ନୂଆଦିଲ୍ଲୀ: ହାଡଭଙ୍ଗା ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ । ସାରା ଦେଶରେ ଶୀତ ଲହରି ଜାରି ରହିଥିବାବେଳେ ଦିଲ୍ଲୀରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ଶୀତର ପ୍ରକୋପ ଦେଖିବାକୁ ମିଳିଛି । ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ଆଜି 2.4 ଡିଗ୍ରୀକୁ ପାରଦ ଖସିଛି ।
ଡିସେମ୍ବର 14 ତାରିଖରୁ ରାଜଧାନୀରେ ଲାଗି ରହିଛି ଏଭଳି ସ୍ଥିତି । ସହରର ବିଭିନ୍ନ ଅଞ୍ଚଳରେ ବଢୁଛି ଶୀତ। ସବୁଠୁ ଅଧିକ ଥଣ୍ଡା ଥିବା ଅଞ୍ଚଳରେ ପରିଣତ ହୋଇଛି । ପୁରା ସହରକୁ ଘେରି ରହିଛି ଘନ କୁହୁଡି । ତେବେ 29 ଡିସେମ୍ବରର ଯାଏଁ ପାଗରେ କୌଣସି ପରିବର୍ତ୍ତନ ନହେବା ସହ ଡିସେମ୍ବର 31ରୁ 2 ଜାନୁୟାରୀ ଯାଏଁ ଦିଲ୍ଲୀରେ ସ୍ବଳ୍ପ ବର୍ଷା ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।