବା ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଅନୁମାନ କରାଯାଉଛି ଆଗାମୀ ଦିନରେ ଦିଲ୍ଲୀର ବାୟୁ ଏକ ଖରାପ ଅବସ୍ଥାରେ ପହଞ୍ଚିପାରେ।

ସୋମବାର ସକାଳେ ବାୟୁ ଗୁଣବତ୍ତା ଏୟାର କ୍ବାଲିଟି ଇଣ୍ଡେକ୍ସରେ 240 ଥିଲା । ଏହାପୂର୍ବରୁ ରବିବାର ଏବଂ ଶନିବାର 24 ଘଣ୍ଟାର ହାରାହାରି AQI ଯଥାକ୍ରମେ 216 ଏବଂ 221 ଥିଲା | ଏଭଳି ପରିସ୍ଥିତିରେ ଦିନକୁ ଦିନ ଦିଲ୍ଲୀର ବାୟୁ ଖରାପ ହେବାରେ ଲାଗିଛି ବୋଲି କୁହାଯାଇପାରେ।

ଶୂନରୁ 50 ମଧ୍ୟରେ ବାୟୁ ଗୁଣବତ୍ତା 'ଭଲ', 51 ରୁ 100 ପର୍ଯ୍ୟନ୍ତ 'ସନ୍ତୋଷଜନକ', 101 ରୁ 200 ପର୍ଯ୍ୟନ୍ତ 'ମଧ୍ୟମ', 201 ରୁ 300 ପର୍ଯ୍ୟନ୍ତ 'ଖରାପ', 301 ରୁ 400 ମଧ୍ୟରେ 'ଅତ୍ୟନ୍ତ ଖରାପ' ଏବଂ 401 ରୁ 500 ମଧ୍ୟରେ 'ଗମ୍ଭୀର' ଥିବା ବିବେଚନା କରାଯାଏ ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ PM-10 ସ୍ତର ପ୍ରତି ଘନ ମିଟରରେ 332 ମାଇକ୍ରୋଗ୍ରାମ ଥିଲା, ଯାହା ଏହି ସମୟର ଏପର୍ଯ୍ୟନ୍ତ ସର୍ବାଧିକ ଅଟେ। ଯେତେବେଳେ ଭାରତରେ PM-10 ର ସ୍ତର 100 ମାଇକ୍ରୋଗ୍ରାମ ପ୍ରତିଘନ ମିଟରରୁ କମ ରହିଥାଏ ତେବେ ଏହାକୁ ସୁରକ୍ଷିତ ବୋଲି ବିବେଚନା କରାଯାଏ ।

ଦିଲ୍ଲୀରେ ବାୟୁ ଗୁଣବତ୍ତା ପ୍ରଥମ ଥର ପାଇଁ 29 ଜୁନ ପରେ 7 ଅକ୍ଟୋବର 2020ରେ ପ୍ରଥମ ଥର ପାଇଁ 'ଖରାପ' ହୋଇଥିଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ 24 ଘଣ୍ଟା ମଧ୍ୟରେ AQI 215 ପଞ୍ଜିକରଣ କରିଥିଲା ​। 'ସଫର' ଅନୁସାରେ ପାକିସ୍ତାନ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶକୁ ଲାଗିଥିବା ଅଞ୍ଚଳରେ ଫସଲ ଜଳିବା କାରଣରୁ ଦିଲ୍ଲୀର ବାୟୁ ଗୁଣବତ୍ତା ପ୍ରଭାବିତ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.