ETV Bharat / bharat

ଦିଲ୍ଲୀ ହିଂସା: ତାହିର ହୁସେନର ତିନି ସହଯୋଗୀ ଗିରଫ

author img

By

Published : Mar 11, 2020, 12:49 PM IST

ଦିଲ୍ଲୀ ହିଂସାରେ ସମ୍ପୃକ୍ତି ନେଇ ନିଲମ୍ବିତ ଆପ୍‌ କର୍ପୋରେଟର ତାହିର ହୁସେନର ତିନି ସହଯୋଗୀ ଗିରଫ । ଗିରଫ ହୋଇଥିବା ତିନି ଜଣ ହେଲେ ଇରସାଦ, ଆବିଦ୍‌ ଓ ସାଦାବ୍‌ । ଅଧିକ ପଢନ୍ତୁ...

Tahir Hussain
ଦିଲ୍ଲୀ ହିଂସା: ତାହିର ହୁସେନର ତିନି ସହଯୋଗୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ସମ୍ପୃକ୍ତି ନେଇ ନିଲମ୍ବିତ ଆପ୍‌ କର୍ପୋରେଟର ତାହିର ହୁସେନର ତିନି ସହଯୋଗୀ ଗିରଫ । କ୍ରାଇମବ୍ରାଞ୍ଚର ଏସଆଇଟି ଏହି ତିନି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ତିନି ଜଣ ହେଲେ ଇରସାଦ, ଆବିଦ୍‌ ଓ ସାଦାବ୍‌ । ଅଭିଯୋଗ ଅନୁସାରେ, ଏମାନେ ଫେବୃଆରୀ 24 ତାରିଖରେ ଦେଖାଯାଇଥିବା ହିଂସା ସମୟରେ ତାହିର ହୁସେନ ସହିତ ତାଙ୍କ ଛାତ ଉପରେ ରହିଥିଲେ । ଯେଉଁଠାରୁ ଲୋକଙ୍କ ଉପରକୁ ପଥର, ପେଟ୍ରୋଲ ବୋମା ଫିଙ୍ଗାଯାଉଥିଲା ।

ଏହି ତିନି ଜଣଙ୍କୁ ଗିରଫ ପରେ ଏସଆଇଟି ପଚରାଉଚରା ଜାରି ରଖିଛି । ପୂର୍ବରୁ ତାହିର ହୁସେନକୁ ମଧ୍ୟ ଗିରଫ କରାଯାଇଛି । ସୂଚନାଥାଉକି, ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ପାଖାପାଖି 53 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଆହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.