ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ସହ ଜଡିତ ଉତ୍ତେଜନାମୂଳକ ଭାଷଣ ଉପରେ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି । ପୋଲିସ ହିଂସା ଉଦ୍ରେକକାରୀ ସମସ୍ତ ଭିଡିଓକୁ ତନ୍ନତନ୍ନ କରି ଦେଖିଥିଲେ । ଏହାପରେ ଦିଲ୍ଲୀ ପୋଲିସ ହାଇକୋର୍ଟକୁ ଉତ୍ତେଜନାମୂଳକ ଭାଷଣ ପ୍ରଦାନକାରୀଙ୍କ ଉପରେ ଏହିଭଳି ସମୟର ମାମଲା ରୁଜୁ କରିବାର ସଠିକ ସମୟ ନୁହେଁ ବୋଲି କହିଛନ୍ତି । ପରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସକୁ ଏହି ମାମଲାରେ ଜବାବ ରଖିବା ପାଇଁ 4 ସପ୍ତାହ ସମୟ ପ୍ରଦାନ କରିଛନ୍ତି ।
ଗୁରୁବାର ଶୁଣାଣି ସମୟରେ ବିଚାରପତିମାନେ କୋର୍ଟରେ ବିଜେପି ନେତା କପିଲ ମିଶ୍ର, ଅନୁରାଗ ଠାକୁର, ଅଭୟ ବର୍ମା ଓ ପ୍ରଭେଶ ବର୍ମାଙ୍କ ଉତ୍ତେଜନା ସୃଷ୍ଟିକାରୀ ଭାଷଣର ଭିଡିଓ ଦେଖିଥିଲେ । ପରେ ଦିଲ୍ଲୀ ପୋଲିସ ହାଇକୋର୍ଟକୁ ଉତ୍ତେଜନାମୂଳକ ଭାଷଣ ପ୍ରଦାନକାରୀଙ୍କ ଉପରେ ଏହିଭଳି ସମ୍ବେଦନଶୀଳ ସମୟର ଏଫଆଇଆର ଦାଖଲ କରିବାର ସଠିକ ସମୟ ନୁହେଁ ବୋଲି ଯୁକ୍ତି ରଖିଥିଲେ । ଶେଷରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସକୁ ଏହି ମାମଲାରେ ଜବାବ ରଖିବା ପାଇଁ 4 ସପ୍ତାହ ସମୟ ପ୍ରଦାନ କରିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ଉତ୍ତରପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡରେ ଏପର୍ଯ୍ୟନ୍ତ 35 ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ରାଜଧାନୀ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହିଂସାକାଣ୍ଡରେ 200ରୁ ଉର୍ଦ୍ଧ୍ବ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।